ତାଲିବାନ ଶିବିରରେ ଏୟାରଷ୍ଟ୍ରାଇକ୍‌, ଗଡ଼ିଲା ୧୦୦ ମୁଣ୍ଡ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, August 10, 2021

ତାଲିବାନ ଶିବିରରେ ଏୟାରଷ୍ଟ୍ରାଇକ୍‌, ଗଡ଼ିଲା ୧୦୦ ମୁଣ୍ଡ

ନୂଆଦିଲ୍ଲୀ: ଆଫଗାନିସ୍ତାନରେ ବଢ଼ି ଚାଲିଛି ତାଲିବାନର କ୍ରୁରତା। ଏବେ ଏହାକୁ ଉଚିତ ଜବାବ ଦେବାକୁ ଅଣ୍ଟା ଭିଡିଛି ଆଫଗାନିସ୍ତାନ।  ତାଲିବାନ ଶିବିର ଉପରେ ରାତି ଅଧିଆ କରିଛି ଏୟାରଷ୍ଟ୍ରାଇକ୍‌। ଆମେରିକା ସମର୍ଥିତ ଆଫଗାନିସ୍ତାନ ବାୟୁସେନା ବିଭିନ୍ନ ପ୍ରଦେଶରେ ତାଲିବାନ ଶିବିର ଉପରେ କରିଛି ଆକ୍ରମଣ। ଏଥିରେ ପ୍ରାୟ ୧୦୦ ଜଣ ତାଲିବାନ ସଦସ୍ୟଙ୍କ ମୃତ୍ୟୁ ହୋଇଛି।

ଏନେଇ ଆଫଗାନିସ୍ତାନ ପ୍ରତିରକ୍ଷା ମନ୍ତ୍ରାଳୟ ଟୁଇଟ୍‌ କରି ସୂଚନା ଦେଇଛି। ସେ କହିଛି, ସୋମବାର ହେଲମଣ୍ଡ ଏବଂ କାନ୍ଦାହାର ପ୍ରଦେଶର ବିଭିନ୍ନ ସେକ୍ଟରରେ ଏୟାରଷ୍ଟ୍ରାଇକ୍ କରାଯାଇଛି। ସୋମବାର ରାତିରେ ଦଣ୍ଡ, ଝେରିଆ, ତଖତପୋଲ ଜିଲ୍ଲା ତଥା କାନ୍ଦାହାର ପ୍ରାଦେଶିକ କେନ୍ଦ୍ରର ଏଏନଡିଏସଏଫ ଅପରେସନକୁ ସମର୍ଥନ କରି ଆଫଗାନିସ୍ତାନ ବାୟୁସେନା ଦ୍ୱାରା କରାଯାଇଥିବା ଏୟାରଷ୍ଟ୍ରାଇକରେ ୪୭ ତାଲିବାନ ଆତଙ୍କବାଦୀ ନିହତ ହୋଇଛନ୍ତି। ଅନ୍ୟ ୨୫ ଜଣ ଆହତ ହୋଇଛନ୍ତି। ଏଥିସହ ତାଲିବାନର ୨ଟି ଶିବିର, ଗୋଟିଏ ଗାଡ଼ି ଓ ୨ଟି ଭାରୀ ଅସ୍ତ୍ର  ନଷ୍ଟ ହୋଇଯାଇଛି।

ହେଲମାଣ୍ଡରେ ହୋଇଥିବା ଅନ୍ୟ ଏକ ଏୟାରଷ୍ଟ୍ରାଇକରେ ୧୦ ତାଲିବାନ ସଦସ୍ୟ ନିହତ ହୋଇଛନ୍ତି। ଏଥିରେ ତାଲିବାନର ଜରଗାଇ, ହାଜି ତୁରାନ ଏବଂ ଜାରକାଭି ନାମକ ତିନିଜଣ ବରିଷ୍ଠ କମାଣ୍ଡୋଙ୍କ ସାମିଲ ଥିବା ଆଫଗାନ ପ୍ରତିରକ୍ଷା ମନ୍ତ୍ରାଳୟ ଟୁଇଟ୍‌ କରି କହିଛି।

ଆମେରିକାର ବାୟୁସେନା ସହଯୋଗରେ ଆଫଗାନିସ୍ତାନ ସୈନ୍ୟମାନେ ମିଳିତ ଭାବେ ତାଲିବାନ ବିରୋଧରେ କାର୍ଯ୍ୟ‌ାନୁଷ୍ଠାନ ଆରମ୍ଭ କରିଛନ୍ତି। ତାଲିବାନକୁ ମୂଳରୁ ହଟାଇବା ପାଇଁ ଆଫଗାନିସ୍ତାନ ଓ ଆମେରିକା କାମ କରିବା ଆରମ୍ଭ କରିଛନ୍ତି।

ସୂଚନା ମୁତାବକ, ଆଫଗାନିସ୍ତାନକୁ ତାଲିବାନ ତା’ କବ୍‌ଜାକୁ ନେବା ପାଇଁ ଚେଷ୍ଟା କରୁଛି। କାନ୍ଦାହାରରୁ ଆମେରିକାର ତା’ର ସୈନ୍ୟ ପ୍ରତ୍ୟାହାର ପରେ ତାଲିବାନ ସଦସ୍ୟମାନେ ଆଫଗାନିସ୍ତାନ ଆଡକୁ ମାଡି ଆସୁଛନ୍ତି। ରିପୋର୍ଟ ମୁତାବକ ୧୦ଟି ଜିଲ୍ଲାରୁ ୯ଟି ତାଲିବାନ ନିଜ କଣ୍ଟ୍ରୋଲରେ ରଖିଛି।

The post ତାଲିବାନ ଶିବିରରେ ଏୟାରଷ୍ଟ୍ରାଇକ୍‌, ଗଡ଼ିଲା ୧୦୦ ମୁଣ୍ଡ appeared first on Odisha Reporter.



from Odisha Reporter https://ift.tt/3yx053g

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages