ଅନୁ ମଲ୍ଲିକଙ୍କ ନାଁରେ ଚୋରି ଅଭିଯୋଗ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, August 1, 2021

ଅନୁ ମଲ୍ଲିକଙ୍କ ନାଁରେ ଚୋରି ଅଭିଯୋଗ

ମୁମ୍ବାଇ: ଅଡୁଆରେ ଅନୁ ମଲ୍ଲିକ। ବଲିଉଡର ନାମିଦାମି ମ୍ୟୁଜିକ କମ୍ପୋଜରଙ୍କ ନାଁରେ ଆସିଛି ସାଙ୍ଘାତିକ ଅଭିଯୋଗ। ସେ କୁଆଡେ ଇସ୍ରାଇଲ୍‌ର ନ୍ୟାସନାଲ୍‌ ଆନ୍ଥମର ଧୂନ୍‌ ଚୋରି କରିଥିବା ନେଇ ଅଭିଯୋଗ ହୋଇଛି।

କିଛି ୟୁଜର୍ସ ଏଭଳି ଅଭିଯୋଗ ଆଣିଛନ୍ତି। କେବଳ ସେତିକି ନୁହେଁ ତାଙ୍କୁ ସୋଶାଲ ମିଡିଆରେ ଟ୍ରୋଲ ମଧ୍ୟ କରାଯାଇଛି। ନିକଟରେ ଟୋକିଓରେ ଖେଳାଯାଉଥିବା ଅଲିମ୍ପିକ୍ ଗେମ୍ସରେ ଇସ୍ରାଏଲର ଜିମ୍ନାଷ୍ଟ ଡଲଗୋପିଆଟ୍ ସ୍ୱର୍ଣ୍ଣ ପଦକ ଜିତିଥିଲେ। ପୁରସ୍କାର ବିତରଣ ଉତ୍ସବରେ ଯେତେବେଳେ ଇସ୍ରାଏଲଥ ନ୍ୟାସନାଲ ଆନ୍ଥମ ବାଜିଥିଲା ସେତେବେଳେ ୟୁଜର୍ସଙ୍କ ଧ୍ୟାନ ତା’ଉପରକୁ ଯାଇଥିଲା। ଏହି ଧୂନ୍‌ ଶୁଣିବା ପେର ଏହି ଧୂନ୍‌କୁ ନେଇ ୟୁଜର୍ସମାନେ ଅନୁ ମଲ୍ଲିକଙ୍କୁ ଟ୍ରୋଲ କରିବା ଆରମ୍ଭ କରିଛନ୍ତି।

ସେମାନେ ଅଭିଯୋଗ କରିଛନ୍ତି ଯେ ଅନୁ ମଲ୍ଲିକ ଇସ୍ରାଏଲର ଜାତୀୟ ସଙ୍ଗୀତରୁ ଫିଲ୍ମ ‘ଦିଲଜଲେ’ର ଗୀତ ତିଆରି କରିଛନ୍ତି। ଲୋକମାନେ କହିଛନ୍ତି, ଇସ୍ରାଏଲର ଜାତୀୟ ସଂଗୀତ ଏବଂ ୧୯୯୬ରେ ରିଲିଜ ହୋଇଥିବା ଫିଲ୍ମ ‘ଦିଲଜଲେ’ରେ ଅନୁ ମଲ୍ଲିକ କମ୍ପୋଜ କରିଥିବା ‘ମେରା ମୁଲ୍କ ମେରା ଦେଶ’ ଉଭୟଙ୍କର ସମାନ ସ୍ୱର ରହିଛି। ଅନୁ ମଲ୍ଲିକଙ୍କ ବିରୋଧରେ ଏହି ଅଭିଯୋଗ ଆସିବା ପରେ ଏବେ ତାଙ୍କ ନାମ ଟ୍ୱିଟରରେ ଟ୍ରେଣ୍ଡ କରିବା ଆରମ୍ଭ କରିଛି।

ସୂଚନା ମୁତାବକ ଅନୁ ମଲ୍ଲିକ ଏହା ପୂର୍ବରୁ ମଧ୍ୟ ବହୁ ବିବାଦକୁ ଆସି ସାରିଛନ୍ତି। ତାଙ୍କ ନାଁରେ ଧୂନ୍‌ ଚୋରି କରିବା ଠାରୁ ଆରମ୍ଭ କରି ମିଠୁ ଭଳି ଅଭିଯୋଗ ମଧ୍ୟ ଆସି ସାରିଛି। ଅନୁ ମଲ୍ଲିକ ଏବେ ସିଙ୍ଗିଙ୍ଗ ରିଆଲିଟି ଶୋ’ ଇଣ୍ଡିଆନ୍‌ ଆଇଡଲ-୧୨ର ଜଜ୍‌ ଭାବେ ଛୋଟ ପରଦାକୁ ଫେରିଛନ୍ତି। ତାଙ୍କ ନାଁରେ ବିବାଦ ଉପୁଜିବା ପରେ ସେ ଏହି ଶୋରୁ ବହୁ ଦିନ ହେବ ଗାଏବ ହୋଇଯାଇଥିଲେ।

The post ଅନୁ ମଲ୍ଲିକଙ୍କ ନାଁରେ ଚୋରି ଅଭିଯୋଗ appeared first on Odisha Reporter.



from Odisha Reporter https://ift.tt/2VnFU9s

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages