ପୁଣି କାବୁଲ ବିମାନବନ୍ଦରରେ ହୋଇପାରେ ଆତଙ୍କୀ ହମ୍‌ଲା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, August 28, 2021

ପୁଣି କାବୁଲ ବିମାନବନ୍ଦରରେ ହୋଇପାରେ ଆତଙ୍କୀ ହମ୍‌ଲା

କାବୁଲ: ପୁଣି ହୋଇପାରେ କାବୁଲ ବିମାନବନ୍ଦରରେ ଆତଙ୍କୀ ହମଲା। ସେଠାରେ ପୁଣି ବିସ୍ଫୋରଣ ଘଟିବା ସମ୍ଭାବନା ରହିଛି। ୨୪ରୁ ୩୬ ଘଣ୍ଟା ମଧ୍ୟରେ କାବୁଲ ବିମାନ ବନ୍ଦରରେ ପୁନଶ୍ଚ ଆକ୍ରମଣ ହେବା ସମ୍ଭାବନା ଥିବା ନେଇ ରାଷ୍ଟ୍ରପତି ଜୋ ବାଇଡେନ୍‌ କହିଛନ୍ତି। ଏହି ସୂଚନା ମିଳିବା ପରେ ହାଇଆଲର୍ଟରେ ରହିଛି ଆମେରିକା।

ଏହାମଧ୍ୟରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଆତଙ୍କବାଦୀଙ୍କୁ ଆଉଥରେ ଚେତାବନୀ ଦେଇଛନ୍ତି। ସେ କହିଛନ୍ତି, କାବୁଲ ବିମାନବନ୍ଦରରେ ଆଗାମୀ ୨୪ରୁ ୩୬ ଘଣ୍ଟା ମଧ୍ୟରେ ପୁଣି ଥରେ ଆକ୍ରମଣ ହୋଇପାରେ। ଏଥିପାଇଁ ନ୍ୟାସନାଲ ସିକ୍ୟୁରିଟି ଟିମ ଏବଂ ଫିଲ୍ଡ କମାଣ୍ଡର ସହିତ ବୈଠକ ହୋଇଛି। ଯବାନଙ୍କୁ ହାଇ ଆଲର୍ଟରେ ରଖାଯାଇଛି।

ବାଇଡେନ ଆହୁରି କହିଛନ୍ତି,  ଆତଙ୍କବାଦୀଙ୍କ ଉପରେ ଆକ୍ରମଣ ଏବେ ଅଟକିବ ନାହିଁ। ଆମେ ଆମେରିକୀୟ ସେନା ଉପରେ ଆକ୍ରମଣ କରିଥିବା ଆକ୍ରମଣକାରୀଙ୍କୁ ଖୋଜି ଖୋଜି ମାରିବୁ।

ଶନିବାର ଆମେରିକୀୟ ସେନା ଆତଙ୍କବାଦୀ ସଂଗଠନ ଆଇଏସ୍‌ଆଇଏସ୍‌-କେ ଶିବିର ଉପରେ ଆକ୍ରମଣ କରିଥିଲା। ଏଥିରେ ଆକ୍ରମଣର ମୁଖ୍ୟ ନିହତ ହୋଇଥିବା ଆମେରିକା ଦାବି କରିଛି। ଆଫଗାନିସ୍ତାନ ଉଗ୍ରବାଦୀ ଶାଖାର ଦୁଇଜଣ ସଦସ୍ୟ ଆମେରିକାର ‌ଡ୍ରୋନ୍‌ ଆକ୍ରମଣରେ ନିହତ ହୋଇଥିବା କଥା ପେଣ୍ଟାଗନ୍‌ କହିଛି।

ସମ୍ପ୍ରତି କାବୁଲ୍ ବିମାନ ବନ୍ଦରରେ ପ୍ରତ୍ୟାବର୍ତ୍ତନ ପ୍ରତୀକ୍ଷାରେ ଥିବା ଆମେରିକୀୟ ସୈନ୍ୟଙ୍କ ସଂଖ୍ୟା ୪୦୦୦ରୁ କମ୍। ମଙ୍ଗଳବାର ଦିନ ସ୍ଥାନାନ୍ତରଣ ପ୍ରକ୍ରିୟା ଶେଷ ହେବ ବୋଲି ବାଇଡେନ୍‌ ଧାର୍ଯ୍ୟ କରିଥିବା ସମୟସୀମା ପୂର୍ବରୁ ସେମାନେ ଫେରି ଆସିଥିବେ ବୋଲି ପେଣ୍ଟାଗନ୍‌ କହିଛି।

ସୂଚନା ମୁତାବକ ଗୁରୁବାର କାବୁଲ ବିମାନବନ୍ଦର ହୋଇଥିବା ଆକ୍ରମଣ ପାଇଁ ଆଇଏସ୍‌ଆଇଏସ୍‌-କେ ଆତଙ୍କବାଦୀ ସଂଗଠନ ନିଜକୁ ଦାୟୀ କରିଥିଲା। ଏହି ବିସ୍ଫୋରଣରେ ୧୩ ଜଣ ଆମେରିକୀୟ ସୈନ୍ୟ ସହିଦ ହୋଇଥିଲେ। ଏଥିସହ ୧୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ୨୦୦ରୁ ଅଧିକ ଆହତ ହୋଇଥିଲେ।

The post ପୁଣି କାବୁଲ ବିମାନବନ୍ଦରରେ ହୋଇପାରେ ଆତଙ୍କୀ ହମ୍‌ଲା appeared first on Odisha Reporter.



from Odisha Reporter https://ift.tt/3mPifdo

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages