ରାହୁଲ ଗାନ୍ଧୀଙ୍କ ବିରୋଧରେ ଟ୍ୱିଟର ନେଲା କାର୍ଯ୍ୟାନୁଷ୍ଠାନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, August 6, 2021

ରାହୁଲ ଗାନ୍ଧୀଙ୍କ ବିରୋଧରେ ଟ୍ୱିଟର ନେଲା କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ: ରାହୁଲ ଗାନ୍ଧୀଙ୍କ ଏକ ବିବାଦୀୟ ଟ୍ୱିଟକୁ ଟ୍ୱିଟର ହଟାଇ ଦେଇଛି। ଯେଉଁଥିରେ ଜଣେ ପୀଡ଼ିତାଙ୍କ ପରିବାର ଲୋକଙ୍କ ଫଟୋ ସେ ଶେୟାର କରିଥିଲେ। ଯାହାକି ଦେଶର ଆଇନ ଅନୁଯାୟୀ ବେଆଇନ୍।

ଦିଲ୍ଲୀରେ ଜଣେ ନାବାଳିକା ଦୁଷ୍କର୍ମ ପରେ ହତ୍ୟାର ଶିକାର ହୋଇଛି। ଏହାପରେ ରାହୁଲ ଗାନ୍ଧୀ ପୀଡିତାଙ୍କ ପରିବାରକୁ ଭେଟିଥିଲେ। ଏହି ସମୟରେ ରାହୁଲ ଗାନ୍ଧୀ ନିଜ ଟ୍ୱିଟର ଆକାଉଣ୍ଟରେ ଏକ ଫଟୋ ପୋଷ୍ଟ କରିଥିଲେ। ଯେଉଁଥିରେ ରାହୁଲ ଗାନ୍ଧୀ ଏବଂ ପୀଡ଼ିତାଙ୍କ ପରିବାର ଲୋକ ଥିଲେ। ଏହା ପରେ ରାହୁଲ ଗାନ୍ଧୀ ପୀଡ଼ିତାଙ୍କ ପରିଚୟ ପ୍ରକାଶ କରିଥିବା ଅଭିଯୋଗ ହୋଇଥିଲା। ଏହି ପ୍ରସଙ୍ଗରେ ଜାତୀୟ ଶିଶୁ ଅଧିକାର ଆୟୋଗ ଟ୍ୱିଟର ପାଖରେ ଫେରାଦ ହୋଇ ରାହୁଲ ଗାନ୍ଧୀଙ୍କ ଏହି ଟ୍ୱିଟ ପୋଷ୍ଟ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କହିଥିଲା। ରାହୁଲ ଗାନ୍ଧୀଙ୍କ ଏହି ଟ୍ୱିଟ୍ ଜୁଭେନାଇଲ ଜଷ୍ଟିସ ଆକ୍ଟ, ୨୦୧୫ ଏବଂ ଶିଶୁ ଯୌନ ଅପରାଧ ଅଧିନିୟମ (POCSO)ର ଧାରା ୨୩କୁ ଉଲ୍ଲଂଘନ କରୁଛି ବୋଲି ଶିଶୁ ଅଧିକାର ଆୟୋଗ କହିଥିଲା। ଅଭିଯୋଗକୁ ଟ୍ୱିଟର ଗ୍ରହଣ କରିବା ପରେ ରାହୁଲ ଗାନ୍ଧୀଙ୍କ ଏହି ବିବାଦୀୟ ଟ୍ୱିଟକୁ ହଟାଇ ଦେଇଛି। ଯେଉଁଥିରେ ପୀଡିତାଙ୍କ ପରିବାର ଲୋକଙ୍କ ଫଟୋ ରହିଥିଲା।

ସୂଚନାଯୋଗ୍ୟ, ଅଗଷ୍ଟ ୧ (ରବିବାର) ଦିଲ୍ଲୀ ନାଙ୍ଗଲ ଗାଓଁର ୯ ବର୍ଷର ନାବାଳିକା ଦୁଷ୍କର୍ମ ଏବଂ ହତ୍ୟାର ଶିକାର ହୋଇଥିଲେ। ଏହାପରେ ଅଗଷ୍ଟ ୪ରେ ପୀଡ଼ିତାଙ୍କ ପରିବାରକୁ ଭେଟିଥିଲେ କଂଗ୍ରେସ ନେତା ରାହୁଲ ଗାନ୍ଧୀ। ସୁରକ୍ଷା ଦୃଷ୍ଟିରୁ ତାଙ୍କ ସୁରକ୍ଷାକର୍ମୀ କାରରୁ ଓହ୍ଲାଇବାକୁ ଦେଇ ନଥିଲେ। ତେଣୁ କାର ଭିତରେ ରାହୁଲ ଗାନ୍ଧୀ ମୃତକଙ୍କ ପରିବାର ଲୋକଙ୍କ ସହ କଥା ହୋଇଥିଲେ। ଆଉ ସେହି ସମୟର ଏକ ଫଟୋକୁ ରାହୁଲ ଟ୍ୱିଟ୍ କରି ସାର୍ବଜନୀନ କରି ଦେଇଥିଲେ।

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ ମଧ୍ୟ ପୀଡ଼ିତାଙ୍କ ପରିବାରକୁ ଭେଟିଥିଲେ। ସେ ଏପରି ଘଟଣାକୁ ଜଘନ୍ୟ ଅପରାଧ ବୋଲି କହିଥିଲେ। ଛୋଟ ଛୁଆର ମୃତ୍ୟୁର ଯେଉଁ କ୍ଷତି ଘଟିଛି ତାର କ୍ଷତି ପୂରଣ କରି ହେବନି। କିନ୍ତୁ ଦିଲ୍ଲୀ ସରକାର ମୃତକଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କାର କ୍ଷତିପୂରଣ ଦେବେ ବୋଲି କହିଥିଲେ। ଏଥିସହ ମାଜ୍ରିଷ୍ଟ୍ରେଟ ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

The post ରାହୁଲ ଗାନ୍ଧୀଙ୍କ ବିରୋଧରେ ଟ୍ୱିଟର ନେଲା କାର୍ଯ୍ୟାନୁଷ୍ଠାନ appeared first on Odisha Reporter.



from Odisha Reporter https://ift.tt/3jyVSWu

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages