ତାଲିବାନୀଙ୍କୁ ମାରି ୩ ଜିଲ୍ଲାକୁ ଅକ୍ତିଆରକୁ ନେଲେ ସ୍ଥାନୀୟ ଲୋକେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, August 20, 2021

ତାଲିବାନୀଙ୍କୁ ମାରି ୩ ଜିଲ୍ଲାକୁ ଅକ୍ତିଆରକୁ ନେଲେ ସ୍ଥାନୀୟ ଲୋକେ

କାବୁଲ: ଆଫଗାନିସ୍ତାନର ଖବର ସରବରାହ ସଂସ୍ଥା Asvaka ଅନୁଯାୟୀ ଦେଶର ତିନି ଜିଲ୍ଲାକୁ ଏବେ ସ୍ଥାନୀୟ ଲୋକେ ନିଜ ଅକ୍ତିଆରରେ ରଖିଛନ୍ତି। ଏହି ଜିଲ୍ଲାରେ ଥିବା ତାଲିବାନଙ୍କୁ ସ୍ଥାନୀୟ ଲୋକେ ଘଉଡେଇ ଦେଇଥିବା ସୂଚନା ରହିଛି। ସ୍ଥାନୀୟ ଲୋକେ ତାଲିବାନଙ୍କୁ ଘଉଡାଇବା ବେଳେ ହାତାହାତି ପରିସ୍ଥିତି ଉପୁଜିଥିଲା। ଏଥିରେ ୬୦ ତାଲିବାନୀ ଆହତ କିମ୍ୱା ପ୍ରାଣ ହରାଇଥିବା କୁହାଯାଇଛି। Asvaka ପକ୍ଷରୁ ଏକ ଭିଡିଓ ଟ୍ୱିଟ୍ କରି ସାର୍ବଜନୀନ କରାଯାଇଛି। ଯେଉଁଥିରେ ତିନି ଜିଲ୍ଲାକୁ ସ୍ଥାନୀୟ ଲୋକେ ଅକ୍ତିଆର କରିବା ପରେ ଆଫଗାନିସ୍ତାନ ପତାକା ଉଡାଉଥିବା ଦେଖିବାକୁ ମିଳିଛି।

ଗତ ରବିବାର ପାଖରୁ ଆଫଗାନିସ୍ତାନର ପଞ୍ଜିଶିରକୁ ଛାଡ଼ି ଦେଲେ ଅନ୍ୟ ସମସ୍ତ ଅଞ୍ଚଳକୁ ତାଲିବାନ ଦଖଲ କରିଥିଲା। ହେଲେ ତାଲିବାନର ଅତ୍ୟାଚାରକୁ ବିରୋଧ କରି ନିକଟରେ ସ୍ଥାନୀୟ ଲୋକେ ମଧ୍ୟ ମୁଣ୍ଡ ଟେକିଥିଲେ। କିଛି କିଛି ସ୍ଥାନରେ ମହିଳା, ସ୍ଥାନୀୟ ଲୋକେ ତାଲିବାନ ବିରୋଧରେ ରାସ୍ତାକୁ ଆସି ପ୍ରତିବାଦ କରୁଥିଲେ। ଏଥିସହ ରାସ୍ତାରେ ଆଫଗାନିସ୍ତାନର ପତାକା ଉଡ଼ାଇ ତାଲିବାନ ବିରୋଧରେ ଏକତ୍ରିତ ହେବାକୁ ନାରା ଦେଇଥିଲେ। ଆଫଗାନିସ୍ତାନର ଖୈର ମହମ୍ମଦ ଅନ୍ଦରାବିଙ୍କ ନେତୃତ୍ୱରେ ସ୍ଥାନୀୟ ଲୋକେ ଏକାଠି ହୋଇଥିଲେ।

ଏବେ ଏହି ଗୋଷ୍ଠୀ ତାଲିବାନ ଅଧୀନରେ ଥିବା ପୋଲ-ଏ-ହେରାସ, ଦେଶ ସଲାହ ଏବଂ ବାନୁ ଜିଲ୍ଲାକୁ ନିଜ ଅଧିନରେ ରଖିଛନ୍ତି। ଏଠାରେ ଥିବା ତାଲିବାନଙ୍କୁ ଘଉଡାଇ ଦେଇଛନ୍ତି। ଏବେ ଏହି ତିନି ଜିଲ୍ଲାର ପାଖରେ ଥିବା ଜିଲ୍ଲାକୁ ଦଖଲ କରିବାକୁ ଖୈର ମହମ୍ମଦଙ୍କ ସମର୍ଥକ ପ୍ରୟାସ କରୁଥିବା ସୂଚନା ରହିଛି।

କାବୁଲର ଉତ୍ତର ଭାଗରେ ପୋଲ-ଏ-ହେରାସ ଜିଲ୍ଲା ରହିଛି। ଏହା ପଞ୍ଜଶିର ଉପତ୍ୟକାକୁ ଲାଗି ହୋଇ ରହିଛି। ତାଲିବାନ ସମସ୍ତ ଅଞ୍ଚଳକୁ ଯଦିଓ ଦଖଲ କରିଛନ୍ତି ବୋଲି କହୁଛନ୍ତି ହେଲେ ପଞ୍ଜଶିରରେ ଏବେ ବି ତାଲିବାନ ପ୍ରବେଶ କରି ପାରି ନାହାନ୍ତି। ତାଲିବାନ ପାଇଁ ଦେଶ ଭିତରେ ସବୁଠୁ ବଡ଼ ଚ୍ୟାଲେଞ୍ଜ ପଞ୍ଜଶିର ବୋଲି ଜଣାପଡ଼ିଛି। ଆଫଗାନିସ୍ତାନର ଘନି ସରକାରରେ ଉପରାଷ୍ଟ୍ରପତି ଅମରୁଲ୍ଲା ସେଲହ ମଧ୍ୟ ଏବେ ପଞ୍ଜିଶିରାରେ ରହିଛନ୍ତି। ଘନି ଦେଶ ଛାଡ଼ି ୟୁଏଇଇ ପଳାଇବା ପରେ ସେ ଦେଶର ଉତ୍ତରାଧିକାରୀ ବୋଲି ଦାବି କରିଛନ୍ତି।

The post ତାଲିବାନୀଙ୍କୁ ମାରି ୩ ଜିଲ୍ଲାକୁ ଅକ୍ତିଆରକୁ ନେଲେ ସ୍ଥାନୀୟ ଲୋକେ appeared first on Odisha Reporter.



from Odisha Reporter https://ift.tt/3gEfKHl

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages