ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ଦୈନିକ କରୋନା ସଂକ୍ରମଣ ଦିନକୁ ଦିନ କମୁଥିବା ବେଳେ ପିଲାଙ୍କ ସଂକମଣ ବଢ଼ାଉଛନ୍ତି ଚିନ୍ତା। ଏବେ ରାଜ୍ୟରେ ଦୈନିକ ସଂକ୍ରମଣ ଟ୍ରେଣ୍ଡ ହଜାରେ ତଳେ ଥିବା ବେଳେ ପିଲାଙ୍କ ସଂକ୍ରମଣ କିନ୍ତୁ ସେଞ୍ଚୁରୀ ମାରୁଛି।
ରାଜ୍ୟରେ ଗତ ୨୪ ଘଣ୍ଟାରେ ୭୭୯ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୧୮ ବର୍ଷରୁ କମ୍ ବର୍ଗର କେବଳ ୧୦୫ ଜଣ ଚିହ୍ନଟ ହୋଇଛନ୍ତି। ୭୭୯ ସଂକ୍ରମିତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ୍ରୁ ୪୫୪ ଚିହ୍ନଟ ହୋଇଥିବା ବେଳେ ଲୋକାଲ କେସ୍ ହେଉଛି ୩୨୫ । ଏହାବାଦ ରାଜ୍ୟରେ ଆଉ ୬୮ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ମିଳିଛି। ଏହାକୁ ମିଶାଇ ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୭,୭୬୫କୁ ବୃଦ୍ଧି ପାଇଛି।
ଖୋର୍ଦ୍ଧାରୁ ସର୍ବାଧିକ ୨୫୯ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କଟକରୁ ୮୪, ବାଲେଶ୍ୱରରୁ ୫୯, ପୁରୀରୁ ୩୯ , ଯାଜପୁରରୁ ୩୪, ଜଗତସିଂହପୁରରୁ ୩୧ , ମୟୂରଭଂଜରୁ ୨୭, କେନ୍ଦ୍ରାପଡ଼ାରୁ ୨୧, ଅନୁଗୁଳରୁ ୨୦, ନୟାଗଡ଼ରୁ ୧୮ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ଏହାବାଦ ସୁନ୍ଦରଗଡ଼ରୁ ୨୦, ଭଦ୍ରକ, କେନ୍ଦୁଝରରୁ ୧୫ଜଣ ଲେଖାଏ , ସମ୍ବଲପୁରରୁ ୧୩, ଦେବଗଡ଼, ଢେଙ୍କାନାଳରୁ ୯ ଜଣ ଲେଖାଏ, ଗଂଜାମରୁ ୮, ବରଗଡ଼ରୁ ୫, ରାୟଗଡ଼ାରୁ ୪, ବଲାଙ୍ଗିରରୁ ୩, ସୁବର୍ଣ୍ଣପୁର, ବୌଦ୍ଧରୁ ୨ଜଣ ଲେଖାଏ , ଗଜପତିରୁ ୧, , ଝାରସୁଗୁଡ଼ାରୁ ୭, ମାଲକାନଗିରିରୁ ୬, କନ୍ଧମାଳରୁ ୫, କୋରାପୁଟରୁ ୩, ନୂଆପଡ଼ାରୁ ୨, କଳାହାଣ୍ଡିରୁ ଜଣେ, ଷ୍ଟେଟପୁଲରୁ ୫୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୫ ହଜାର ୬୫୪କୁ ବୃଦ୍ଧି ପାଇଛି। ରାଜ୍ୟରେ ଦିନକରେ ସାମ୍ପଲ ଟେଷ୍ଟ ୭୧,୧୩୭ ହୋଇଥିବା ବେଳେ ପଜିଟିଭିଟି ୧.୦୯ ପ୍ରତିଶତ ରହିଛି।
ରାଜ୍ୟରେ ଆଉ ୬୮ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ କଟକ ଜିଲ୍ଲାରୁ ସର୍ବାଧିକ ୨୫ ଆକ୍ରାନ୍ତ ଆଖି ବୁଜିଛନ୍ତି। ଏହାବାଦ କେନ୍ଦ୍ରାପଡ଼ା ଓ ଖୋର୍ଦ୍ଧାରୁ ୭ ଲେଖାଏଁ, ଜଗତସିଂହପୁରରୁ ୬ ଜଣଙ୍କ ମୃତ୍ୟୁ ହୋଇଛି।
ଅନୁଗୁଳ ଓ ମୟୂରଭଞ୍ଜରୁ ୫ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ବାଲେଶ୍ୱର, ଭଦ୍ରକ, ଢେଙ୍କାନାଳରୁ ୩ ଲେଖାଏଁ ଆକ୍ରାନ୍ତ ମୃତ୍ୟୁ ହୋଇଛନ୍ତି। ନୟାଗଡ଼ରୁ ୨, ବୌଦ୍ଧ, ପୁରୀ ଜିଲ୍ଲାରୁ ଜଣେ ଲେଖାଏଁ କରୋନାରେ ଆଖି ବୁଜିଛନ୍ତି।
The post ରାଜ୍ୟରେ ଦୈନିକ ସଂକ୍ରମଣ ଖସୁଛି, ହେଲେ ପିଲାଙ୍କ ଚିନ୍ତା ଘାରୁଛି appeared first on Odisha Reporter.
from Odisha Reporter https://ift.tt/2Wwhzz2
No comments:
Post a Comment