ନବରଙ୍ଗପୁର(ନବଘନ ବିଶୋୟୀ): ଉଲକା ପିଣ୍ଡ ଆବିଷ୍କାର କଲେ ନବରଙ୍ଗପୁର ଜିଲ୍ଲା ଗାଦବାଗୁଡା ସାହିର ବନିତା ଦାସ l ଏହି ଉଲାକାପିଣ୍ଡର ନାମକରଣ ତାଙ୍କ ନାମ ଅନୁସାରେ କରାଯିବ। । ଓଡ଼ିଶାର ଏକମାତ୍ର ଛାତ୍ରୀ ଓ ପ୍ରଥମ ଓଡ଼ିଆ ଭାବେ ମହାକାଶ ଗବେଷଣା କ୍ଷେତ୍ରରେ ବିରଳ ସଫଳତା ହାସଲ କରିଛନ୍ତି ବନିତା ଦାସ l ସେ ମହାକାଶରେ ଥିବା ଏକ ଉଲାକା ପିଣ୍ଡକୁ ଆବିଷ୍କାର କରି ନବରଙ୍ଗପୁର ଜିଲ୍ଲାକୁ ସାରାଦେଶରେ ପରିଚୟ ଦେବାରେ ସକ୍ଷମ ହୋଇପାରିଛନ୍ତି l ଏଥିପାଇଁ ଆନ୍ତର୍ଜାତୀୟ ସ୍ତରରେ ମଧ୍ୟ ବେଶ୍ ପ୍ରଶଂସିତ ହୋଇଛନ୍ତି ବନିତା।
ନବରଙ୍ଗପୁର ସହର ଗାଦବାଗୁଡା ସାହିର ବନବିହାରୀ ଦାସମହାପାତ୍ର ଓ ତୃପ୍ତିରାଣୀ ଦାସମହାପାତ୍ରଙ୍କ ବଡ଼ଝିଅ ବନିତା ପିଲା ବେଳୁ ମହାକାଶ ବୈଜ୍ଞାନିକ ହେବାକୁ ଆଶା ରଖିଥିଲେ l ଏଥିପାଇଁ ଅଧ୍ୟବସାୟ ମଧ୍ୟ ଜାରି ରଖିଥିଲେ। ବାପା ବନବିହାରୀ ଦାସ ନବୋଦୟ ବିଦ୍ୟାଳୟରେ ଚାକିରୀ କରିଛନ୍ତି। ତେଣୁ ତାଙ୍କ ସଙ୍ଗେ ବନିତା ମଧ୍ୟ ବିଭିନ୍ନ ନବୋଦୟ ବିଦ୍ୟାଳୟରେ ଅଧ୍ୟୟନ କରିଛନ୍ତି l
ବନୀତା ଏବେ ମଧ୍ୟପ୍ରଦେଶସ୍ଥିତ ଅନୁପୁରର ଜବାହାର ନବୋଦୟ ବିଦ୍ୟାଳୟରେ ଦଶମ ଶ୍ରେଣୀରେ ଅଧ୍ୟୟନରତ l ଏହା ପୂର୍ବରୁ ସେ ମାଲକାନଗିରିର ଜବାହାର ନବୋଦୟ ବିଦ୍ୟାଳୟରେ ଅଧ୍ୟୟନ କରୁଥିଲେ l
ବିଦ୍ୟାଳୟ ସ୍ତରରେ ପିଲାଙ୍କ ଉଲ୍କାପିଣ୍ଡ ସନ୍ଧାନ କାର୍ଯ୍ୟକ୍ରମରେ ନବୋଦୟ ବିଦ୍ୟାଳୟ ପକ୍ଷରୁ ଭାଗ ନେଇ ଆନ୍ତର୍ଜାତିକସ୍ତରରେ ସେ ସଫଳତା ହାସଲ କରିଛନ୍ତି l ଭାରତ ସରକାରଙ୍କ ମୁଖ୍ୟ ବୈଜ୍ଞାନିକ ପରାମର୍ଶଦାତା ଓ ଭାରତୀୟ ମହାକାଶ ଗବେଷଣା ସଂଗଠନ ଆନୁକୂଲ୍ୟରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା
ବନୀତାଙ୍କ ଏହି ଆବିଷ୍କାରକୁ ମହାକାଶ ସଂସ୍ଥା ନାସା ଓ ଅର୍ନ୍ତରାଷ୍ଟ୍ରୀୟ ଜୋତିର୍ବିଜ୍ଞାନ ପରିଷଦ ପରୀକ୍ଷା କରିବା ପରେ ଅନୁମୋଦନ କରିଛନ୍ତି l ସମଗ୍ର ବିଶ୍ୱରେ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ମଧ୍ୟରେ ଏହି ଅଭିଯାନ ଆୟୋଜିତ ହୋଇଥିଲା l
ହାୱାଇରେ ଥିବା ଟେଲିସ୍କୋପର ସଫ୍ଟୱେୟାର ଇମେଜ ମାଧ୍ୟମରେ ସେ ଉଲ୍କାପିଣ୍ଡ ଖୋଜି ବାହାର କରିବାରେ ସକ୍ଷମ ହୋଇପାରିଛନ୍ତି l ଏହି ଉଲ୍କାପିଣ୍ଡର ଗତିବିଧିକୁ ବିଶ୍ଳେଷଣ କରି ଆଗାମୀ ବର୍ଷ ମଧ୍ୟରେ ଏହାର ଗତିପଥ ଜାଣିହେବ । ଆଗକୁ ଏହି ଉଲାକାପିଣ୍ଡର ନାମକରଣ ତାଙ୍କ ନାମ ଅନୁସାରେ କରାଯିବ ବୋଲି ସୂଚନା ମିଳିଛି l
ଏଥିପାଇଁ ମହାକାଶ ଗବେଷଣା ସଂସ୍ଥା ଗତ ଜାନୁଆରୀରେ ବନିତାଙ୍କୁ କଠିନ ପ୍ରଶିକ୍ଷଣ ପ୍ରଦାନ କରିଥିଲେ। ଏପରି ମହାକାଶ ଗବେଷଣାରେ ସାମିଲ ହେବାରେ ସେ ହେଉଛନ୍ତି ପ୍ରଥମ ଓଡିଆ ଛାତ୍ରୀ l ତାଙ୍କର ଏହି ସଫଳତା ପାଇଁ ବନିତାଙ୍କ ନବରଙ୍ଗପୁରସ୍ଥିତ ବଡବାପା ପୂର୍ଣ୍ଣଚନ୍ଦ୍ର ମହାପାତ୍ରଙ୍କ ପରିବାର ଖୁସି ପ୍ରକଟ କରିବା ସହ ସରକାର ବନିତାଙ୍କ ଉଚ୍ଚ ଶିକ୍ଷା ପ୍ରତି ସହଯୋଗ ପ୍ରଦାନ କଲେ ଆଗକୁ ବନିତାଙ୍କ ଉଜ୍ଜ୍ୱଳ ଭବିଷ୍ୟତ ହୋଇ ପାରିବା ସହ ନବରଙ୍ଗପୁର ଜିଲ୍ଲାକୁ ଗର୍ବିତ କରିପାରିବେ ବୋଲି କହିଛନ୍ତି l
ବନିତା ଅନେକ ଜାତୀୟସ୍ତରୀୟ ପ୍ରତିଯୋଗିତାରେ ସଫଳ ପାଇଛନ୍ତି l ୨୦୧୯ ମସିହାରେ ସେ ଜାତୀୟ ବିଜ୍ଞାନ ପ୍ରଦର୍ଶନୀ ପାଇଁ ମନୋନୀତ ହୋଇ ଦିଲ୍ଲୀଠାରେ ତାଙ୍କର ବାୟୋ ପ୍ଲାଷ୍ଟିକ ପ୍ରକଳ୍ପକୁ ପ୍ରଦର୍ଶନ କରି ଉଚ୍ଚ ପ୍ରଶଂସିତ ହୋଇଥିଲେ l ସେହିଭଳି ୨୦୨୦ ମସିହାରେ ଭାରତସରକାରଙ୍କ ବିଜ୍ଞାନଓପ୍ରଯୁକ୍ତି ବିଦ୍ୟା ବିଭାଗ ଦ୍ୱାରା ଆୟୋଜିତ ଇନସ୍ପାୟାରମାନକ ଆୱାର୍ଡ ପାଇଁ ମନୋନୀତ ହୋଇଥିଲେ l ଚଳିତବର୍ଷ ସର୍ବ ଭାରତୀୟ ସ୍ୱଚ୍ଛତା ସାରଥୀ ଫିଲୋସପି ପାଇଁ ମନୋନୀତ ହୋଇଛନ୍ତି l ଅନ୍ୟପଟେ ସେ ଓଡ଼ିଶାର ପରମ୍ପରିକ ଲୋକକଳା ପଟ୍ଟଚିତ୍ର ଆଙ୍କିବାରେ ସିଦ୍ଧହସ୍ତ ।
ଅନ୍ୟପଟେ ନିଜ ସଫଳତାରେ ବେଶ୍ ଖୁସି ଥିବା ବନିତା ଭବିଷ୍ୟତରେ ଜଣେ ମହାକାଶ ବିଜ୍ଞାନୀ ହେବାକୁ ଲକ୍ଷ୍ୟ ରଖିଛନ୍ତି l
The post ପ୍ରଥମ ଓଡ଼ିଆ ଭାବେ ବନିତାଙ୍କ ସଫଳତା; ଆବିଷ୍କାର କଲେ ଉଲକା ପିଣ୍ଡ appeared first on Odisha Reporter.
from Odisha Reporter https://ift.tt/3lpsQLw
No comments:
Post a Comment