‘ଭାରତରେ ଖିଲାଫତ’ କାବୁଲ ବିସ୍ଫୋରଣକାରୀ ଆଇଏସ୍‌ର ଟାର୍ଗେଟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, August 27, 2021

‘ଭାରତରେ ଖିଲାଫତ’ କାବୁଲ ବିସ୍ଫୋରଣକାରୀ ଆଇଏସ୍‌ର ଟାର୍ଗେଟ

ନୂଆଦିଲ୍ଲୀ: ଆଫଗାନିସ୍ତାନର ରାଜଧାନୀ କାବୁଲରେ ସିରିଜ୍‌ ବିସ୍ଫୋରଣ କରିଥିବା ଆଇଏସ୍‌ଆଇଏସ୍‌ ଖୋରାସାନର ଟାର୍ଗେଟରେ ରହିଛି ଭାରତ। ଭାରତରେ ଖିଲାଫତ ବା ନିଜର ହୁକୁମାତି ପ୍ରତିଷ୍ଠା କରିବାକୁ ଆଇଏସ୍‌ ସବୁ ପ୍ରକାରର ଯୋଜନା କରୁଛି। ସଂଗଠନରେ କିଛି ଭାରତୀୟ ଯୁବକଙ୍କୁ ସାମିଲ କରିବା ପ୍ରକ୍ରିୟା ଆଇଏସ୍‌ ଆରମ୍ଭ କରିସାରିଛି।  ଗୁଇନ୍ଦା ବିଭାଗ ହାତରେ ଏପରି ସାଂଘାତିକ ତଥ୍ୟ ଲାଗିବା ପରେ ସମସ୍ତଙ୍କ ମନରେ ଛନକା ପଶିଛି।

ନିଜର ନାଁ ଗୋପନ ରଖିବା ସର୍ତ୍ତରେ ଜଣେ ସରକାରୀ ଅଧିକାରୀ ସୂଚନା ଦେଇଛନ୍ତି ଯେ  ଆଫଗାନିସ୍ତାନରେ ନିଜର ଆଡ୍ଡା ଜମାଇବା ପରେ ଇସଲାମିକ ଷ୍ଟେଟ ଖୋରାସାନ ବା ଆଇଏସ-କେ ପକ୍ଷରୁ ଭାରତକୁ ଟାଗେର୍ଟ କରାଯାଇଛି। ଭାରତରେ ନିଜର ଖିଲାଫତ ପ୍ରତିଷ୍ଠା କରିବା ପାଇଁ ସଂଗଠନ ପ୍ରଥମେ କେନ୍ଦ୍ରୀୟ ଏସିଆ ଓ ପରେ ନୂଆଦିଲ୍ଲୀକୁ ନିଜର ସଦସ୍ୟଙ୍କୁ ପଠାଇବାକୁ ଯୋଜନା କରିଛି।

ସେ କହିଛନ୍ତି ଯେ ଖିଲାଫତ ପ୍ରତିଷ୍ଠା କରିବା ପୂର୍ବରୁ ଭାରତରେ ଆତଙ୍କୀ ହମଲା ଓ ଅଧିକରୁ ଅଧିକ ଯୁବଗୋଷ୍ଠୀଙ୍କୁ ସଂଗଠନରେ ସାମିଲ କରିବା ସେମାନଙ୍କର ପ୍ରଧାନ ଲକ୍ଷ୍ୟ। କେନ୍ଦ୍ରୀୟ ଏସିଆ ସହ ଭାରତରେ ଖିଲାଫତ ପ୍ରତିଷ୍ଠା କରିବା ହିଁ ସେମାନଙ୍କର ଟାର୍ଗେଟ। କେରଳ ଓ ମୁମ୍ବାଇର ଯୁବକମାନେ ଆଇଏସଆଇଏସରେ ଯୋଗ ଦେଇଛନ୍ତି।

ତେଣୁ ଏହି ହିଂସାତ୍ମକ ଗୋଷ୍ଠୀ ମୌଳବାଦୀ ଚିନ୍ତାଧାରରେ ପ୍ରଭାବିତ ଲୋକଙ୍କୁ ନିଜ ଆଡ଼କୁ ଆକୃଷ୍ଟ କରିବାକୁ ସକ୍ଷମ ହେଉଥିବା କୁହାଯାଇପାରେ। ଭାରତର କିଛି ଯୁବକ ଆଇଏସ୍‌ରେ ଯୋଗଦେବା ଚିନ୍ତାର ବିଷୟ। ଯଦି ସେମାନେ ଯୋଜନା ମୁତାବକ କାର୍ଯ୍ୟ କରିବେ, ତା’ହେଲେ ଭାରତରେ ଅନେକ ସେଲ୍‌ ଖୋଲିବାକୁ ସକ୍ଷମ ହେବ ବୋଲି ଗୁଇନ୍ଦା ବିଭାଗ ଆଶଙ୍କା କରିଥିବା ଅଧିକାରୀ ଜଣଙ୍କ କହିଛନ୍ତି।

ସେହିପରି ଏହି ସରକାରୀ ସୂତ୍ରରେ କୁହାଯାଇଛି ଯେ ତାଲିବାନ ବନ୍ଧୁକ ମୁନରେ ଆଫଗାନ ଦଖଲ କରିବା ପରେ ବିଭିନ୍ନ ଆତଙ୍କବାଦୀମାନେ ଉକ୍ତ ସ୍ଥାନକୁ ନିଜର ଭୂସ୍ୱର୍ଗ ଭଳି ମନେ କରୁଛନ୍ତି। ତାଲିବାନର ଦବଦବା ପରେ ପାକିସ୍ତାନରେ ରହି କଶ୍ମୀରରେ ଆତଙ୍କୀ ହମଲା କରୁଥିବା ଜୈଶର ନେତୃବୃନ୍ଦ ଏବେ କାନ୍ଦାହାର ସୀମାକୁ ଲାଗିଥିବା ହେଲମଣ୍ଡ ପ୍ରଦେଶରେ ନିଜର କ୍ୟାମ୍ପ ଆରମ୍ଭ କରିଛନ୍ତି।

ସେହିପରି ୨୦୦୮ ମୁମ୍ବାଇ ଆକ୍ରମଣରେ ସାମିଲ ଥିବା ଲସ୍କର ନିଜର କ୍ୟାମ୍ପକୁ ପୂର୍ବ ଆଫଗାନର କନୁରକୁ ସ୍ଥାନାନ୍ତର କରିନେଇଛି। ତାଲିବାନକୁ ଚେକ୍ ଦେବାକୁ ଆଇଏସ୍-କେ କାବୁଲରେ ବିସ୍ଫୋରଣ କରିବା ସହ ଭାରତ ଓ କେନ୍ଦ୍ରିୟ ଏସିଆରେ ନିଜର ଖିଲାଫତ ପ୍ରତିଷ୍ଠା କରିବାକୁ ଲକ୍ଷ୍ୟ ରଖିଥିବା ଗୁଇନ୍ଦା ବିଭାଗ ରିପୋର୍ଟ ଦେଇଛି।

The post ‘ଭାରତରେ ଖିଲାଫତ’ କାବୁଲ ବିସ୍ଫୋରଣକାରୀ ଆଇଏସ୍‌ର ଟାର୍ଗେଟ appeared first on Odisha Reporter.



from Odisha Reporter https://ift.tt/2USNjgT

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages