ମୁମ୍ବାଇ: ପୁଲିସ ହାତରେ ଧରା ପଡିଲେ ଜଣେ ନାମିଦାମି ମଡେଲ। ମୁମ୍ବାଇ କ୍ରାଇମବ୍ରାଞ୍ଚ ପୁଲିସ ୩୨ ବର୍ଷୀୟ ଜଣେ ମଡେଲକୁ ଗିରଫ କରିଛି। ସେକ୍ସ ରାକେଟ୍ ଚଳାଉଥିବା ବେଳେ ସେ ଧରାପଡିଛନ୍ତି।
କ୍ରାଇମବ୍ରାଞ୍ଚ ଦେଇଥିବା ସୂଚନା ମୁତାବକ, ଏହି ମଡେଲ ଜଣକ ଏକ ସେକ୍ସ ରାକେଟ୍ ଚଳାଉଥିଲେ। ଏଥିରେ ତାଙ୍କ ସହ ଜଣେ ଟିଭି ଅଭିନେତ୍ରୀ ମଧ୍ୟ ସାମିଲ ଥିଲେ। ଖବର ପାଇ ବୁଧବାର ଦିନ କ୍ରାଇମବ୍ରାଞ୍ଚର ଏକ ଟିମ୍ ମୁମ୍ବାଇ ଜୁହୁ ସ୍ଥିତ ଏକ ଲଗଜୁରୀ ହୋଟେଲରେ ରେଡ୍ କରି ଏହି ଦୁଇ ଜଣଙ୍କୁ ଗିରଫ କରିଛି।
କୁହାଯାଉଛି ଯେ, ଏହି ଟିଭି ଅଭିନେତ୍ରୀ ଏବଂ ମଡେଲ ଜଣାଶୁଣା ଚ୍ୟାନେଲ ସହ କାମ କରିସାରିଛନ୍ତି। କେବଳ ସେତକି ନୁହେଁ ପୂର୍ବରୁ ଏକ ସାବୁନର ବିଜ୍ଞାପନରେ ମଧ୍ୟ ଏମାନେ ଅଭିନୟ କରିସାରିଛନ୍ତି। ଅଭିଯୁକ୍ତ ମହିଳା ଦୁଇ ଘଣ୍ଟାକୁ ପାଇଁ ୨ ଲକ୍ଷ ଟଙ୍କା ଚାର୍ଜ କରୁଥିଲେ। ଏହି ଘଟଣା ସମ୍ପର୍କରେ କ୍ରାଇମବ୍ରାଞ୍ଚ ସୂଚନା ପାଇବା ପରେ ନକଲି ଗ୍ରାହକ ସାଜି ଉକ୍ତ ମଡେଲ ଏବଂ ଅଭିନେତାଙ୍କୁ ଫସାଇଥିଲା। ପରେ ସେମାନଙ୍କୁ ଗିରଫ କରାଯାଇଥିବା ଜଣାପଡିଛି।
ସନ୍ତାକ୍ରୁଜ ପୁଲିସ ଏହି ମାମଲାର ଯାଞ୍ଚ କରୁଛି। ଏହା ପ୍ରଥମ ଘଟଣା ନୁହେଁ ଏହାପୂର୍ବରୁ ମଧ୍ୟ ଜଣେ ଅଭିନେତ୍ରୀଙ୍କ ବିରୋଧ ସେକ୍ସ ରାକେଟ ଚଳାଉଥିବା ଅଭିଯୋଗ ଆସିଥିଲା। ତାଙ୍କୁ ମଧ୍ୟ ଗିରଫ କରାଯାଇଥିଲା।
Maharashtra | Mumbai Crime Branch on Friday busted a high-profile prostitution racket at a five-star hotel in Juhu. A TV actress was arrested and two people, including a model and another TV actress, have been rescued.
— ANI (@ANI) August 21, 2021
The post ସେକ୍ସ ରାକେଟ: ୨ ଘଣ୍ଟାକୁ ୨ ଲକ୍ଷ ଟଙ୍କା ନେଉଥିବା ମଡେଲ ଗିରଫ appeared first on Odisha Reporter.
from Odisha Reporter https://ift.tt/3szyuwd
No comments:
Post a Comment