ମହର୍ଷି ବାଲ୍ମିକୀଙ୍କୁ ତାଲିବାନୀଙ୍କ ସହ ତୁଳନା କରି ଫସିଲେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, August 24, 2021

ମହର୍ଷି ବାଲ୍ମିକୀଙ୍କୁ ତାଲିବାନୀଙ୍କ ସହ ତୁଳନା କରି ଫସିଲେ

ଭୋପାଲ: ତାଲିବାନ ଆତଙ୍କବାଦୀଙ୍କ ସହ ମହର୍ଷି ବାଲ୍ମିକୀଙ୍କୁ ତୁଳନା କରିବା ପଡିଲା ମହଙ୍ଗା। ଫସିଲେ ପ୍ରସିଦ୍ଧ କବି ମୁନାୱର ରାଣା । ଏହାକୁ ନେଇ ବାଲ୍ମିକୀ ସମ୍ପ୍ରଦାୟ ଅତ୍ୟଧିକ କ୍ରୋଧିତ ହୋଇପଡିଛି। ମଧ୍ୟପ୍ରଦେଶର ଗୁନାରେ ଏହି ପ୍ରସିଦ୍ଧ କବିଙ୍କ ବିରୋଧରେ ଏଫ୍‌ଆଇଆର୍‌ ରୁଜୁ ହୋଇଛି।

ଦୁଇ ଦିନ ପୂର୍ବ ବାଲ୍ମିକୀ ସମାଜ ଦ୍ୱାରା ମୁନାୱରଙ୍କ ବିରୋଧରେ ଅଭିଯୋଗ ହୋଇଛି। ଏଥିରେ କୁଯାଇଛି ଯେ, ମହର୍ଷି ବାଲ୍ମିକୀ ରାମାୟଣର ରଚୟିତା। ଠାକୁର ଭାବେ ତାଙ୍କୁ ପୂଜା କରାଯାଏ। କିନ୍ତୁ ମନାୱର ତାଙ୍କ ଅପମାନ କରିଛନ୍ତି।  ମୁନାୱର ମହର୍ଷି ବାଲ୍ମିକୀଙ୍କ ତୁଳନା ତାଲିବାନ ଆତଙ୍କବାଦୀଙ୍କ ସହ କରି ତାଙ୍କୁ ଅପମାନ କରିଛନ୍ତି। କେବଳ ସେତିକି ନୁହେଁ ସେ ଏଭଳି କହି ପୂରା ଦେଶକୁ ଅପମାନିତ କରିଛନ୍ତି।

ସେପଟେ ଜଣେ ବିଜେପି ନେତା ମଧ୍ୟ ପ୍ରସିଦ୍ଧ କବି ମୁନାୱରଙ୍କ ଏଭଳି ମନ୍ତବ୍ୟକୁ ବିରୋଧ କରିଛନ୍ତି। ସେ କେବଳ ହିନ୍ଦୁ ଧର୍ମର ଅପମାନ କରିନାହାନ୍ତି ବାଲ୍ମିକୀଙ୍କୁ ପୂଜା କରୁଥିବା ଲୋକଙ୍କୁ ମଧ୍ୟ ଅପମାନ କରିଛନ୍ତି। ସେ ରାମାୟଣର ରଚନା କରିଥିଲେ। ଏଥିପାଇଁ ଭାରତ ସର୍ବଦା ତାଙ୍କର ଋଣି ରହିବ। ମୁନାୱର ହିନ୍ଦୁମାନଙ୍କୁ ଆଘାତ ଦେଇଛନ୍ତି ବୋଲି ସେ କହିଛନ୍ତି।

ରିପୋର୍ଟ ମୁତାବକ ମୁନାୱର ରାଣା କହିଥିଲେ, ‘ବାଲ୍ମିକୀ ପ୍ରଥମେ କ’ଣ ଥିଲେ ଏବଂ ପରେ କ’ଣ ହୋଇଗଲେ। ସେହିପରି ୧୦ ବର୍ଷ ପରେ ତାଲିବାନୀମାନେ ମଧ୍ୟ ବାଲ୍ମିକୀ ପାଲଟିଯିବେ। ସେମାନେ ଏବେ ବଦଳି ଯାଇଛନ୍ତି। ତାଲିବାନୀମାନେ ମଧ୍ୟ ପୂର୍ବଭଳି ଆଉ ରହିବେ ନାହିଁ।’ ଏହାକୁ ନେଇ ଏବେ ବିବାଦ ଉଗ୍ର ରୂପ ନେଇଛି। ତାଙ୍କ ବିରୋଧରେ ବାଲ୍ମିକୀ ସମାଜ ଲିଖିତ ଅଭିଯୋଗ କରିଛି। ଜାମିନବିହୀନ ଧାରା ଅନୁଯାୟୀ ଏଫ୍‌ଆଇଆର୍‌ ରୁଜୁ ହୋଇଛି। ଯଦି ସେ ଗିରଫ ହୁଅନ୍ତି ତେବେ ତାଙ୍କୁ ଜାମିନ ମିଳିପାରିବ ନାହିଁ। ଏଥିସହ ତାଙ୍କୁ ୩ ବର୍ଷ ଯାଏଁ ଜେଲ ଦଣ୍ଡ ଭୋଗିବାକୁ ମଧ୍ୟ ପଡିପାରେ।

The post ମହର୍ଷି ବାଲ୍ମିକୀଙ୍କୁ ତାଲିବାନୀଙ୍କ ସହ ତୁଳନା କରି ଫସିଲେ appeared first on Odisha Reporter.



from Odisha Reporter https://ift.tt/3D9MYYy

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages