ନୂଆଦିଲ୍ଲୀ: ଆଗକୁ ମଣିପୁରରେ ବିଧାନସଭା ନିର୍ବାଚନ। ଏହା ପୂର୍ବରୁ ରାଜ୍ୟ କଂଗ୍ରେସର ସଭାପତି ପଦରୁ ଇସ୍ତଫା ଦେଇଥିବା ଗୋବିନଦାସ କୋଥୁଜାମ ବିଜେପିରେ ସାମିଲ୍ ହୋଇଛନ୍ତି। ଗୋବିନଦାସ ବିଜେପିରେ ସାମିଲ୍ ହେବା ପରେ କଂଗ୍ରେସ ଶିବିରକୁ ଶକ୍ତ ଝଟକା ଲାଗିଛି। ଆଜି ରାଜ୍ୟ ବିଜେପି ମୁଖ୍ୟ କାର୍ଯ୍ୟାଳୟରେ ମୁଖ୍ୟମନ୍ତ୍ରୀ ଏନ ବିରେନ ସିଂହ, ରାଜ୍ୟ ବିଜେପି ପ୍ରଭାରୀ ସମ୍ୱିତ ପାତ୍ର, କେନ୍ଦ୍ରମନ୍ତ୍ରୀ ରାଜକୁମାର ରାଜନ ସିଂହ ଏବଂ ଅନ୍ୟାନ୍ୟ ନେତାଙ୍କ ଉପସ୍ଥିତିରେ ଗୋବିନଦାସ ବିଜେପିରେ ସାମିଲ୍ ହୋଇଛନ୍ତି।
ସମ୍ୱିତ ପାତ୍ର କହିଛନ୍ତି, ଗୋବିନଦାସ ଦେଶର ପୂର୍ବାଞ୍ଚଳର ଜଣେ ଜଣାଶୁଣା ଚେହେରା। ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କାର୍ଯ୍ୟଶୀଳୀରେ ପ୍ରଭାବିତ ହୋଇଛନ୍ତି। ମୋଦିଙ୍କ ବିକାଶ କାର୍ଯ୍ୟରେ ପ୍ରଭାବିତ ହେବା ପରେ ସେ ବିଜେପିରେ ସାମିଲ୍ ହେବାକୁ ଇଚ୍ଛା ରଖିଥିଲେ। ସେହିପରି ମୁଖ୍ୟମନ୍ତ୍ରୀ ଏନ୍ ବିରେନ୍ ସିଂହ କହିଛନ୍ତି, ବିଜେପି ସରକାରର କାର୍ଯ୍ୟଶୈଳୀରେ ରାଜ୍ୟବାସୀ ଖୁସି ଅଛନ୍ତି। ଦେଶର ଇତିହାସରେ ପ୍ରଥମ ଥର ପାଇଁ ପୂର୍ବାଞ୍ଚଳର କୌଣସି ନେତା କେନ୍ଦ୍ର ମନ୍ତ୍ରିମଣ୍ଡଳରେ ସାମିଲ୍ ହୋଇଛନ୍ତି। ପ୍ରଥମ ଥର ପାଇଁ ମୋଦିଙ୍କ ନେତୃତ୍ୱରେ ପୂର୍ବାଞ୍ଚଳର ପାଞ୍ଚ ସାଂସଦ କେନ୍ଦ୍ର ମନ୍ତ୍ରିମଣ୍ଡଳରେ ସାମିଲ୍ ହୋଇଛନ୍ତି।
ବିରେନ୍ ସିଂହ କହିଛନ୍ତି, ପୂର୍ବରୁ ସେ ମଧ୍ୟ କଂଗ୍ରେସରେ ଥିଲେ। ସେତେବେଳେ କେନ୍ଦ୍ରରେ କଂଗ୍ରେସ ସରକାରରେ ଥିଲା। ମଣିପୁରକୁ ନୂଆ ଦିଶା ଓ ଦିଗରେ ଆଗକୁ ବଢ଼ିବା ପାଇଁ ସେ ଏବଂ ଏବଂ ଅନ୍ୟ କଂଗ୍ରେସ ନେତା ସଂକଳ୍ପ ନେଇଥିଲେ। ଯେଉଁଥିରେ ଗୋବିନଦାସ ମଧ୍ୟ ଥିଲେ। ହେଲେ କଂଗ୍ରେସ ସେଭଳି କିଛି କରିଲା ନାହିଁ ଯାହା କହିଥିଲା। ତେଣୁ ସେ ଦଳରୁ ଇସ୍ତଫା ଦେଇ ବିଜେପିରେ ସାମିଲ୍ ହୋଇଥିଲେ ବୋଲି ବିରେନ୍ କହିଛନ୍ତି। ଗୋବିନଦାସଙ୍କ ସହିତ ସେତେବେଳେ ମଧ୍ୟ ବିଜେପି କଥାବର୍ତ୍ତା କରିଥିଲା। ହେଲେ ଠିକ୍ ଭାବରେ ଆଲୋଚନା ହୋଇ ପାରିନଥିବାରୁ ଗୋବିନଦାସ ବିଜେପିରେ ସାମିଲ୍ ହୋଇପାରି ନଥିଲେ ବୋଲି ବିରେନ୍ ସିଂହ କହିଛନ୍ତି।
ସେହିପରି ଗୋବିନଦାସ କହିଛନ୍ତି, ବିଜେପିରେ ସେ ଏବେ ସାମିଲ ହୋଇଛନ୍ତି। ଆସନ୍ତାବର୍ଷ ବିଧାନସଭା ନିର୍ବାଚନ ରହିଛି। ବିଧାନସଭା ନିର୍ବାଚନରେ ବିଜେପିକୁ ପୁଣିଥରେ କ୍ଷମତାରେ ବସାଇବା ପାଇଁ ସେ ମନ ଦେଇ କାମ କରିବେ। ସୂଚନାଯୋଗ୍ୟ, ନିକଟରେ ଗୋବିନଦାସ ବ୍ୟକ୍ତିଗତ କାରଣ ଦର୍ଶାଇ କଂଗ୍ରେସରୁ ଇସ୍ତଫା ଦେଇଥିଲେ।
The post ବିଜେପିରେ ସାମିଲ୍ ହେଲେ ପୂର୍ବତନ ପିସିସି ସଭାପତି appeared first on Odisha Reporter.
from Odisha Reporter https://ift.tt/3fiA9ks
No comments:
Post a Comment