ଅମରାବତୀ: ଆନ୍ଧ୍ରପ୍ରଦେଶର ସି ପ୍ରସନ୍ନ କୁମାର। ବୟସ ୨୩, ଘର ପ୍ରୋଡଟୁର ସହରରେ। ଶିକ୍ଷାଗତ ଯୋଗ୍ୟତା ବିଟେକ୍ ଡ୍ରପ୍ ଆଉଟ୍। ବୟସ ଏବଂ ଶିକ୍ଷାଗତ ଯୋଗ୍ୟତାର ଯଦିଓ ପରିପକ୍ୱତା ନାହିଁ ହେଲେ ଏହି ଯୁବକ ଜଣଙ୍କ ୩୦୦ରୁ ଅଧିକ ଯୁବତୀ ଏବଂ ମହିଳାଙ୍କ ସହ ଶାରୀରିକ ସମ୍ପର୍କ ରଖିଥିବା ଜଣାପଡ଼ିଛି। ପ୍ରସନ୍ନ ଶାରୀରିକ ସମ୍ପର୍କ ରଖିବା ବେଳର ବିଭିନ୍ନ ଫଟୋ ଏବଂ ଭିଡିଓ ରେକର୍ଡିଂ କରି ସଂପୃକ୍ତ ଯୁବତୀଙ୍କ ପାଖରୁ ଟଙ୍କା ଆଦାୟ କରୁଥିବା ପୁଲିସ ଆଗରେ କହିଛି। ରବିବାର ଆନ୍ଧ୍ରପ୍ରଦେଶ ପୁଲିସ ଏହି କରିତକର୍ମା ଯୁବକ ବାବଦରେ ସୂଚନା ଦେଇଛି।
ମିଳିଥିବା ସୂଚନା ଅନୁଯାୟୀ ପ୍ରସନ୍ନ ଯୁବତୀଙ୍କ ସହ ପ୍ରଥମେ ସୋଶାଲ ମିଡିଆ ଜରିଆରେ ଯୋଡ଼ି ହେଉଥିଲା। ପରେ ସମ୍ପର୍କ ବଢ଼ାଇ ଯୁବତୀଙ୍କ ସହ ଶାରୀରିକ ସମ୍ପର୍କ ରଖୁଥିଲା। ପ୍ରସନ୍ନ ଏହି କୁତ୍ସିତ କାରନାମାରେ ସାମିଲ ହେବା ପୂର୍ବରୁ ଏକ ସୁନା ହାର ଚୋରି ମାମଲାରେ ୨୦୧୭ରେ ଗିରଫ ହୋଇଥିବା ଜଣାପଡ଼ିଛି। ପରେ ସେ ଜାମିନରେ ବାହାରିବା ପରେ ଯୁବତୀଙ୍କ ସହ ଶାରୀରିକ ସମ୍ପର୍କ ରଖି ପଇସା ରୋଜଗାର କରୁଥିବା କଡପା ଥାନା ଅଧିକାରୀ ବି ସୁନୀଲ କୁମାର କହିଛନ୍ତି।
ଅଗଷ୍ଟ ୧ରେ ପ୍ରସନ୍ନ ଏହି ମାମଲାରେ ଗିରଫ ହେବା ପୂର୍ବରୁ ଜୁନ ଏବଂ ଜୁଲାଇରେ ଚାକିରି ଦେବା ନାଁରେ ଠକେଇ ଅଭିଯୋଗ ଏବଂ ଜଣଙ୍କ ଘର ଭାଙ୍ଗିଦେବା ମାମଲାରେ ଗିରଫ ହୋଇଥିଲା। ଏହି ସମୟରେ ପୁଲିସ ଜେରା କରି ପ୍ରସନ୍ନର ଏହି ଗୁମର ଫିଟାଇଛି। କଡପା ପୁଲିସ ପ୍ରସନ୍ନକୁ ଗିରଫ କରିବା ବେଳେ ୧.୨୬ ଲକ୍ଷ ନଗଦ ଟଙ୍କା, ୩୦ ଗ୍ରାମ ସୁନା ଜବତ କରିଛି। ସୁନୀଲ କୁମାର କହିଛନ୍ତି ଯେ ଜେରା ବେଳେ ସୁନୀଲ ସ୍ୱୀକାର କରିଛି ଯେ ସେ କିଭଳି ଯୁବତୀ ମାନଙ୍କ ସହ ମିଶୁଥିଲା। ପରେ ଶାରୀରିକ ସମ୍ପର୍କ ରଖିଥିଲା ଏବଂ ପରେ ଅନ୍ତରଙ୍ଗ ମୂହୁର୍ତ୍ତର ଭିଡିଓ, ଫଟୋ ଆଦି ଦେଖାଇ ଯୁବତୀଙ୍କ ପାଖରୁ ସୁନା, ଗହଣା ଓ ଟଙ୍କା ଆଣୁଥିଲା।
ସୁନୀଲ ୨୦୦ରୁ ଅଧିକ ଯୁବତୀ ଏବଂ ୧୦୦ରୁ ଅଧିକ ମଧ୍ୟମ ବୟସର ଯୁବତୀଙ୍କ ସହ ଶାରୀରିକ ସମ୍ପର୍କ ରଖିଥିଲା। ଏହି ମହିଳାମାନେ ହାଇଦ୍ରାବାଦ, ବିଜୟଓ୍ୱାଡା ଏବଂ କଡପା ଅଞ୍ଚଳର ବୋଲି ଜଣାପଡ଼ିଛି। ହେଲେ ଏଯାବତ କୌଣସି ପୀଡ଼ିତା ଅଭିଯୋଗ କରିନାହାନ୍ତି ବୋଲି ପୁଲିସ କହିଛି।
The post ୨୩ ବର୍ଷରେ ୩୦୦ରୁ ଅଧିକ ଯୁବତୀଙ୍କ ସହ ଶାରୀରିକ ସମ୍ପର୍କ, ବାନ୍ଧିନେଲା ପୁଲିସ appeared first on Odisha Reporter.
from Odisha Reporter https://ift.tt/3ihInLt
No comments:
Post a Comment