ନୂଆଦିଲ୍ଲୀ (ଓଡ଼ିଶା ରିପୋର୍ଟର): ରାଜ୍ୟର ଅନେକ ଅଞ୍ଚଳରେ ମରୁଡ଼ି ଭଳି ସ୍ଥିତି ଉପୁଜିଥିବା ବେଳେ ଅଗଷ୍ଟ ମାସରେ ଆଉ ବଡ଼ ବର୍ଷା ହେବାର ସମ୍ଭାବନା ନାହିଁ ବୋଲି କହିଛନ୍ତି ଆଇଏମ୍ଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର।
ସେ କହିଛନ୍ତି, ବର୍ତ୍ତମାନର ବାୟୁମଣ୍ଡଳ ସ୍ଥିତିକୁ ଦେଖିଲେ ଆସନ୍ତା ୫ ଦିନ ପର୍ଯ୍ୟନ୍ତ ଓଡ଼ିଶାରେ କୌଣସି ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ନାହିଁ। ଯେଉଁ ଭଳି ନିଅଣ୍ଟିଆ ବର୍ଷା ଚାଲିଛି ଆସନ୍ତା ୫ ବା ୭ ଦିନ ପର୍ଯ୍ୟନ୍ତ ମଧ୍ୟ ସେମିତି ନିଅଣ୍ଟିଆ ବର୍ଷା ଚାଲିବ। ଆସନ୍ତା ୫ ଦିନରେ ରାଜ୍ୟରେ ମୌସୁମୀ ବାୟୁ ସକ୍ରିୟ ହେବାର କୌଣସି ସ୍ଥିତି ଦେଖାଯାଉନାହିଁ। ତା’ପରେ ହୁଏତ କିଛି ପରିବର୍ତ୍ତନ ହୋଇପାରେ। ସେପ୍ଟେମ୍ବର ମାସରେ କିଭଳି ବର୍ଷା ହେବ, ତା’ର ଆକଳନ ଅଗଷ୍ଟ ୩୧ ତାରିଖ କିମ୍ବା ସେପ୍ଟେମ୍ବର ପହିଲାରେ କରାଯିବ।
ଶ୍ରୀ ମହାପାତ୍ର କହିଛନ୍ତି, ଜୁନ୍ ୧ରୁ ଏପର୍ଯ୍ୟନ୍ତ ଓଡ଼ିଶାରେ ୩୩% ନିଅଣ୍ଟିଆ ବର୍ଷା ହୋଇଛି। ବିଶେଷତଃ ଅଗଷ୍ଟ ମାସରେ ୫୫% ନିଅଣ୍ଟିଆ ବର୍ଷା ରେକର୍ଡ କରାଯାଇଛି। ଏହାର କାରଣ ହେଉଛି ଓଡ଼ିଶା ଏପରି ଏକ ରାଜ୍ୟ ଯେଉଁଠାରେ ମୌସୁମୀ ବାୟୁ ଥିବା ସମୟରେ ଲଗୁଚାପ ଜନିତ ବର୍ଷା ହିଁ ଅଧିକ ହୋଇଥାଏ। ଏହି ଲଘୁଚାପ ଗୁଡ଼ିକ ସାଧାରଣତଃ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଓଡ଼ିଶା ଉପକୂଳ ନିକଟରେ ସୃଷ୍ଟି ହୋଇଥା’ନ୍ତି ଏବଂ ସେଗୁଡ଼ିକ ଉତ୍ତର-ପଶ୍ଚିମ ଦିଗରେ ଗତି କରିବା ଫଳରେ ଓଡ଼ିଶାରେ ସବୁଠୁ ଅଧିକ ବର୍ଷା ହୋଇଥାଏ। ପରିସଂଖ୍ୟାନ ଦେଖିଲେ ବର୍ଷକୁ ପ୍ରାୟ ୧୩ଟି ଲଘୁଚାପ କ୍ଷେତ୍ର ଏହି ସ୍ଥାନରେ ସୃଷ୍ଟି ହୋଇଥାଏ ଓ ଓଡ଼ିଶାକୁ ବର୍ଷା ଦେଇଥାଏ। ଏଥର ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇ ନଥିବାରୁ ବର୍ଷା ହେଲା ନାହିଁ।
ସେ କହିଛନ୍ତି, ଓଡ଼ିଶାରେ ବର୍ତ୍ତମାନ ୩୦ଟିରୁ ୨୭ଟି ଜିଲ୍ଲାରେ ନିଅଣ୍ଟିଆ ବର୍ଷା ହୋଇଛି। କୋରାପୁଟ, ମାଲକାନଗିରି ଓ ନୂଆପଡ଼ାକୁ ଛାଡ଼ି ଦେଲେ ଅନ୍ୟ ସବୁ ଜିଲ୍ଲାରେ ନିଅଣ୍ଟିଆ ବର୍ଷା ହୋଇଛି।
The post ଅଗଷ୍ଟରେ ଆଉ ବଡ଼ ବର୍ଷା ନାହିଁ: ଆଇଏମ୍ଡି ଡିଜି appeared first on Odisha Reporter.
from Odisha Reporter https://ift.tt/3yeRBwC
No comments:
Post a Comment