ଭାରତରେ ଦୈନିକ ଚିହ୍ନଟ ହେବେ ୬ ଲକ୍ଷ କରୋନା ଆକ୍ରାନ୍ତ, ଯଦି.. - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, August 24, 2021

ଭାରତରେ ଦୈନିକ ଚିହ୍ନଟ ହେବେ ୬ ଲକ୍ଷ କରୋନା ଆକ୍ରାନ୍ତ, ଯଦି..

ନୂଆଦିଲ୍ଲୀ: ମହାମାରୀ କରୋନାର ତୃତୀୟ ଲହର ଏବେ ସମସ୍ତଙ୍କ ମନରେ ଛନକା ସୃଷ୍ଟି କରିବାରେ ଲାଗିଛି। ସରକାରୀ ପ୍ୟାନେଲ ଅକ୍ଟୋବରରେ କରୋନା ତା’ର ତାଉ ଦେଖାଇବ ବୋଲି ରିପୋର୍ଟ ଦେବା ପରେ ଏହାର ମୁକାବିଲା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। କିନ୍ତୁ ଏବେ ନୂଆ ଗବେଷଣାରୁ ଆହୁରି ଭୟଭୀତ କରିବା ଭଳି ତଥ୍ୟ ସାମ୍ନାକୁ ଆସିଛି। ଯଦି ଦେଶରେ ଟିକାକରଣକୁ ଜୋରାଦାର କରା ନଯିବ ଓ ତୃତୀୟ ଲହରକୁ ରୋକା ନଯିବ , ତା’ହେଲେ ସ୍ଥିତି ଭୟଙ୍କର ହେବ।

କରୋନାର ଦ୍ୱିତୀୟ ଲହରର ପିକ୍‌ ବେଳେ ଦେଶରେ ଦୈନିକ ୪ ଲକ୍ଷରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହେଉଥିଲେ। କିନ୍ତୁ ତୃତୀୟ ୱେଭ ପିକ ବେଳେ ଦୈନିକ ୬ ଲକ୍ଷ ଆକ୍ରାନ୍ତ ଚିହ୍ନଟ ହେବାର ଆଶଙ୍କା ରହିଛି। ଆଭ୍ୟନ୍ତରୀଣ ମନ୍ତ୍ରଣାଳୟ ଅଧୀନରେ ଥିବା ଏନଆଇଡିଏମ ଆକଳନ କରିଛି ଯେ ଦେଶରେ ଅକ୍ଟୋବର ଆରମ୍ଭରୁ ହିଁ ଦୈନିକ ସଂକ୍ରମଣ ବୃଦ୍ଧି ପାଇବ। ଏ ସଂକ୍ରାନ୍ତ ରିପୋର୍ଟ ମଧ୍ୟ ଏନଆଇଡିଏମ ପକ୍ଷରୁ ପିଏମଓକୁ ଦିଆଯାଇଛି।

ଏବେ ଦୀନ ଦୟାଲ ଉପାଧ୍ୟାୟ ଶକ୍ତି ବିଶ୍ୱବିଦ୍ୟାଳୟ ଓ ନିର୍ମା ବିଶ୍ୱବିଦ୍ୟାଳୟର ଗବେଷଣା ରିପୋର୍ଟ ସାମ୍ନାକୁ ଆସିଛି। ଏଥିରେ କୁହାଯାଇଛି ଯେ କରୋନାର ତୃତୀୟ ଲହରର ପିକ୍‌ ବେଳେ ଦୈନିକ ସଂକ୍ରମଣ ୬ ଲକ୍ଷ ରହିପାରେ। କିନ୍ତୁ ସରକାର ଯଦି ଯୋଜନା ମୁତାବକ ଦୈନିକ ୧୦ ମିଲିୟନ ଟିକାକରଣ ଲକ୍ଷ୍ୟକୁ ପୂରଣ କରିପାରିବେ, ତା’ହେଲେ ପ୍ରତିଦିନ ସଂକ୍ରମିତଙ୍କ ସଂଖ୍ୟା ୨ ଲକ୍ଷରେ ସୀମିତ ରହିପାରିବ। ଟିକାକରଣ ଜୋରଦାର ହେଲେ ହିଁ ତୃତୀୟ ୱେଭ ସହ ଦୈନିକ ସଂକ୍ରମଣକୁ ରୋକା ଯାଇ ପାରିବ ବୋଲି ଏହି ରିପୋର୍ଟରେ କୁହାଯାଇଛି।

ଅନ୍ୟ ସଂସ୍ଥାଗୁଡ଼ିକ ମଧ୍ୟ ଆଗାମୀ ସପ୍ତାହରେ କରୋନାର ନୂଆ ୱେଭ ଆସିବ ବୋଲି ଆକଳନ କରିଛନ୍ତି। ତେବେ ଅଧିକାଂଶ ସଂସ୍ଥା ଦ୍ୱିତୀୟ ୱେଭ ତୁଳନାରେ ତୃତୀୟ ଲହରର ଭୟାବହତା କମ ରହିବ ବୋଲି ପୂର୍ବାନୁମାନ କରିଛନ୍ତି।

ଆମେ ଯଦି ଭାରତର ଟିକାକରଣର ହାର ଦେଖିବା, ତା’ହେଲେ ଅନ୍ୟ ଦେଶଗୁଡ଼ିକ ତୁଳନାରେ ଏହା ବହୁତ କମ। ଦୁଇ ସପ୍ତାହର ତଥ୍ୟକୁ ଆକଳନ କଲେ, ଦୈନିକ ୫୨.୭ ଲକ୍ଷ ଡୋଜ୍‌ର ଟିକାକରଣ ହେଉଛି। ଏପରି ସ୍ଥିତିରେ ୬୭% ପ୍ରାପ୍ତ ବୟସ୍କଙ୍କ ଟିକାକରଣ ପାଇଁ ଆହୁରି ୪ରୁ ୫ ମାସ ଲାଗିବ। ସେହିପରି ସବୁ ପ୍ରାପ୍ତ ବୟସ୍କଙ୍କ ଟିକାକରଣ ସାରିବାକୁ ୨୦୨୨ ମସିହା ଏପ୍ରିଲ ଯାଏ ଅପେକ୍ଷା କରିବାକୁ ପଡ଼ିବ। ତେଣୁ ଟିକାକରଣକୁ ଅଧିକରୁ ଅଧିକ ଜୋରଦାର କରିବାକୁ ବିଶେଷଜ୍ଞମାନେ କହିଛନ୍ତି।

ଅନ୍ୟପକ୍ଷରେ ଦ୍ୱିତୀୟ ୱେଭ ବେଳେ ସଂକ୍ରମଣ ବଢ଼ିବାରୁ ଦେଶରେ ହାହାକାର ପରିସ୍ଥିତି ସୃଷ୍ଟି ହୋଇଥିଲା। ବେଡ୍‌ ଠାରୁ ଅମ୍ଳଜାନ ଯାଏ ସବୁ କିଛିର ଅଭାବ ଦେଖାଯାଇଥିଲା। ଅମ୍ଳଜାନ ଅଭାବରୁ ଅନେକ ଲୋକ ମଧ୍ୟ ପ୍ରାଣ ହରାଇଥିଲେ। ଏହାକୁ ଦୃଷ୍ଟିରେ ରଖି ସରକାରୀ ପ୍ୟାନେଲ ତୃତୀୟ ୱେଭ ପୂର୍ବରୁ ହସ୍ପିଟାଲ ଭତ୍ତିଭୂମିକୁ ସଜାଡ଼ିବାକୁ ପରାମର୍ଶ ଦେଇଛି। ବିଶେଷ କରି ଛୋଟ ପିଲାଙ୍କ ପ୍ରତି ସ୍ୱତନ୍ତ୍ର ଧ୍ୟାନ ଦିଆଯିବାକୁ କୁହାଯାଇଛି।

The post ଭାରତରେ ଦୈନିକ ଚିହ୍ନଟ ହେବେ ୬ ଲକ୍ଷ କରୋନା ଆକ୍ରାନ୍ତ, ଯଦି.. appeared first on Odisha Reporter.



from Odisha Reporter https://ift.tt/3moZH3H

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages