ରାଜ୍ୟସଭା ଆସୁ ନଥିବା ବିଜେପି ସାଂସଦଙ୍କ ଉପରେ ମୋଦି ‌ଖପ୍ପା, ମାଗିଲେ ନାଁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, August 10, 2021

ରାଜ୍ୟସଭା ଆସୁ ନଥିବା ବିଜେପି ସାଂସଦଙ୍କ ଉପରେ ମୋଦି ‌ଖପ୍ପା, ମାଗିଲେ ନାଁ

ନୂଆଦିଲ୍ଲୀ: ଚଳିତ ମୌସୁମୀ ଅଧିବେଶନ ବେଳେ ରାଜ୍ୟସଭାରେ ପ୍ରାୟ ସମୟ ଅନୁପସ୍ଥିତ ରହୁଥିବା ବିଜେପି ସାଂସଦଙ୍କ ଉପରେ ଖପ୍ପା ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆଜି ସଂସଦୀୟ ଦଳ ବୈଠକରେ ଏହି ପ୍ରସଙ୍ଗକୁ ନେଇ ମୋଦି ଅସନ୍ତୋଷ ପ୍ରକାଶ କରିବା ସହ ଅନୁପସ୍ଥିତ ରହୁଥିବା ସାଂସଦଙ୍କ ନାଁ ମାଗିଛନ୍ତି।

ସୋମବାର ରାଜ୍ୟସଭାରେ ବିଜେପିର ଏକାଧିକ ସାଂସଦ ଅନୁପସ୍ଥିତ ଥିଲେ। ଦଳ ଗୃହରେ ଅନେକ ଗୁରୁତ୍ୱପୂର୍ଣ୍ଣ ବିଲ ଆଣୁଥିବା ବେଳେ ବିଜେପି ସାଂସଦଙ୍କ ଅନୁପସ୍ଥିତି କେନ୍ଦ୍ର ସରକାରଙ୍କ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ଏହି କାରଣରୁ ମୋଦି ନିଜର ଅସନ୍ତୋଷ ବ୍ୟକ୍ତ କରିଥିବା ଜଣାପଡ଼ିଛି।

ଏହି କାରଣରୁ ବିଜେପି ପକ୍ଷରୁ ମଙ୍ଗଳବାର ଓ ବୁଧବାର ସମସ୍ତ ସାଂସଦଙ୍କୁ ଗୃହରେ ଉପସ୍ଥିତ ରହିବାକୁ ହ୍ୱିପ ଜାରି କରାଯାଇଛି। ସମ୍ଭବତଃ ଦଳ ଏହି ସମୟରେ ଅନେକ ଗୁରୁତ୍ୱପୂର୍ଣ୍ଣ ବିଲ୍‌ ଗୃହରେ ଉପସ୍ଥାପନ କରି ଏହାକୁ ପାସ କରିବାକୁ ଚେଷ୍ଟା କରିବ।

ଅନ୍ୟପକ୍ଷରେ ଆଜି ବିଜେପି ସଂସଦୀୟ ଦଳ ବୈଠକରେ ଭାରତ ଟୋକିଓ ଅଲିମ୍ପିକ୍ସରେ ରେକର୍ଡ ସଂଖ୍ୟକ ୭ ପଦକ ଜିତିଥିବା ପ୍ରସଙ୍ଗ ଉଠିଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ସବୁ ସଦସ୍ୟ ନିଜ ଆସନରେ ଛିଡ଼ା ହୋଇ ଖେଳାଳିଙ୍କ ପାଇଁ ତାଳିମାରିଥିଲେ। ସେମାନଙ୍କୁ ଶୁଭେଚ୍ଛା ମଧ୍ୟ ଜଣାଇଥିଲେ।

ଏହି ସମୟରେ ମୋଦି ସବୁ ସାଂସଦମାନଙ୍କୁ ନିଜ ନିଜ ନିର୍ବାଚନ ମଣ୍ଡଳୀରେ ଖେଳାଳି ଓ ଖେଳକୁ ପ୍ରୋତ୍ସାହିତ କରିବା ପାଇଁ କହିଛନ୍ତି। ବିଶେଷ କରି ଗ୍ରାମାଞ୍ଚଳରେ ଥିବା ଟାଲେଣ୍ଟମାନଙ୍କୁ ଆଗକୁ ଆଣିବାକୁ ସେ କହିଛନ୍ତି। ଏହାବାଦ ସେ ଝିଅ ଓ ପୁଅଙ୍କ ମଧ୍ୟରେ ପ୍ରତିଯୋଗିତାମାନ ଆୟୋଜନ କରିବାକୁ ମଧ୍ୟ ପରାମର୍ଶ ଦେଇଛନ୍ତି।

ଏହାବାଦ୍ କୌଣସି ଗିରବ ପରିବାର ଯେମିତି ଆୟୁଷ୍ମାନ ଭାରତ ଗୋଲ୍ଡେନ କାର୍ଡରୁ ବଞ୍ଚିତ ନ ହେବେ, ତା’ର ବ୍ୟବସ୍ଥା କରିବାକୁ ମୋଦି ସବୁ ଦଳୀୟ ସାଂସଦଙ୍କୁ କହିଛନ୍ତି। ଏହି କାର୍ଡ ଦ୍ୱାରା ଗିରବ ଲୋକଙ୍କ ମାଗଣା ଚିକିତ୍ସା ହୋଇପାରିବ। ପିଏମ ଗିରବ କଲ୍ୟାଣ ଅନ୍ନ ଯୋଜନା ମଧ୍ୟ ସମସ୍ତଙ୍କ ପାଖରେ ପହଞ୍ଚାଇବାକୁ ମୋଦି କହିଛନ୍ତି।

The post ରାଜ୍ୟସଭା ଆସୁ ନଥିବା ବିଜେପି ସାଂସଦଙ୍କ ଉପରେ ମୋଦି ‌ଖପ୍ପା, ମାଗିଲେ ନାଁ appeared first on Odisha Reporter.



from Odisha Reporter https://ift.tt/3jKKlDJ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages