ଭାରିଗଦାରେ ଛକାପଞ୍ଝା, ରାତି ଅଧିଆ ୨୦ ଜଣଙ୍କୁ ଉଠାଇଲା ପୁଲିସ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, August 12, 2021

ଭାରିଗଦାରେ ଛକାପଞ୍ଝା, ରାତି ଅଧିଆ ୨୦ ଜଣଙ୍କୁ ଉଠାଇଲା ପୁଲିସ୍‌

କେନ୍ଦ୍ରାପଡ଼ା(ମନୋଜ ସ୍ୱାଇଁ): କେନ୍ଦ୍ରାପଡ଼ା ଜିଲ୍ଲା ଭାରିଗଦାରେ ୧୪୪ ଧାରା ଜାରି ସତ୍ତ୍ୱେ  ଗତକାଲି ଲଙ୍କାକାଣ୍ଡ ଘଟିଯିବା ପରେ ରାତି ଅଧିଆ ପୁଲିସ୍‌ ୨୦ରୁ ଅଧିକ ଜଣଙ୍କୁ  ଗିରଫ କରିଛି।  ଯେଉଁମାନେ ଆନ୍ଦୋଳନ ସ୍ଥଳକୁ ଯାଇ ନ ଥିଲେ ସେମାନଙ୍କୁ ଉଠାଇ ନେଇଛି ପୁଲିସ୍‌ । ପୁଲିସ୍‌  ଏପରି ଜୁଲମ ବନ୍ଦ ନ କଲେ ନୂଆ ପ୍ରକାରର ଆନ୍ଦୋଳନ ହେବ ବୋଲି ଖରସ୍ରୋତା ବଞ୍ଚାଓ ସମିତି ପକ୍ଷରୁ ଚେତାବନୀ ଦିଆଯାଇଛି।

ଏନେଇ ଖରସ୍ରୋତା ବଞ୍ଚାଅ ସଂଗ୍ରାମ ସମିତି ଉପଦେଷ୍ଠା ଦେବେନ୍ଦ୍ର ଶର୍ମା କହିଛନ୍ତି, ପୁଲିସ୍‌ ଏଠାରେ ଦମନଲୀଳା ଚଳାଇଛି। ଆଳି ଓ ରାଜକନିକା ଅଞ୍ଚଳରୁ ନିର୍ଦ୍ଦୋଶ ଲୋକଙ୍କୁ ଗିରଫ କରିଛି। ଯେଉଁମାନେ ଆନ୍ଦୋଳନ ସ୍ଥଳକୁ ଯାଇ ନ ଥିଲେ ସେମାନଙ୍କୁ ନେଇଛି। ପୁଲିସ୍‌ ଜୁଲମ ବନ୍ଦ ନ କଲେ ନୂଆ ପ୍ରକାରର ଆନ୍ଦୋଳନ ହେବ।

ପାଣି ପାଇଁ ମହାସଂଗ୍ରାମ ଜାରି ରଖିଥିବା ଖରସ୍ରୋତା ବଞ୍ଚାଓ ସମିତି କର୍ମକର୍ତ୍ତା ପୁଲିସ୍‌ର ନାଲି ଆଖିକୁ ନ ଡରି ନିଜ ଜିଦ୍‌ରେ ଅଡ଼ି ବସିଛନ୍ତି।  ଜିଲ୍ଲା ପ୍ରଶାସନ ପକ୍ଷରୁ ଆଲୋଚନା ମାଧ୍ୟମରେ ଏହି ବିବାଦର ସମାଧାନ କରିବାକୁ ବାରମ୍ବାର ଦିଆଯାଇଥିବା ପ୍ରସ୍ତାବକୁ ପ୍ରତ୍ୟାଖାନ କରିଛି ଖରସ୍ରୋତା ବଞ୍ଚାଓ ସଂଗ୍ରାମ ସମିତି। ନଦୀରେ ବ୍ୟାରେଜ ନ ହେବା ପର୍ଯ୍ୟନ୍ତ ପାନୀୟ ଜଳ ପ୍ରକଳ୍ପ କରାଇ ଦିଆଯିବନି ବୋଲି ସମିତି ପକ୍ଷରୁ ଚେତାବନୀ ଦିଆଯାଇଛି।

ଗତକାଲି ପ୍ରକଳ୍ପ ସ୍ଥଳକୁ ମାଡ଼ି ଆସୁଥିବା ଲୋକ।

ସରକାର ପୁଲିସ୍‌ ଲଗାଇ କାମ କରିପାରନ୍ତି। ହେଲେ କେତେ ଦିନ ଏଠାରେ ଜଗି ରହି ପ୍ରକଳ୍ପକୁ ସୁରକ୍ଷା ଦେବେ । ଯେବେ ଯିବେ ସେବେ ନଷ୍ଟ କରିଦେବୁ। ଜଣେ ଲୋକକୁ ଗିରଫ କଲେ ହଜାରେ ଲୋକ ପହଞ୍ଚିବୁ। ଜୀବନ ଯାଉ, ଲୋକ ଗିରଫ ହୁଅନ୍ତୁ ହେଲେ ବ୍ୟାରେଜ କରାଇ ଦେବୁନି ବୋଲି କହିଛନ୍ତି ଖରସ୍ରୋତା ବଞ୍ଚାଓ ସଂଗ୍ରାମ ସମିତିର ଆବାହକ ଦେବେନ୍ଦ୍ର ଶର୍ମା ଓ ଦୋଳଗୋବିନ୍ଦ ନାୟକ।

ଗତକାଲି ୧୪୪ ଧାରା ଜାରି ସତ୍ତ୍ୱେ ଗତକାଲି ଘଟଣାସ୍ଥଳରେ ମୁତୟନ ହୋଇଥିବା ୧୨ ପ୍ଲାଟୁନ୍‌ ଫୋର୍ସ ସାଜିଥିଲେ ନୀରବଦ୍ରଷ୍ଟା। ଫଳରେ ଆନ୍ଦୋଳଦାକାରୀ ଘଟାଇ ଚାଲିଲେ ଧ୍ୱସଂଲୀଳା। ମହିଳା, ଯୁବତୀଙ୍କ ସମେତ ପିଲାଠୁ ଆରମ୍ଭ କରି ବୁଢ଼ା ପର୍ଯ୍ୟନ୍ତ ଆନ୍ଦୋଳନକୁ ଓହ୍ଲାଇଥିଲେ। ଏପରି ଆକ୍ରମଣକାରୀମାନେ କମ୍ପାନୀ ସାମଗ୍ରୀଙ୍କୁ ଚୂରମାର କରିବା ସହ ଟ୍ରକ୍‌, ଅଟୋ, ଆମ୍ବୁଲାନ୍ସକୁ ବି ଭାଙ୍ଗି  ଚୂନା କରି ପକାଇଥିଲେ।  ଏଥିରେ କମ୍ପାନୀର ପ୍ରାୟ ୩୫ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଯାଇଥିବା କୁହାଯାଉଛି।

ପ୍ରଥମେ ୧୨ ପ୍ଲାଟୁନ୍‌ ଫୋର୍ସ ମୁତୟନ ସତ୍ତ୍ୱେ ଆନ୍ଦୋଳନକାରୀଙ୍କୁ ରୋକିବାକୁ ସେପରି ପଦକ୍ଷେପ ନ ନେବା ପୁଲିସ୍‌ର ଏକ ଚାଲ୍‌ ବୋଲି ଆଲୋଚନା ହେଉଛି। ଏପରି କଲେ କିଛି ଆନ୍ଦୋଳନକାରୀଙ୍କୁ ନିଜ ହେପାଜତକୁ ନେବାକୁ ବାଟ ଫିଟିପାରିବ ବୋଲି ଅନାଇ ବସିଥିଲା ପୁଲିସ୍‌। ସେଥିପାଇଁ ପୁଲିସ୍‌ ଏପରି ଜାଲ ବିଛାଇଥିବା ଆଲୋଚନା ହେଉଛି। ଏହାପରେ ପରିସ୍ଥିତି ଅଣାୟତ୍ତ ହେବାରୁ ଆହୁରି ୪ ପ୍ଲାଟୁନ୍‌ ଫୋର୍ସ ମଗା ଯାଇଥିଲା।

ଗତକାଲି ଦିନ ସାରା ଘଟିଥିବା ତୁମୁଳକାଣ୍ଡ ପରେ କେନ୍ଦ୍ରାଞ୍ଚଳ ଆଇଜି ଓ ଜିଲ୍ଲା ପ୍ରଶାସନ ମଧ୍ୟରେ ଘନ ଘନ ବୈଠକ ବସିଥିଲା। ଏହାପରେ ରାତି ଅଧିଆ ପ୍ରାୟ ୨୦ରୁ ଅଧିକ ଲୋକଙ୍କୁ ପୁଲିସ୍‌ ଉଠାଇ ନେଇଥିବା ଜଣାଯାଇଛି।

ସୂଚନାଯୋଗ୍ୟ,  ଭାରିଗଦାରେ ପାନୀୟ ଜଳ ପ୍ରକଳ୍ପକୁ ବିରୋଧ କରି ଗତକାଲି ତୁମୁଳକାଣ୍ଡ ପରେ ସେଠାରେ ଚାପା ଉତ୍ତେଜନା ଲାଗି ରହିଛି  ପ୍ରକଳ୍ପ ସ୍ଥଳରେ ୧୬ପ୍ଳାଟୁନ ଫୋର୍ସ ମୁତୟନ କରାଯାଇଛି । ଗତକାଲି ମହାସଂଗ୍ରାମର ଡାକରା ଦେଇ ବିକ୍ଷୋଭରେ ଶହ ଶହ ଆନ୍ଦୋଳନକାରୀ ସାମିଲ ହୋଇଥିଲେ । ପ୍ରଶାସନ ୧୪୪ ଧାରା ଜାରି କରିଥିବାରୁ ବାଟରେ ପୁଲିସ୍‌ ସେମାନଙ୍କୁ ଅଟକାଇଥିଲା । କିନ୍ତୁ ବିକ୍ଷୋଭକାରୀ ନମାନିବାରୁ ଉଭୟ ପକ୍ଷ ମୁହାଁମୁହିଁ ସ୍ଥିତିକୁ ଆସିଥିଲେ ।

ଧସ୍ତଧାସ୍ତି ଭିତରେ ଆନ୍ଦୋଳନକାରୀ ପୁଲିସ୍ ବ୍ୟାରିକେଡ ଭାଙ୍ଗି ପ୍ରକଳ୍ପ ସ୍ଥଳରେ ପହଞ୍ଚି ଦେଖାଇଥିଲେ ଉଗ୍ର ରୂପ।  ଜୀବନ ଓ ଜୀବୀକା ବିପଦରେ ପଡିବା ଆଶଙ୍କା ଥିବାରୁ ପ୍ରକଳ୍ପ ବାତିଲ ନହେବା ଯାଏଁ ଆନ୍ଦୋଳନରୁ ଓହରିବ ନାହିଁ ବୋଲି ସଫା ସଫା ଶୁଣାଇଛି ଖରସ୍ରୋତା ବଞ୍ଚାଅ ସଂଗ୍ରାମ ସମିତି ।

The post ଭାରିଗଦାରେ ଛକାପଞ୍ଝା, ରାତି ଅଧିଆ ୨୦ ଜଣଙ୍କୁ ଉଠାଇଲା ପୁଲିସ୍‌ appeared first on Odisha Reporter.



from Odisha Reporter https://ift.tt/3iHaW5d

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages