ପୂର୍ବତନ ସିବିଆଇ ନିର୍ଦ୍ଦେଶକ ଆଲୋକ ବର୍ମାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବେ ସରକାର! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, August 1, 2021

ପୂର୍ବତନ ସିବିଆଇ ନିର୍ଦ୍ଦେଶକ ଆଲୋକ ବର୍ମାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବେ ସରକାର!

ନୂଆଦିଲ୍ଲୀ: ପୂର୍ବତନ ସିବିଆଇ ନିର୍ଦ୍ଦେଶକ ଆଲୋକ ବର୍ମାଙ୍କ ବିରୋଧରେ କେନ୍ଦ୍ର ସରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରନ୍ତି। ଏଥିପାଇଁ ୟୁପିଏସସି ନିକଟରେ ଆବଶ୍ୟକ ଦସ୍ତାବିଜ ଦାଖଲ କରିଛନ୍ତି ସରକାର। ଆଲୋକ ବର୍ମା ସିବିଆଇ ପଦରେ ଥିବା ବେଳେ କ୍ଷମତାର ଦୂରୁପଯୋଗ କରିଥିବା ଅଭିଯୋଗ ରହିଥିଲା। ଏହି ପ୍ରସଙ୍ଗରେ କେନ୍ଦ୍ର ଗୃହ ମନ୍ତ୍ରାଳୟ ଓ କାର୍ମିକ ମନ୍ତ୍ରାଳୟ ତଦନ୍ତ କରି ଜାଣିବାକୁ ପାଇଛି ଯେ ଆଲୋକ ବର୍ମା ଦୁର୍ନୀତି, ପଦର ଅପବ୍ୟହାର ଏବଂ ନିୟମ ଭାଙ୍ଗିଛନ୍ତି। ଏହି ଦୁଇ ବିଭାଗରୁ ଗୋଟିଏ ଅମିତ ଶାହଙ୍କ ପାଖରେ ରହିଥିବା ବେଳେ ଆଉ ଗୋଟିଏ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାଖରେ ରହିଛି।

ମିଳିଥିବା ସୂଚନା ଅନୁଯାୟୀ ସରକାର ୧୯୭୯ ବ୍ୟାଚର ଏହି ଆଇପିଏସ ଅଧିକାରୀଙ୍କ ପେନସନ, ଗ୍ରାଚୁଏଟି ଆଦି ନଦେବାକୁ ଚିନ୍ତା କରୁଛନ୍ତି। ଏଥିସହ ଅନ୍ୟାନ୍ୟ ସରକାରୀ ସୁବିଧା ନଦେବାକୁ ସରକାର ଚିନ୍ତା କରୁଥିବା ସୂଚନା ରହିଛି।

ଏବେ ସାରା ଦେଶରେ ଅନେକ ନେତା, ବିଚାରପତି, ସାମ୍ଵାଦିକ ଓ ବିଭିନ୍ନ ଅଫିସରଙ୍କ ଗୋପନୀୟ ତଥ୍ୟ ପେଗାସସ ସ୍ପାଏଓ୍ୱୟାର ଜିରିଆର ସରକାର ଚୋରି କରିଛନ୍ତି ବୋଲି ଅଭିଯୋଗ ହୋଇଛି। ଏହି ସ୍ପାଏଓ୍ୱୟାର ଜରିଆରେ ଯେଉଁ ୩ ଶହ ବ୍ୟକ୍ତିଙ୍କ ଫୋନ୍ ନମ୍ୱର ହ୍ୟାକ୍ କରାଯାଇଛି ସେମାନଙ୍କ ମଧ୍ୟରେ ଆଲୋକ ବର୍ମା ଓ ରାକେଶ ଆସ୍ଥାନା ରହିଛନ୍ତି ବୋଲି ଦାବି ହୋଇଛି। ଏଥି ସହିତ ଆଲୋକ ବର୍ମାଙ୍କ ପରିବାର ସଦସ୍ୟଙ୍କ ଫୋନ୍ ମଧ୍ୟ ହ୍ୟାକ କରାଯାଇଥିବା କୁହାଯାଉଛି। ଆଲୋକଙ୍କ ପରିବାରର ମୋଟ ୧୦ ଟି ନମ୍ୱରରୁ ୮ଟି ନମ୍ୱରକୁ ହ୍ୟାକ କରାଯାଇଥିଲା। ଏଥିମଧ୍ୟରୁ ଆଲୋକ ବର୍ମା ୩ଟି ଫୋନ୍ ନମ୍ୱରକୁ ପେଗାସସ ଜରିଆରେ ଅଧିକ ଟାର୍ଗେଟ କରାଯାଇଥିଲା।

୨୦୧୮ରେ ଆଲୋକ ବର୍ମା ସିବିଆଇର ନିର୍ଦ୍ଦେଶକ ଥିବା ବେଳେ ଏବେର ଦିଲ୍ଲୀ ପୁଲିସ କମିଶନର ରାକେଶ ଆସ୍ଥାନା (୧୯୮୪ ବ୍ୟାଚ) ସିବିଆଇର ଅତିରିକ୍ତ ନିର୍ଦ୍ଦେଶକ ଥିଲେ। ସେତେବେଳେ ଆଲୋକ ବର୍ମାଙ୍କ ନାମରେ ଦୁର୍ନୀତି ଅଭିଯୋଗ ଆଣିଥିଲେ ରାକେଶ ଆସ୍ଥାନା। ଏହାପରେ ଉଭୟଙ୍କୁ ଏହି ପଦରୁ ହଟାଇ ଦେଇଥିଲେ ସରକାର। ପରବର୍ତ୍ତୀ ସମୟରେ ସରକାର ତଦନ୍ତ କରିଥିଲେ। ଏବେ ତଦନ୍ତ ପରେ ଆଲୋକ ବର୍ମାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ କେନ୍ଦ୍ର ସରକାର ସୁପାରିଶ କରିଛନ୍ତି। ଏହାରି ଭିତରେ ରାକେଶ ଆସ୍ଥାନାଙ୍କୁ ସିବିଆଇରୁ ଆଣି ଏନସିବି ପରେ ଦିଲ୍ଲୀ ପୁଲିସ କମିଶନର ଭାବରେ ସରକାର ନିଯୁକ୍ତ କରିଛନ୍ତି। ଅନ୍ୟପଟେ ଆଲୋକ ବର୍ମାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ସରକାର ସୁପାରିଶ କରୁଛନ୍ତି। ଆଲୋକ ବର୍ମା ୨୦୧୭ରେ ସିବିଆଇର ନିର୍ଦ୍ଦେଶକ ଭାବରେ ନିଯୁକ୍ତ ହୋଇଥିଲେ। ହେଲେ ତାଙ୍କୁ ସରକାର ସିବିଆଇ ପଦରୁ ହଟାଇ କେନ୍ଦ୍ର ଗୃହମନ୍ତ୍ରାଳୟର ଅଗ୍ନିଶମ ସିଭିଲ ଡିଫେନ୍ସ ଓ ହୋମଗାର୍ଡ ମହାନିର୍ଦ୍ଦେଶକ ପଦରେ ଅବସ୍ଥାପିତ କରିଥିଲେ। ହେଲେ ଏହାକୁ ଗ୍ରହଣ ନକରି ଗୋଟିଏ ଦିନ ପରେ ଜାନୁଆରୀ ୧୧,୨୦୧୯ରେ ସେ ଆଇପିଏସ ଚାକିରିରୁ ଇସ୍ତଫା ଦେଇଥିଲେ।

The post ପୂର୍ବତନ ସିବିଆଇ ନିର୍ଦ୍ଦେଶକ ଆଲୋକ ବର୍ମାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବେ ସରକାର! appeared first on Odisha Reporter.



from Odisha Reporter https://ift.tt/3fkGHPE

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages