ଭୟଙ୍କର ଗୁଳି ମାଡ଼ରେ ୩ ମହିଳାଙ୍କ ସମେତ ୬ ମୃତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, August 12, 2021

ଭୟଙ୍କର ଗୁଳି ମାଡ଼ରେ ୩ ମହିଳାଙ୍କ ସମେତ ୬ ମୃତ

ଲଣ୍ଡନ: ବ୍ରିଟେନର ପଲିମାଉଥ ଠାରେ ଗୁରୁବାର ସନ୍ଧ୍ୟାରେ ଭୟଙ୍କର ଗୁଳିମାଡ଼ ହୋଇଛି। ଜଣେ ବ୍ୟକ୍ତି ଲୋକଙ୍କ ଉପରକୁ ଗୁଳିମାଡ଼ କରିବାରୁ ୬ ଜଣଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ନିଜେ ଆକ୍ରମଣକାରୀ ମଧ୍ୟ ରହିଛି। ଗୁରୁବାର ସନ୍ଧ୍ୟାରେ ହଠାତ୍ ପଲିମାଉଥର କେୟହାମରେ ଗୁଳିମାଡ଼ ଆରମ୍ଭ ହୋଇଥିଲା।

ଏଥିପାଇଁ ଡେଭନ ଓ କର୍ଣ୍ଣୱାଲ ପୁଲିସ୍‌ ସ୍ଥାନୀୟ ଅଞ୍ଚଳରେ ସତର୍କ ସୂଚନା ଜାରି କରିଥିଲା। ପ୍ରଥମେ ଏଠାରେ ଆତଙ୍କବାଦୀ ହମଲା ହୋଇଛି ବୋଲି ସନ୍ଦେହ କରାଯାଉଥିଲା। କିନ୍ତୁ ପରେ ପୁଲିସ୍‌ ଏହାକୁ ଆତଙ୍କୀ ହମଲା ନୁହେଁ ବୋଲି କହିଛି। ଗୁଳିମାଡ଼ର ଖବର ପରେ ସୁରକ୍ଷାକର୍ମୀମାନେ ପୂରା ଅଞ୍ଚଳକୁ କର୍ଡନ କରି ଦେଇଥିଲେ।

ଜଣେ ବ୍ୟକ୍ତି ବନ୍ଧୁକ ଧରି ଏଠାରେ ରହୁଥିବା ଲୋକଙ୍କ ଉପରେ ଗୁଳିମାଡ଼ କରୁଥିବା ଜଣାପଡ଼ିଥିଲା। ସୁରକ୍ଷାକର୍ମୀମାନେ ଏହାକୁ ଅଟକାଇବାକୁ ଚେଷ୍ଟା କରିଥିଲେ ହେଁ ସେତେବେଳକୁ ୨ ଜଣ ପୁରୁଷ ଓ ୨ ଜଣ ମହିଳା ପ୍ରାଣ ହରାଇ ସାରିଥିଲେ। ସୁରକ୍ଷାକର୍ମୀଙ୍କ ନିବେଦନ ସତ୍ତ୍ୱେ ବନ୍ଧୁକଧାରୀ ଜଣଙ୍କ ଆତ୍ମସମର୍ପଣ କରି ନଥିଲେ।

ଫଳରେ ସୁରକ୍ଷାକର୍ମୀମାନେ ତାକୁ ଗୁଳି କରିଥିଲେ। ସେହିପରି ଗୁଳିମାଡ଼ରେ ଆହତ ହୋଇଥିବା ଆଉ ଜଣେ ମହିଳାଙ୍କୁ ହସ୍ପିଟାଲ ନିଆଯାଇଥିଲେ ହେଁ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି।

ସମସ୍ତେ ଗୁଳିମାଡ଼ରେ ପ୍ରାଣ ହରାଇଥିବା ପୁଲିସ୍‌ ସ୍ପଷ୍ଟ କରିଛି। ହେଲେ ପୀଡ଼ିତ ଓ ଆକ୍ରମଣକାରୀଙ୍କ ମଧ୍ୟରେ କି ପ୍ରକାରର ସମ୍ପର୍କ ଥିଲା? ସେକଥା ପୁଲିସ୍‌ ଏଯାଏ ଜାଣିବାକୁ ପାଇନି। ତଥାପି ପୂରା ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରି ତଦନ୍ତ ଆରମ୍ଭ କରାଯାଇଛି।

The post ଭୟଙ୍କର ଗୁଳି ମାଡ଼ରେ ୩ ମହିଳାଙ୍କ ସମେତ ୬ ମୃତ appeared first on Odisha Reporter.



from Odisha Reporter https://ift.tt/3jPTACH

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages