ଆଫଗାନିସ୍ତାନ ଛାଡ଼ିଲା ଆମେରିକା, କରିଗଲା ବଡ଼ କାମ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, August 31, 2021

ଆଫଗାନିସ୍ତାନ ଛାଡ଼ିଲା ଆମେରିକା, କରିଗଲା ବଡ଼ କାମ

କାବୁଲ: ସୋମବାର ରାତିରେ ଆମେରିକା ସେନା ଆଫଗାନିସ୍ତାନ ଛାଡ଼ିଛନ୍ତି। ତେବେ ଆଫଗାନିସ୍ତାନ ଛାଡ଼ିବା ପୂର୍ବରୁ ଆମେରିକା ଏକ ବଡ଼ କାମ କରିଦେଇଯାଇଛି। ଶେଷ ଉଡ଼ାଣ ଭରିବା ପୂର୍ବରୁ ଆମେରିକା ସେନା ସେଠାରେ ଥିବେ କିଛି ବିମାନ, ସଶସ୍ତ୍ର ଯାନ ଓ ହାଇଟେକ୍ ରକେଟ୍ ଡିଫେନ୍ସ ସିଷ୍ଟମକୁ ନିଷ୍କ୍ରିୟ କରିଦେଇଛନ୍ତି। ଆମେରିକା ସେନାର ଜଣେ ବରିଷ୍ଠ ଅଧିକାରୀ ଏହାର ସୂଚନା ଦେଇଛନ୍ତି।

ଆମେରିକା ସେନା ସେଣ୍ଟ୍ରାଲ୍ କମାଣ୍ଡ ଜେନେରାଲ୍ କେନେଥ ମ୍ୟାକକେଞ୍ଜି କହିଛନ୍ତି, ଆମେରିକା ସୈନିକ ଯିବା ଆଗରୁ ହମିଦ୍ କରଜାଇ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ପୂର୍ବରୁ ମହଜୁଦ୍ ଥିବା ୭୩ ବିମାନକୁ ବୈଷୟିକ ଭାବେ ଅକାମୀ କରିଦେଇଛନ୍ତି। ଏହାର ଅର୍ଥ ବିମାନ ଆଉ ଉଡ଼ିପାରିବ ନାହିଁ ଏବଂ କେହିବି ଏହି ବିମାନର ଅପରେଟ୍ ମଧ୍ୟ କରିପାରିବେ ନାହିଁ।

ସେ କହିଛନ୍ତି, ଅଗଷ୍ଟ ୧୪ ତାରିଖରେ ବିମାନ ଉଡ଼ାଣ ଆରମ୍ଭ କରିବା ପାଇଁ ପେଣ୍ଟାଗନ୍ କାବୁଲ ବିମାନବନ୍ଦରରେ ୬ହଜାର ସୈନିକର ଏକ ଗ୍ରୁପ୍ ଏବଂ ୭୦ଟି ସଶସ୍ତ୍ର ଯାନ ନିୟୋଜିତ କରିଥିଲା। କାବୁଲ ଛାଡିବା ପୂର୍ବରୁ ଏହି ସଶସ୍ତ୍ର ଯାନଗୁଡିକ ନଷ୍ଟ କରିଦିଆଯାଇଛି। ଏହିସବୁ ଯାନଗୁଡିକର ମୂଲ୍ୟ ଏକ ମିଲିୟନ ଡଲାର ହେବ ବୋଲି ଅନୁମାନ କରାଯାଉଛି। ମ୍ୟାକକେଞ୍ଜି କହିଛନ୍ତି ଯେ ଏହି ଯାନ ଗୁଡ଼ିକର ବ୍ୟବହାର ଆଉ କେବେବି ଓ କାହା ଦ୍ୱାରା ହୋଇପାରିବ ନାହିଁ।

ସୂଚନାଯୋଗ୍ୟ, ପାଖାପାଖି ଦୁଇ ଦଶନ୍ଧି ଅର୍ଥାତ୍ ୨୦ ବର୍ଷ ପରେ ଆମେରିକା ଆଫଗାନିସ୍ତାନରେ ତା’ର ସେନା ଅଭିଯାନ ଶେଷ କରିଛି। ଆଫଗାନିସ୍ତାନରୁ ଆମେରିକା ସେନା ଛାଡ଼ିବା ପାଇଁ ଅଗଷ୍ଟ ୩୧ ତାରିଖ ଡେଡଲାଇନ୍ ଧାର୍ଯ୍ୟ ହୋଇଥିଲା। କିନ୍ତୁ ୩୦ ତାରିଖରେ ଆମେରିକାର ଶେଷ ଗ୍ରୁପ୍ କାବୁଲ ଏୟାରପୋର୍ଟରୁ ଉଡ଼ାଣ ଭରିଥିଲେ। ଏହା ପରେ କାବୁଲ ଏୟାରପୋର୍ଟ ଏବେ ତାଲିବାନ କବଜାକୁ ଚାଲିଆସିଛି। ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍ କହିଛନ୍ତି, ଆଫଗାନିସ୍ତାନରେ ୨୦ ବର୍ଷ ଧରି ମୁତୟନ ଥିବା ଆମ ସେନାଙ୍କ ଉପସ୍ଥିତି ଶେଷ ହୋଇଛି।

ଅନ୍ୟପକ୍ଷରେ ଆମେରିକୀୟ ସୈନ୍ୟ ପ୍ରତ୍ୟାହାର ଯୋଗୁ ଆଫଗାନିସ୍ତାନରେ ଦେଖାଦେଇଥିବା ଅସ୍ଥିରତା ଯୋଗୁ ବହୁ ଦେଶ ଯୁକ୍ତରାଷ୍ଟ୍ର ଆମେରିକାର ରଣନୀତିକୁ ସମାଲୋଚନା କରୁଛନ୍ତି। କିନ୍ତୁ ବାଇଡେନ୍ କହିଛନ୍ତି ଯେ ଆଫଗାନିସ୍ତାନରେ ଆଉ ଆମେରିକୀୟଙ୍କ ଜୀବନହାନି ହେବାକୁ ଦିଆଯିବନି। ଆମ ସେନା କାହିଁକି ଆଫଗାନିସ୍ତାନ ଛାଡ଼ିଲେ, ତାହା ଦେଶବାସୀଙ୍କୁ ଅବଗତ କରାଇବୁ ବୋଲି ରାଷ୍ଟ୍ରପତି ଜୋ ବାଇଡେନ କହିଛନ୍ତି।

The post ଆଫଗାନିସ୍ତାନ ଛାଡ଼ିଲା ଆମେରିକା, କରିଗଲା ବଡ଼ କାମ appeared first on Odisha Reporter.



from Odisha Reporter https://ift.tt/3zrTYxE

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages