ମୁମ୍ବାଇ: ଅଶ୍ଳୀଳ ଫିଲ୍ମ ତିଆରି ମାମଲାରେ ଗିରଫ ରାଜ କୁନ୍ଦ୍ରାଙ୍କ ଦିନକୁ ଦିନ ବଢ଼ୁଛି ଅଡୁଆ। ତାଙ୍କ ଗିରଫଦାରୀର ହୋଇଛି ଖୁଲାସା। ରାଜଙ୍କ ବିରୋଧରେ ବଡ଼ ବୟାନ ଦେଲେ ସରକାରୀ ଓକିଲ।
ଇ-ଟାଇମ୍ସର ରିପୋର୍ଟ ମୁତାବକ, ପ୍ରମାଣ ନଷ୍ଟ କରିବାକୁ ଚେଷ୍ଟା କରୁଥିଲେ ରାଜ କୁନ୍ଦ୍ରା। ସେ ହ୍ୱାଟସଆପ୍ ଗ୍ରୁପ ଚାଟ୍ ଏବଂ ଚାଟ୍ ଡିଲିଟ୍ କରୁଥଲେ । ଏଥିସହ ତାଙ୍କ ବିରୋଧରେ ଥିବା ଅନେକ ପ୍ରମାଣକୁ ନଷ୍ଟ କରିବାକୁ ରାଜ ପ୍ରୟାସ କରୁଥିଲେ ବୋଲି ସରକାରୀ ଓକିଲ ଅରୁଣା ପାଇ ବମ୍ବେ ହାଇକୋର୍ଟଙ୍କୁ କହିଛନ୍ତି।
ଅରୁଣା ପାଇ ଆହୁରି ଖୁଲାସା କରିଛନ୍ତି ଯେ, ମୁମ୍ବାଇ କ୍ରାଇମବ୍ରାଞ୍ଚ ଦୁଇଟି ଆପ୍ରୁ ୫୧ଟି ପର୍ଣ୍ଣ ଫିଲ୍ମ ସିଜ୍ କରିଛି। ଏହି ଦୁଇଟି ଯାକ ଆପ୍ ରାଜ କୁନ୍ଦ୍ରାଙ୍କ, ଯାହର ନାଁ ୱଲିଫେମ ଏବଂ ହଟ୍ସଟ୍। ଅରୁଣା ପାଇ ଏହା ମଧ୍ୟ କହିଛନ୍ତି ଯେ ରାଜ କୁନ୍ଦ୍ରାଙ୍କ ତରଫରୁ ତାଙ୍କ ଭିଣେଇ ପ୍ରଦୀପ ବକ୍ସିଙ୍କ ସହ ତାଙ୍କ ହଟସଟ ଆପରେ ଏକ ଇମେଲ ମଧ୍ୟ ସେୟାର କରାଯାଇଛି।
ରପୋର୍ଟ ମୁତାବକ ଗତ ଜୁଲାଇ ୧୯ରେ ମୁମ୍ବାଇ କ୍ରାଇମବ୍ରାଞ୍ଚ ବ୍ୟବସାୟୀ ରାଜ କୁନ୍ଦ୍ରାଙ୍କୁ ଗିରଫ କରିଥିଲା। ତେବେ ଏହି ଗିରଫଦାରୀକୁ ତାଙ୍କ ଓକିଲ କିନ୍ତୁ ଅବୈଧ ବୋଲି କହିଥିଲେ। ଏହାର ଜବାବରେ ସରକାରୀ ଓକିଲ ଅରୁଣା ପାଇ ବେମ୍ବ ହାଇକୋର୍ଟଙ୍କୁ ରାଜ କୁନ୍ଦ୍ରାଙ୍କ ଗିରଫଦାରୀର ପ୍ରକୃତ କାରଣ ବିଷୟରେ ସୂଚନା ଦେଇଛନ୍ତି।
ସୂଚନାଯୋଗ୍ୟ ଯେ, ୨୭ ଜୁଲାଇରେ ରାଜ କୁନ୍ଦ୍ରାଙ୍କୁ କୋର୍ଟରେ ହାଜର କରାଯାଇଥିଲା। ଏହାପରେ କୋର୍ଟ ତାଙ୍କୁ ୧୪ ଦିନ ପୁଲିସ ହେପାଜତକୁ ପଠାଇ ଦେଇଥିଲେ। ବର୍ତ୍ତମାନ ରାଜ କୁନ୍ଦ୍ରା ଜେଲରେ ବନ୍ଦୀ ଅଛନ୍ତି। ଅଶ୍ଳୀଳ ଫିଲ୍ମ ତିଆରି ମାମଲାରେ ପୁଲିସ ଏଯାଏଁ ୧୧ ଜଣଙ୍କୁ ଗିରଫ କରିସାରିଛି। ଏହି ମାମଲାରେ ରାଜ କୁନ୍ଦ୍ରାଙ୍କ ପତ୍ନୀ ଶିଳ୍ପା ସେଟ୍ଟୀଙ୍କ ଭୂମିକା କ’ଣ ରହିଛି ସେ ନେଇ ଏଯାଏଁ କିଛି ସ୍ପଷ୍ଟ ହୋଇନାହିଁ । କିନ୍ତୁ ପୁଲିସ ତରଫରୁ ଶିଳ୍ପଙ୍କୁ ବର୍ତ୍ତମାନ କ୍ଲିନ୍ ଚିଟ୍ ମିଳିନାହିଁ।
ସେପଟେ ପୁଲିସ ରାଜ କୁନ୍ଦ୍ରାଙ୍କ ସହଯୋଗୀ ୟଶ୍ ଠାକୁରଙ୍କ ଏହି ମାମଲରେ କ’ଣ ସମ୍ପର୍କରେ ରହିଛି ସେ ନେଇ ତଦନ୍ତ କରୁଛି। ମଧ୍ୟପ୍ରଦେଶ ଏବଂ ଉତ୍ତରପ୍ରଦେଶରେ ଆଡଲ୍ଟ କେଣ୍ଟଣ୍ଟ ଡିଷ୍ଟ୍ରିବ୍ୟୁସନରେ ୟଶ ଠାକୁର ଓରଫ୍ ଅରବିନ୍ଦ ଶ୍ରୀବାସ୍ତବଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ଥିବା ଅଭିଯୋଗ ହୋଇଛି। ତେବେ ତାଙ୍କ ବିରୋଧରେ ଆସିଥିବା ସମସ୍ତ ଅଭିଯୋଗକୁ ୟଶ ଠାକୁର ଅସ୍ୱୀକାର କରିଛନ୍ତି। ତାଙ୍କୁ ଏହି ମାମଲାରେ ଫସାଇବାକୁ ଉଦ୍ୟମ କରାଯାଉଥିବା ସେ କହିଛନ୍ତି।
The post ବଡ଼ ବୟାନ ଦେଲେ ଓକିଲ, ପ୍ରମାଣ ନଷ୍ଟ କରୁଥିଲେ ରାଜ appeared first on Odisha Reporter.
from Odisha Reporter https://ift.tt/3lmrLUE
No comments:
Post a Comment