ସୁନ୍ଦରଗଡ଼ (ବିଜୟ ବରୁଆ): ଜଣେ ଅଭିଯୁକ୍ତଙ୍କ ଠାରୁ ୫ ହଜାର ଟଙ୍କା ଲାଞ୍ଚ ନେଇ ଫସି ଯାଇଛନ୍ତି ଵଡ଼ଗାଁ ଥାନା ଏଏସ୍ଆଇ। ତାଙ୍କ ନାଁ କୈଳାସ ନାଏକ। ତାଙ୍କୁ ଗିରଫ କରିଛି ଭିଜିଲାନ୍ସ।
ବଡ଼ଗାଁ ଥାନା ଅଞ୍ଚଳର ରେଙ୍ଗାଲମାଲର ବୈକୁଣ୍ଠ ରାଉତ ନାମକ ଜଣେ ବ୍ୟକ୍ତି ଏକ ମାମଲାର ଅଭିଯୁକ୍ତ ଅଛନ୍ତି। ତାଙ୍କ ନାମରେ ଲାଗିଥିବା ଦଫା କୋହଳ କରିବାକୁ ଏଏସଆଇ ଶ୍ରୀ ନାଏକ ତାଙ୍କୁ ୫୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ।
ଏତେ ଟଙ୍କା ଦେବାକୁ ଵୈକୁଣ୍ଠ ନିଜ ଅକ୍ଷମତା ପ୍ରକାଶ କରିବାରୁ ଶ୍ରୀ ନାଏକ ତାଙ୍କୁ ୩୦ ହଜାର ଟଙ୍କା ଦେଵାକୁ କହିଥିଲେ। ଏହା ପରେ ବୈକୁଣ୍ଠ ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ। ଯୋଜନା ମୁତାବକ ସେ ଆଜି ଅଗ୍ରୀମ ୫ ହଜାର ଟଙ୍କା ଏଏସଆଇ କୈଳାସ ନାଏକଙ୍କୁ ଦେଇଥିଲେ। ଆଉ ସେହି ସମୟରେ ଭିଜିଲାନ୍ସ ଟିମ୍ ଏଏସ୍ଆଇଙ୍କୁ ଧରି ପକାଇଥିଲା। ତାଙ୍କ ଠାରୁ ଲାଞ୍ଚ ଟଙ୍କା ଜବତ କରାଯାଇଥିଲା।
The post ପୁଲିସ୍ ଏଏସ୍ଆଇଙ୍କୁ ବାନ୍ଧିଲା ଭିଜିଲାନ୍ସ appeared first on Odisha Reporter.
from Odisha Reporter https://ift.tt/3yczCXR
No comments:
Post a Comment