ଚେନ୍ନାଇ: ତାମିଲନାଡୁ ବିଜେପିରେ ଦଳୀୟ କନ୍ଦଳ ସହ ଅଶ୍ଳୀଳ ଭିଡିଓ କଲ୍ ଘଟଣା ଦିନକୁ ଦିନ ତୀବ୍ର ହେବାରେ ଲାଗିଛି। ଗୋଟିଏ ଭାଇରାଲ ଅଶ୍ଳୀଳ ଭିଡିଓ କଲ୍ ଅଭିଯୋଗ ଘଟଣାରେ ତାମିଲନାଡୁ ବିଜେପିର ସାଧାରଣ ସମ୍ପାଦକ କେଟି ରାଘବନ ଆଜି ନିଜ ପଦରୁ ଇସ୍ତଫା ଦେଇଛନ୍ତି।
ଏହି ଭାଇରାଲ ଭିଡିଓରେ କେଟି ରାଘବନଙ୍କ ଭଳି ଦେଖାଯାଉଥିବା ଜଣେ ବ୍ୟକ୍ତି ବିଜେପିର ଜଣେ ମହିଳା କର୍ମୀଙ୍କ ସହ ଅଶ୍ଳୀଳ ଭିଡିଓ କଲରେ କଥା ହେଉଥିବା ଦେଖିବାକୁ ମିଳିଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଏହି ଭିଡିଓଟିକୁ ବିଜେପିର ଆଉ ଜଣେ ନେତା ମଦନ ରାମଚନ୍ଦ୍ରନ ହିଁ ୟୁଟ୍ୟୁବରେ ପୋଷ୍ଟ କରିଛନ୍ତି।
ତେବେ ରାଘବନ ଏହି ଅଭିଯୋଗକୁ ଖଣ୍ଡନ କରିବା ସହ ଘଟଣା ବିରୋଧରେ ସେ ଆଇନର ଆଶ୍ରୟ ନେବେ ବୋଲି କହିଛନ୍ତି। ସେ କହିଛନ୍ତି, “ତାମିଲନାଡୁର ଜନସାଧାରଣ, ପାର୍ଟିର କର୍ମକର୍ତ୍ତା ଓ ଯେଉଁମାନେ ମୋ ସହ ପରିଚିତ, ସେମାନେ ଭଲ ଭାବେ ମୁଁ କ’ଣ ସେକଥା ଜାଣିଛନ୍ତି।
ମୁଁ ଦୀର୍ଘ ୩୦ ବର୍ଷ ହେଲାଣି ବିନା ଲାଭରେ କାମ କରି ଚାଲିଛି। ଆଜି ସକାଳେ ମୋର ଗୋଟିଏ ଭିଡିଓ ସୋଶାଲ ମିଡିଆରେ ଶେୟାର ହୋଇଥିବା ମୁଁ ଜାଣିବାକୁ ପାଇଛି। ମୋତେ ଓ ମୋ ଦଳକୁ ବଦନାମ କରିବା ପାଇଁ ଏପରି ଭିଡିଓ ରିଲିଜ କରାଯାଇଛି। ଏହି ଘଟଣାକୁ ନେଇ ବେଶ ଶାନ୍ତିର ସହ ମୁଁ ରାଜ୍ୟ ସଭାପତି ଆନ୍ନାମାଲାଇଙ୍କ ସହ କଥା ହୋଇଛି। ଏବେ ମୁଁ ମୋ ପଦରୁ ଇସ୍ତଫା ଦେଉଛି। ନ୍ୟାୟ ମୋତେ ନିଶ୍ଚୟ ମିଳିବ।”
ମଦନ ଡାଏରୀରେ ଭିଡିଓକୁ ରିଲିଜ୍ କରିଥିବା ରବିଚନ୍ଦ୍ରନ କହିଛନ୍ତି, ସେ ଓ ତାଙ୍କ ଟିମ ଏଭଳି ୧୫ ଜଣ ନେତାଙ୍କ ଭିଡିଓ ରଖିଛନ୍ତି। ସମୟ ଆସିଲେ ଗୋଟିଏ ପରେ ଗୋଟିଏ ଭିଡିଓ ଛଡ଼ା ଯିବ। ବିଜେପି ନେତ୍ରୀମାନଙ୍କୁ ବଳପୂର୍ବରୁ ବୁଝାମଣା ଓ ଯୌନ ନିର୍ଯାତନା ଦିଆଯାଉଥିବା ଅଭିଯୋଗ ଆସୁଥିଲା। ଏଥିପାଇଁ ଏପରି ଷ୍ଟିଙ୍ଗ କରି ଦଳୀୟ ନେତାଙ୍କୁ ଗୁମର ଖୋଲା ଯାଉଥିବା ସେ କହିଛନ୍ତି।
ଅନ୍ୟପକ୍ଷରେ ରାଜ୍ୟ ବିଜେପି ସଭାପତି ଆନ୍ନାମାଲାଇ ଘଟଣାକୁ ନେଇ ରବିଚନ୍ଦ୍ରନଙ୍କୁ ପ୍ରଶ୍ନ କରିବା ସହ ଏହା ଆଦୌ ଗ୍ରହଣୀୟ ନୁହେଁ ବୋଲି କହିଛନ୍ତି।
The post ଅଶ୍ଳୀଳ ଭିଡିଓ କଲ୍ ଅଭିଯୋଗ ପରେ ପଦ ଛାଡ଼ିଲେ ବିଜେପି ନେତା appeared first on Odisha Reporter.
from Odisha Reporter https://ift.tt/3yakryt
No comments:
Post a Comment