ତୃତୀୟ ଟେଷ୍ଟର ପ୍ରଥମ ଦିନରେ ସଂପୂର୍ଣ୍ଣ ନିରାଶ କଲା ଟିମ୍‌ ଇଣ୍ଡିଆ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, August 25, 2021

ତୃତୀୟ ଟେଷ୍ଟର ପ୍ରଥମ ଦିନରେ ସଂପୂର୍ଣ୍ଣ ନିରାଶ କଲା ଟିମ୍‌ ଇଣ୍ଡିଆ

ଲିଡ୍ସ: ଦ୍ୱିତୀୟ ଟେଷ୍ଟରେ ଦମଦାର ବିଜୟ ହାସଲ କରିଥିବା ଟିମ୍‌ ଇଣ୍ଡିଆ ତୃତୀୟ ଟେଷ୍ଟର ପ୍ରଥମ ଦିନରେ ସଂପୂର୍ଣ୍ଣ ଫେଲ ମାରିଛି। ପ୍ରଥମେ ବ୍ୟାଟିଂରେ ମାଟି କାମୁଡ଼ିଥିବା ବିରାଟ ବାହିନୀ ବୋଲିଂରେ ମଧ୍ୟ ଆଦୌ ପ୍ରଭାବ ଦେଖାଇ ପାରିନି। ପ୍ରଥମ ଦିନକୁ ଘରୋଇ ଇଂଲଣ୍ଡ ସଂପୂର୍ଣ୍ଣ ଭାବେ କବଜା କରି ୪୨ ରନ୍‌ରର ଲିଡ୍‌ ମଧ୍ୟ ହାସଲ କରି ନେଇଛି।

ମାତ୍ର ୭୮ ରନ୍‌ରେ ଅଲଆଉଟ ହୋଇଥିବା ଭାରତ ପ୍ରଥମ ଦିନରେ ୪୨ ଓଭର ବୋଲିଂ କରିଥିଲେ ହେଁ ଇଂଲିଶ ଟିମ୍‌ର ଜଣେ ହେଲେ ବ୍ୟାଟସମ୍ୟାନଙ୍କୁ ଆଉଟ କରିପାରି ନାହିଁ। ଇଂଲଣ୍ଡର ଦୁଇ ଓପନର ଦମଦାର ବ୍ୟାଟିଂ କରି ପ୍ରଥମ ଦିନର ଖେଳ ଶେଷ ହେବା ଯାଏ ଅପରାଜିତ ରହିଛନ୍ତି।

ପ୍ରଥମ ଦିନର ଷ୍ଟମ୍ପ ଅପସାରଣ ବେଳକୁ ହସୀବ ହମିଦ ୬୦ ଓ ରୋରି ବର୍ନସ ୫୨ ରନ୍‌ କରି ଅପରାଜିତ ରହିଛନ୍ତି। ଇଂଲଣ୍ଡ ହାତରେ ସମସ୍ତ ୧୦ ୱିକେଟ ଥିବାରୁ ଦଳ ପ୍ରଥମ ଇନିଂସରେ ବିଶାଳ ଲିଡ୍‌ ହାସଲ କରିବା ଲକ୍ଷ୍ୟରେ ଆଜି ମୈଦାନକୁ ଓହ୍ଲାଇବ।

ଦୀର୍ଘ ଦିନ ପରେ ଟସ୍‌ ଜିତି ଟିମ୍‌ ଇଣ୍ଡିଆର ଅଧିନାୟକ ବିରାଟ କୋହଲି ଲିଡ୍ସରେ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ। କିନ୍ତୁ ଦଳ କ୍ରମାଗତ ୱିକେଟ ହରାଇ ଚାଲିଥିଲା। ଓପନର ରୋହିତ ଶର୍ମା ସଂଘର୍ଷ କରି ଦଳ ପକ୍ଷରୁ ସର୍ବାଧିକ ୧୯ ରନ୍‌ କରିବାକୁ ସକ୍ଷମ ହୋଇଥିଲେ। ତାଙ୍କ ପଛକୁ ଅଜିଙ୍କ୍ୟ ରାହଣେ (୧୮ରନ୍‌) ରହିଛନ୍ତି। ଏହି ଦୁଇ ଜଣଙ୍କୁ ଛାଡ଼ି ଦେଲେ ଆଉ କୌଣସି ଭାରତୀୟ ବ୍ୟାଟସମ୍ୟାନ ଦୁଇ ଅଙ୍କ ଛୁଇଁବାକୁ ବି ସକ୍ଷମ ହୋଇ ନଥିଲେ।

ଟିମ୍‌ ଇଣ୍ଡିଆର ପ୍ରଥମ ଇନିଂସ ୭୮ ରନ୍‌ରେ ଅଟକିବା ସମସ୍ତଙ୍କୁ ଚକିତ କରିଥିଲା। ତଥାପି ଇଂଲିଶ ଟିମ୍‌ ଭଳି ଭାରତ ମଧ୍ୟ ବୋଲିଂରେ କମାଲ କରିବ ବୋଲି ଆଶା କରାଯାଉଥିଲା। ହେଲେ ଭାରତର ସବୁ ଆଶାରେ ପାଣି ପକାଇ ଦେଇଛନ୍ତି ହମିଦ ଓ ବର୍ନସ। ଦ୍ୱିତୀୟ ଟେଷ୍ଟରେ ୩ନଂରେ ବ୍ୟାଟିଂ କରି ବିଫଳ ହୋଇଥିବା ହମିଦ ତୃତୀୟ ଟେଷ୍ଟରେ ବର୍ନସଙ୍କ ସହ ଇନିଂସ ଆରମ୍ଭ କରିଥିଲେ।

ଆରମ୍ଭରୁ ସେ ବେଶ ନର୍ଭସ ରହିଥିଲେ। କିନ୍ତୁ ପରବର୍ତ୍ତୀ ଅବସ୍ଥାରେ ସେ କାହିଁକି ଟିମ୍‌ରେ ଅଛନ୍ତି, ତା’ର ପ୍ରମାଣ କରି ଦେଖାଇଥିଲେ। ବ୍ୟାକଫୁଟ୍‌ରେ ଚୌକା ପରେ ଚୌକା ମାରି ସେ ଭାରତୀୟ ବୋଲରଙ୍କୁ ନୟାନ୍ତ କରିଥିଲେ। ରୋରି ବର୍ନସ ମଧ୍ୟ ନିଜର କ୍ଲାସ ଦେଖାଇଥିଲେ।

ଏହି ଯୋଡ଼ିକୁ ଭାଙ୍ଗିବା ପାଇଁ ବିରାଟ କୋହଲି ବୋଲିଂ ଏଣ୍ଡରେ ବାରମ୍ବାର ପରିବର୍ତ୍ତନ କରିଥିଲେ ହେଁ କିଛି ବି ସୁଫଳ ମିଳି ନଥିଲା। ହମିଦ ଓ ବର୍ନସ ଜବରଦସ୍ତ ବ୍ୟାଟିଂ କରି ନିଜ ନିଜର ଅର୍ଦ୍ଧଶତକ ହାସଲ କରି ନେଇଥିଲେ। ଏଥିସହ ଷ୍ଟମ୍ପ ଅପସାରଣ ଯାଏ ଇଂଲଣ୍ଡକୁ କୌଣସି କ୍ଷତି ପହଞ୍ଚାଇବାକୁ ଦେଇ ନଥିଲେ।

ପ୍ରଥମ ଦିନର ଖେଳ ଶେଷ ହେବା ବେଳକୁ ଇଂଲଣ୍ଡ ବିନା କୌଣସି କ୍ଷତିରେ ୧୨୦ ରନ୍‌ କରି ନେଇଛି। ରୋରି ବର୍ନସ ୫ଟି ଚୌକା ଓ ଗୋଟିଏ ଛକା ବଳରେ ୫୨ ରନ୍‌ ଏବଂ ହମିଦ ୧୧ଟି ଚୌକା ସହ ୬୦ ରନ୍‌ କରି ଅପରାଜିତ ରହିଛନ୍ତି।

The post ତୃତୀୟ ଟେଷ୍ଟର ପ୍ରଥମ ଦିନରେ ସଂପୂର୍ଣ୍ଣ ନିରାଶ କଲା ଟିମ୍‌ ଇଣ୍ଡିଆ appeared first on Odisha Reporter.



from Odisha Reporter https://ift.tt/3DiYd0J

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages