ସମୁଦ୍ର ଭିତରେ ସିକ୍ରେଟ୍‌ ସୈନ୍ୟ ଆଡ୍ଡା କରୁଛି ଭାରତ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, August 9, 2021

ସମୁଦ୍ର ଭିତରେ ସିକ୍ରେଟ୍‌ ସୈନ୍ୟ ଆଡ୍ଡା କରୁଛି ଭାରତ!

ନୂଆଦିଲ୍ଲୀ:  ଶତ୍ରୁକୁ ମାତ୍‌ ଦେବାକୁ ପ୍ରସ୍ତୁତି ଚଳାଇଛି ଭାରତ। ସମୁଦ୍ର ଭିତରେ ତିଆରି ଚାଲିଛି ଭାରତର ସିକ୍ରେଟ ସୈନ୍ୟ ଆଡ୍ଡା। ଭାରତ ମହାସାଗର ମଧ୍ୟରେ ଥିବା ମରିସସ୍‌ ଦ୍ୱୀପ ନିକଟରେ ନିର୍ମାଣ ହେଉଛି ଗୁପ୍ତ ସୈନ୍ୟ ଶିବିର। ସମୁଦ୍ରରେ ନିଜ ଶକ୍ତି ଜାହିର କରିବାକୁ ଏହି ସୈନ୍ୟ ଆଡ୍ଡା କରୁଛି ଭାରତ। ଅନ୍ତରାଷ୍ଟ୍ରୀୟ ଗଣମାଧ୍ୟମ ଅଲ ଜଜିରାର ଏକ ରିପୋର୍ଟ ଆଧାରରେ ଏଭଳି ଦାବି କରିଛି।

ଅଲ ଜଜିରାର ତଥ୍ୟ ମୁତାବକ, ମରିସସ୍ ଠାରୁ ୧୧୦୦ କିଲୋମିଟର ଦୂର ଅଗାଲେଗା ଦ୍ୱୀପରେ ଭାରତ ନିଜ ସୈନ୍ୟ ଆଡ୍ଡା ନିର୍ମାଣ କରୁଛି। ସାଟେଲାଇଟ୍ ଇମେଜରୁ ଭାରତୀୟ ସେନାର ଏହି ନିର୍ମାଣ କାର୍ଯ୍ୟ ସ୍ପଷ୍ଟ ହୋଇଛି। ଏଠାରେ ଭାରତ ୩ କିଲୋମିଟର ଲମ୍ବ ଅନ୍ତରାଷ୍ଟ୍ରିୟ ସ୍ତରୀୟ ବିମାନ ବନ୍ଦର ନିର୍ମାଣ କରୁଛି, ଯାହା ଦ୍ୱାରା ଭାରତୀୟ ବାୟୁ ସେନାର ଲଢୁଆ ବିମାନ ଏଠାରେ ସହଜରେ ଅବତରଣ କରିପାରିବ।

ଏଥିସହ ଦ୍ୱୀପ କୂଳରେ ଜାହଜ ଏବଂ ବୋଟଗୁଡିକୁ ଅଟକାଇବା ପାଇଁ ଜରୁରୀ ଇନ୍‌ଫ୍ରାଷ୍ଟ୍ରକ୍‌ଚର ନର୍ମାଣ କରୁଛି ଭାରତ। P-8I ଭାରତୀୟ ସାମୁଦ୍ରିକ ପାଟ୍ରୋଲିଂ ବିମାନ ଦ୍ୱାରା ଏଠାରେ ସର୍ଭେଲାନ୍ସ କାର୍ଯ୍ୟ କରାଯିବ।  ସମୁଦ୍ର ପଥରେ ଆମେରିକା, ଚିନ୍, ବ୍ରିଟେନ୍ ଓ ଫ୍ରାନ୍ସ ପରି ସୁପର ପାୱାରମାନଙ୍କର ଶକ୍ତି ପ୍ରଦର୍ଶନ ପରେ ଏବେ ଏହି ପାୱାର ଗେମରେ ଭାରତ ମଧ୍ୟ ସାମିଲ ହେବାକୁ ଯାଉଛି।

ଅଗାଲେଗ ହିନ୍ଦ ମହାସାଗରରେ ସ୍ଥିତ ମରିସସ ଦ୍ୱୀପ ନିକଟରେ ଥିବା ଏକ ଛୋଟ ଦ୍ୱୀପ। ମରିସର ଠାରୁ ଏହା ପ୍ରାୟ ୧୦୦୦ କିଲୋମିଟର ଦୂରରେ ଉତ୍ତରରେ ଅବସ୍ଥିତ। ଏହା ୧୨ କିଲୋମିଟର ଲମ୍ବା ଓ ଅଢେଇ କିଲୋମିଟର ଚଉଡା। ଏଠାରେ ଖୁବ୍ କମଲୋକ ବସବାସ କରନ୍ତି। ଏଠିକାର ଲୋକସଂଖ୍ୟା ପ୍ରାୟ ୩୦୦ରୁ ୩୫୦ ମଧ୍ୟରେ ହେବ।

ବିଶେଷକ କଥା ହେଉଛି ଯେ, ଅଗାଲେଗ ଦ୍ୱୀପ ଠାରୁ କିଛି ଦୂରରେ ଆମେରିକାର ସୈନ୍ୟ ଶିବିର ଡିଏଗୋ ଗାର୍ସିଆ, ଚୀନର ସୈନ୍ୟ ଶିବିର ଜିବୁତି, ଫ୍ରାନ୍ସର ସାମିରିକ ବେସ ରିୟୁନିୟୋ ନିର୍ମାଣ କରାଯାଇଛି।

The post ସମୁଦ୍ର ଭିତରେ ସିକ୍ରେଟ୍‌ ସୈନ୍ୟ ଆଡ୍ଡା କରୁଛି ଭାରତ! appeared first on Odisha Reporter.



from Odisha Reporter https://ift.tt/2X9kDkG

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages