ନୂଆଦିଲ୍ଲୀ: ମହାମାରୀ ବିରୋଧୀରେ ଭାରତୀୟମାନେ କରୁଥିବା ଲଢ଼େଇରୁ ଏବେ ନିସ୍ତାର ମିଳିବ ନାହିଁ। ଭାରତରୁ କରୋନା ଆଗାମୀ ଭବିଷ୍ୟତରେ ସଂପୂର୍ଣ୍ଣ ଭାବେ ଲୋପ ପାଇବ ନାହିଁ। କୋଭିଡ୍ -୧୯ ମହାମାରୀର ଏଣ୍ଡେମିକ ପର୍ଯ୍ୟାୟରେ ଭାରତ ପ୍ରବେଶ କରିବାର ସମ୍ଭାବନା ରହିଛି। ଏହାର ଅର୍ଥ ଭାରତରେ ସ୍ୱଳ୍ପ କିମ୍ବା ମଧ୍ୟମ ଧରଣରର ସ୍ତରର ସଂକ୍ରମଣ ଜାରି ରହିବ। ସଂପୂର୍ଣ୍ଣ ଭାବେ କରୋନା ଦେଶରୁ ଲୋପ ପାଇବ ନାହିଁ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମୁଖ୍ୟ ବୈଜ୍ଞାନିକ ଡା ସୌମ୍ୟା ସ୍ୱାମୀନାଥନ ସୂଚନା ଦେଇଛନ୍ତି।
ସେ କହିଛନ୍ତି, ଏଣ୍ଡେମିସିଟି ପର୍ଯ୍ୟାୟ ହେଉଛି ଯେତେବେଳେ ଲୋକମାନେ ଜୀବାଣୁ ସହିତ ବଞ୍ଚିବା ଶିଖି ନିଅନ୍ତି। ମହାମାରୀ ପର୍ଯ୍ୟାୟଠାରୁ ଏହା ଭିନ୍ନ। ଭାଇରସ ଲୋକଙ୍କ ଭିତରେ ସବୁବେଳେ ରହିଥାଏ। ବର୍ତ୍ତମାନ ଭାରତ ଉକ୍ତ ପର୍ଯ୍ୟାୟରେ ପ୍ରବେଶ କରିବାର ସମ୍ଭାବନା ରହିଛି।
ଭାରତ ବାୟୋଟେକ ପ୍ରସ୍ତୁତ କରିଥିବା କରୋନା ଟିକା କୋଭାକ୍ସିନକୁ ହୁ’ର ଅନୁମୋଦନ ସମ୍ପର୍କରେ ସେ କହିଛନ୍ତି, ସେପ୍ଟେମ୍ବର ମଧ୍ୟ ଭାଗ ସୁଦ୍ଧା ହୁ’ର ଟେକ୍ନିକାଲ ଗ୍ରୁପ୍ କୋଭାକ୍ସିନ ଟିକାର ଜରୁରୀ କାଳୀନ ବ୍ୟବହାର ପାଇଁ ଅନୁମୋଦନ ଦେଇପାରନ୍ତି। କମ୍ପାନୀ ଦେଇଥିବା ତଥ୍ୟ ଗ୍ରୁପ୍ର ସବୁ ସଦସ୍ୟଙ୍କୁ ସନ୍ତୁଷ୍ଟ କରିପାରିବ ବୋଲି ସେ ଆଶା ରଖିଥିବା କହିଛନ୍ତି।
ଦି ୱେୟାରର ସାମ୍ବାଦିକ କରଣ ଥାପରଙ୍କୁ ଦେଇଥିବା ଏକ ସାକ୍ଷାତକାରରେ ଡା ସ୍ୱାମୀନାଥନ କହିଛନ୍ତି, ଭାରତର ଆକାର ତଥା ଦେଶର ବିଭିନ୍ନ ଭାଗର ଜନସଂଖ୍ୟାକୁ ଦେଖିଲେ, କରୋନା ସଂକ୍ରମଣର ଉତ୍ଥାନ ପତନ ଲାଗି ରହିପାରେ। ସମ୍ଭବତଃ ଆମେ ଏଣ୍ଡେମିସିଟି ପର୍ଯ୍ୟାୟରେ ପ୍ରବେଶ କରିବାକୁ ଯାଉଛୁ। ଯେଉଁଠାରେ ସଂକ୍ରମଣ ସ୍ୱଳ୍ପ କିମ୍ବା ମଧ୍ୟମ ସ୍ତରରରେ ରହିପାରେ। ୨୦୨୨ ଶେଷ ସୁଦ୍ଧା ଦେଶର ୭୦% ଲୋକଙ୍କୁ ସଂପୂର୍ଣ୍ଣ ଟିକାକରଣ କରାଯାଇ ପାରିଥିବ। ଏହାପରେ ସ୍ଥିତି ସ୍ୱାଭାବିକ ହେବାର ସମ୍ଭାବନା ଥିବା ସେ ଆଶା ପୋଷଣ କରିଛନ୍ତି।
ସେହିପରି ଛୋଟ ପିଲାମାନଙ୍କ ସଂକ୍ରମଣକୁ ନେଇ ସେ ବାପା ମା’ଙ୍କୁ ବ୍ୟସ୍ତ ନ ହେବାକୁ କହିଛନ୍ତି। ସେ କହିଛନ୍ତି, କରୋନା ଭାଇରସରେ ଛୋଟ ପିଲା ସଂକ୍ରମିତ ହେବାର ଆଶଙ୍କା ରହିଛି। ତେବେ ଏହା ସେମାନଙ୍କୁ ଅଧିକ ଗୁରୁତର କରିବ ନାହିଁ। ତେଣୁ କେହି ବି ବ୍ୟସ୍ତ ନ ହେବାକୁ ସେ ପରାମର୍ଶ ଦେଇଛନ୍ତି।
The post ହୁ’ର ମୁଖ୍ୟ ବୈଜ୍ଞାନିକଙ୍କ ବଡ଼ ବୟାନ, ଭାରତରେ କରୋନାରୁ ଶୀଘ୍ର ମିଳିବନି ମୁକ୍ତି appeared first on Odisha Reporter.
from Odisha Reporter https://ift.tt/3mzgNfc
No comments:
Post a Comment