ସଲମାନଙ୍କ ପରେ ମନୋଜଙ୍କୁ ଟାର୍ଗେଟ, ମାମଲା କୋର୍ଟରେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, August 25, 2021

ସଲମାନଙ୍କ ପରେ ମନୋଜଙ୍କୁ ଟାର୍ଗେଟ, ମାମଲା କୋର୍ଟରେ

ମୁମ୍ବାଇ: ବିବାଦ ଓ ଫିଲ୍ମ ସମୀକ୍ଷକ କେଆରକେଙ୍କ ସମ୍ପର୍କ ବହୁ ପୁରୁଣା। ସବୁବେଳେ କିଛି ନା କିଛି ବିବାଦରେ ଫସି ଲାଇମ୍‌ଲାଇଟ୍‌ରେ ରହିବାକୁ ପସନ୍ଦ କରନ୍ତି କମାଲ ଆର ଖାନ ।  କିଛି ଦିନ ପୂର୍ବେ ଭାଇଜାନଙ୍କ ସହ ପଙ୍ଗା ନେଇ ଶେଷରେ ପଛ ଘୁଞ୍ଚା ଦେଇଥିବା କେଆରକେ ଏବେ ପୁଣି ଏକ ବିବାଦକୁ ଡାକି ଆଣିଛନ୍ତି। ଏଥର ଫ୍ୟାମିଲି ମ୍ୟାନ୍‌ ମନୋଜ ବାଜପେୟୀଙ୍କ ସହ ସେ  ମୁହାଁମୁହିଁ ହୋଇଛନ୍ତି। ଏପରିକି ମାମଲା କୋର୍ଟରେ ପହଞ୍ଚିଛି।

କମାଲ ଖାନ ୨୬ ଜୁଲାଇରେ କରିଥିବା ଏକ ଟ୍ୱିଟ୍‌କୁ ନେଇ ଆରମ୍ଭ ହୋଇଥିଲା ବିବାଦ । ସେ ନିଜର ଏହି ଟ୍ୱିଟରେ ସିଧାସଳଖ ମନୋଜଙ୍କୁ ଟାର୍ଗେଟ କରିଛନ୍ତି।  କମାଲ ଲେଖିଛନ୍ତି, ୱେବ ସିରିଜ ଦେଖିବାକୁ ମୋ ପାଖରେ ସମୟ ନାହିଁ। ମୁଁ ଏତେ ବି ଫାଲତୁ ଲୋକ ନୁହେଁ । ନିଜ ଟ୍ୱିଟରେ କମାଲ ମନୋଜ ବାଜପେୟୀଙ୍କୁ ଜଣେ ଗଞ୍ଜଡିଆ ବୋଲି କହିବା ସହ ତାଙ୍କ ଫିଲ୍ମ କାହିଁକି ଦେଖୁଛ ବୋଲି ପ୍ରଶ୍ନ କରିଛନ୍ତି। ଯଦି ତୁମେ ବଲିଉଡରେ ଗଞ୍ଜଡିଆଙ୍କୁ ଘୃଣା କରିବା ଆରମ୍ଭ କରିବ ତେବେ ଏହି ତାଲିକା ବହୁତ ଲମ୍ବା ହେବ ବୋଲି ମଧ୍ୟ ଉଲ୍ଲେଖ କରିଛନ୍ତି।

ନିଜ ଭାବମୂର୍ତ୍ତି ଉପରେ ଆଞ୍ଚ ଆସିଥିବାରୁ ସବୁବେଳେ କୁଲ୍‌ ରହୁଥିବା ମନୋଜ ବାଜପେୟ ଏଥର ରାଗିପାଚି ନିଆଁ ହୋଇଯାଇଛନ୍ତି। କେଆରକେଙ୍କୁ ପାନେ ଦେବାକୁ ତାଙ୍କ ନାଁରେ କୋର୍ଟରେ ମାମଲା ରୁଜୁ କରିଛନ୍ତି।ଗତ ୨୪ ତାରିଖରେ ଇନ୍ଦୋରର ଏକ ଅଦାଲତରେ କମାଲଙ୍କ ନାଁରେ ଆଇପିସି ଧାରା-୫୦୦ ଅଧୀନରେ ମାନହାନୀ ମକଦ୍ଦମା ରୁଜୁ କରିଛନ୍ତି ମନୋଜ।

ମନୋଜଙ୍କ ଓକିଲ ପରେଶ ଏସ୍‌ ଯୋଶୀଙ୍କ କହିବା ମୁତାବକ, ଏହି ମାମଲାରେ ଅପରାଧିକ ମାନହାନୀ ମକଦ୍ଦମା ରୁଜୁ ପାଇଁ ଅପିଲ୍‌ କରାଯାଇଛି।  କମାଲ ଖାନ ୨୬ ଜୁଲାଇରେ କରିଥିବା ଏକ ଟ୍ୱିଟ୍‌କୁ ନେଇ ଆରମ୍ଭ ହୋଇଥିଲା ବିବାଦ । ମନୋଜ ବାଜପେୟୀଙ୍କୁ ବଦନାମ କରିବା ସହ ପ୍ରଶଂସକଙ୍କ ମଧ୍ୟରେ ତାଙ୍କ ପ୍ରତିଷ୍ଠା ବର୍ବାଦ କରିବାକୁ କମାଲ ଏପରି କରିଥିଲେ। ଏହାଦ୍ୱାରା ମର୍ମାହତ ହୋଇଥିବା ମନୋଜ ବାଜପେୟୀ ବ୍ୟକ୍ତିଗତ ରୂପେ ନିଜ ବୟାନ ରେକର୍ଡ କରିବାକୁ କୋର୍ଟରେ ପହଞ୍ଚିଥିଲେ।

କିଛି ଦିନ ପୂର୍ବେ କମାଲ ଖାନ୍‌ ଏପରି ଏକ ବିବାଦର ସାମନା କରିଥିଲେ। ରାଧେ ଫିଲ୍ମକୁ ନେଇ ନେଗେଟିଭ ଟ୍ୱିଟ କରିବା  ତାଙ୍କୁ ମହଙ୍ଗା ପଡ଼ିଥିଲା। ଏହାକୁ ନେଇ ସଲମାନ କୋର୍ଟରେ ମାନହାନୀ ମକଦ୍ଦମା କରିବା ପରେ କମାଲ ଖାନ ତାଙ୍କୁ କ୍ଷମା ମାଗିବା ସହ ଭବିଷ୍ୟତରେ କେବେକି ସଲମାନଙ୍କ ଫିଲ୍ମର ରିଭ୍ୟୁ କରିବେ ନାହିଁ ବୋଲି କହିଥିଲେ। ଏହାପରେ ମାମଲା ପ୍ରଶମିତ ହୋଇଥିଲା।

ଏବେ ପୁଣି ଥରେ ବିବାଦରେ ଫସିଥିବା କମାଲ ଖାନ ଏଥିରୁ କିପରି ବାହାରକୁ ଆସୁଛନ୍ତି ତାହା ଦେଖିବାକୁ ବାକି ରହିଲା।

The post ସଲମାନଙ୍କ ପରେ ମନୋଜଙ୍କୁ ଟାର୍ଗେଟ, ମାମଲା କୋର୍ଟରେ appeared first on Odisha Reporter.



from Odisha Reporter https://ift.tt/2XVZqLt

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages