କାବୁଲରୁ ବିମାନ ଅପହରଣ ଘଟଣାରେ ନୂଆ ଟ୍ୱିଷ୍ଟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, August 24, 2021

କାବୁଲରୁ ବିମାନ ଅପହରଣ ଘଟଣାରେ ନୂଆ ଟ୍ୱିଷ୍ଟ

କାବୁଲ: ଆଫଗାନିସ୍ତାନକୁ ତାଲିବାନ ଦଖଲ କରିବା ପରେ କାବୁଲ ଏୟାରପୋର୍ଟରେ ସାଂଘାତିକ ସ୍ଥିତି ସୃଷ୍ଟି ହୋଇଛି। ବିଭିନ୍ନ ରାଷ୍ଟ୍ର ପକ୍ଷରୁ ଆଫଗାନରେ ଫସିଥିବା ଲୋକଙ୍କୁ ଏୟାରଲିଫ୍ଟ କରାଯାଉଛି। ଏସବୁ ଭିତରେ ନିଜ ଦେଶର ଲୋକଙ୍କୁ ଉଦ୍ଧାର କରିବାକୁ ଯାଇଥିବା ୟୁକ୍ରେନର ଗୋଟିଏ ବିମାନ କାବୁଲରୁ ଅପହୃତ ହୋଇଥିବା ଖବର ପ୍ରକାଶ ପାଇଥିଲା।

ଏହାକୁ ନେଇ ସାରା ବିଶ୍ୱରେ ହଇଚଇ ସୃଷ୍ଟି ହେବା ପରେ ନୂଆ ଟ୍ୱିଷ୍ଟ ଦେଖିବାକୁ ମିଳିଛି। ବିମାନ ଅପହରଣ ଖବର ମିଛ ବୋଲି ୟୁକ୍ରେନ ପକ୍ଷରୁ କୁହାଯାଇଛି। ପୂର୍ବରୁ ରିପୋର୍ଟ ପ୍ରକାଶ ପାଇଥିଲା ଯେ ୟୁକ୍ରେନର ଗୋଟିଏ ବିମାନକୁ କିଛି ଅଜଣା ଦୁର୍ବୃତ୍ତ କାବୁଲରୁ ଇରାନ ନେଇଯାଇଛନ୍ତି।

ହେଲେ ଇରାନ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟର ମୁଖପାତ୍ର ଆବାସ ଅସଲାନି କହିଛନ୍ତି, ୟୁକ୍ରେନର ଉକ୍ତ ବିମାନଟି ଉତ୍ତରପୂର୍ବ ଇରାନରେ ଥିବା ମଶହାଦ ଏୟାରପୋର୍ଟକୁ ଗତକାଲି ଆସିଥିଲା। ବିମାନରେ ଇନ୍ଧନ ଶେଷ ହୋଇଯାଇଥିଲା। ତେଣୁ ଏୟାରପୋର୍ଟରେ ବିମାନଟି ଇନ୍ଧନ ଭର୍ତ୍ତି କରିଥିଲା।

ଇନ୍ଧନ ଭର୍ତ୍ତି କରିବା ପରେ ଏହା ୟୁକ୍ରେନ ଅଭିମୁଖେ ଉଡ଼ାଣ ଭରିଥିଲା। ୟୁକ୍ରେନର ରାଜଧାନୀ ଠାରୁ ୭ କେମି ଦୂରରେ ଥିବା କିଭ ଏୟାରପୋର୍ଟରେ ବିମାନଟି ୨୧.୫୦ ମିନିଟ୍‌ରେ ଅବତରଣ କରିଥିଲା। ତେଣୁ ଅପହରଣ ଖବର ମିଛ ବୋଲି ସେ କହିଛନ୍ତି।

ୟୁକ୍ରେନର ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ମଧ୍ୟ ବିମାନ ଅପହରଣ ଖବର ମିଛ ବୋଲି ସ୍ପଷ୍ଟ କରିଛି। ମନ୍ତ୍ରଣାଳୟର ଜଣେ ମୁଖପାତ୍ର କହିଛନ୍ତି, କାବୁଲ କିମ୍ବା ଅନ୍ୟ କୌଣସି ସ୍ଥାନରେ ୟୁକ୍ରେନର ବିମାନ ଅପହରଣ ହୋଇନାହିଁ। ବିମାନ ଅପହରଣ ସମ୍ପର୍କରେ ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇଥିବା ଖବରରେ ସତ୍ୟତା ନଥିବା ସେ କହିଛନ୍ତି।

The post କାବୁଲରୁ ବିମାନ ଅପହରଣ ଘଟଣାରେ ନୂଆ ଟ୍ୱିଷ୍ଟ appeared first on Odisha Reporter.



from Odisha Reporter https://ift.tt/3zf5I6G

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages