ବିଜେପି ନେତାଙ୍କୁ ହାଣିଦେଲେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, August 1, 2021

ବିଜେପି ନେତାଙ୍କୁ ହାଣିଦେଲେ

କେନ୍ଦ୍ରାପଡ଼ା(ମନୋଜ ସ୍ୱାଇଁ): କେନ୍ଦ୍ରାପଡା ଜିଲ୍ଲା ପାଟକୁରା ଥାନା ଚଁପୁରରେ ବିଜେପି ନେତାଙ୍କୁ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି । ବିଜେପିର ସାଧାରଣ ସଂପାଦକ ତଥା ବଙ୍ଗାଳପୁର ପଂଚାୟତର ପୂର୍ବତନ ସରପଞ୍ଚ ପ୍ରଜେଶ ନାୟକଙ୍କୁ  ଗତକାଲି ରାତିରେ ଧାରୁଆ ଅସ୍ତ୍ରରେ କେତେକ ଦୁର୍ବୃତ୍ତ ମରଣାନ୍ତକ ଆକ୍ରମଣ କରିଥିଲେ । ଆକ୍ରମଣ କରି ଦୁର୍ବୃତ୍ତମାନେ ଫେରାର ହୋଇ ଯାଇଥିବା ବେଳେ  ପ୍ରଜେଶଙ୍କ ଗୋଡ ସମେତ ବିଭିନ୍ନ ସ୍ଥାନରେ ଗଭୀର କ୍ଷତ ସୃଷ୍ଟି ହୋଇଛି ।

ଖବର ପାଇ ସ୍ଥାନୀୟ ଲୋକେ ଘଟଣାସ୍ଥଳରୁ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ପାଟକୁରା ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ । ସେଠାରେ ପ୍ରାଥମିକ ଚିକିତ୍ସା ପରେ ଗୁରୁତର ଅବସ୍ଥାରେ ତାଙ୍କୁ କେନ୍ଦ୍ରାପଡା ମୁଖ୍ୟ ଚିକିତ୍ସାଳୟ ସ୍ଥାନାନ୍ତରିତ କରାଯାଇଛି । ତେବେ କାହିଁକି ମରଣାନ୍ତକ ଆକ୍ରମଣର କାରଣ ସ୍ପଷ୍ଟ ହୋଇ ନ ଥିବା ବେଳେ ପୁଲିସ୍‌ ଦୁଇ ଜଣକୁ ଅଟକ ରଖି ତନାଘନା ଜାରି ରଖିଛି ।

ଏସମ୍ପର୍କରେ ପ୍ରଜେଶ କହୁଛନ୍ତି, ମୋ ଗୋଡ଼ ଖରାପ ଥିବାରୁ ଡାକ୍ତରଙ୍କ ପାଖକୁ ଯାଇଥିଲି। ସେଠାରୁ ବାଇକ୍‌ରେ ଜଣଙ୍କ ସହ ଫେରୁଥିଲି। ବାଇକ୍‌ ପଛ ପଟେ ବସିଥିବା ବେଳେ  ୩ ଜଣ ଆସି କଟୁରୀରେ ଆକ୍ରମଣ କଲେ। ଏହାର କାରଣ ଜାଣି ନାହିଁ। ସ୍ଥାନୀୟ ଲୋକେ ବଞ୍ଚାଇବାକୁ ଆସିବାରୁ ଦୁର୍ବୃତ୍ତମାନେ ସେମାନଙ୍କୁ ମଧ୍ୟ ଆକ୍ରମଣ କରିବାକୁ ପଛାଇ ନ ଥିଲେ। ମୋର ପୂର୍ବରୁ ସେମାନଙ୍କ ସହ କୌଣସି ଶତ୍ରୁତା ନାହିଁ। ପୂର୍ବରୁ କୌଣସି କାରଣରୁ ଆକ୍ରମଣକାରୀ ଗାଳିମନ୍ଦ କରିଥିବାରୁ ମୁଁ ଏ ସମ୍ପର୍କରେ ଏସ୍‌ପିଙ୍କୁ ଜଣାଇଥିଲା।

The post ବିଜେପି ନେତାଙ୍କୁ ହାଣିଦେଲେ appeared first on Odisha Reporter.



from Odisha Reporter https://ift.tt/3lkR2Pd

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages