ଫୁଲୁଛି ସୁବର୍ଣ୍ଣରେଖା, ୬ ଗାଁରେ ପଶିଲା ବନ୍ୟା ପାଣି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, August 1, 2021

ଫୁଲୁଛି ସୁବର୍ଣ୍ଣରେଖା, ୬ ଗାଁରେ ପଶିଲା ବନ୍ୟା ପାଣି

ଜଳେଶ୍ୱର(ଅଜିତ ଦାସ): ଝାଡ଼ଖଣ୍ଡରେ ପ୍ରବଳ ବର୍ଷା ଲାଗି ରହିଥିବାରୁ ସୁବର୍ଣ୍ଣରେଖା ନଦୀ ଫୁଲି ବାଲିଆପାଳ  ବ୍ଲକର  ୫ଟି ଗାଁ ଓ ଜଳେଶ୍ୱର ବ୍ଲକର ଗୋଟିଏ ଗାଁରେ ବନ୍ୟା ପାଣି ପଶିଛି। ଗତକାଲି ରାତିରେ ବନ୍ୟା ପାଣି ଗାଁରେ ପଶିଥିବା ବେଳେ ଆତଙ୍କିତ ଅବସ୍ଥାରେ ଅଛନ୍ତି ସ୍ଥାନୀୟ ଲୋକ।

ଗଲୁଡିହ ବ୍ୟାରେଜରୁ 8 ହଜାର qm  ପାଣି ପ୍ରବାହିତ ହେଉଛି। ଜଳେଶ୍ୱରସ୍ଥିତ ରାଜଘାଟଠାରେ ସତର୍କ ସୂଚନା ୯.୪୫ ମିଟର ଓ ବିପଦ ସଂକେତ ୧୦.୩୬  ଥିବା ବେଳେ ସକାଳ ୬ଟା ସୁଦ୍ଧା  ୧୦.୩୬ ମିଟର ପାଣି ପ୍ରଭାବିତ ହେଉଛି।  ବାଲିଆପାଳ  ବ୍ଲକର ତଳିଆ ଅଞ୍ଚଳରେ ଥିବା ଆଠବାଟିଆ, କୁଦମାନସିଂ, ଗୁନାପୁର, ସୁଙ୍ଗ ମୁହଁ,ବିଷ୍ଣୁପୁର ଓ ଜଳେଶ୍ୱର ବ୍ଲକର ଛଟ ଖାନପୁରରେ ପାଣି ପଶିଛି।  ବର୍ଷା ନ କମିଲେ ଅଧିକ ଗାଁରେ ବନ୍ୟା ପାଣି ପଶିବା ଆଶଙ୍କା କରାଯାଉଛି।

ମନୋରଞ୍ଜନ ନାୟକ, ଅରୁଣ କୁମାର ପାତ୍ର ନାମକ ଗ୍ରାମବାସୀ କହିଛନ୍ତି, ଗତ ରାତିରେ କାଲି ରାତିରେ ବନ୍ୟା ପାଣଇ ପଶି ୪-୫ଟି ଗାଁ ବୁଡ଼ି ଯାଇଛି। ଚାଷ ଜମି ବୁଡ଼ି ଯାଇଛି। ଆଜି ପାଣି ନ କମିଲେ ଫସଲ ସବୁ ନଷ୍ଟ ହେବ। ଖାଇବାକୁ ପାଇବୁ ନାହିଁ। ପ୍ରଶାସନ ତରଫରୁ କାହାରି ଦେଖା ନାହିଁ। ଏନେଇ ପ୍ରଶାସନ ତରଫରୁ ପୂର୍ବରୁ କିଛି ସୂଚନା ଦିଆଯାଇ ନ ଥିଲା।

ଏ ସମ୍ପର୍କରେ ବାଲିଆପାଳ ତହସିଲଦାର ଦୀପକ କୁମାର ଦାସ କହିଛନ୍ତି, ସ୍ଥିତି ସମ୍ପର୍କରେ ସଜାଗ ଅଛୁ। ତଳିଆ ଅଞ୍ଚଳ ଲୋକଙ୍କୁ ପରକୁ ଯିବାକୁ ପରାମର୍ଶ ଦିଆଯାଇଛି। ପାଣି ଅଧିକ ବଢ଼ିଲେ ଲୋକଙ୍କୁ ଉଦ୍ଧାର କରି ବାତ୍ୟା ଆଶ୍ରୟ ସ୍ଥଳୀ ଓ ସ୍କୁଲକୁ ସ୍ଥାନାନ୍ତର କରାଯିବ। ସେମାନଙ୍କୁ ଶୁଖିଲା ଖାଦ୍ୟ ଦିଆଯିବ । ଏହାବାଦ ସ୍ଥିତି ସମ୍ପର୍କରେ ଜିଲ୍ଲାପାଳଙ୍କୁ ଅବଗତ କରାଯାଇଛି।

 

 

The post ଫୁଲୁଛି ସୁବର୍ଣ୍ଣରେଖା, ୬ ଗାଁରେ ପଶିଲା ବନ୍ୟା ପାଣି appeared first on Odisha Reporter.



from Odisha Reporter https://ift.tt/3flVB8a

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages