ନୂଆଦିଲ୍ଲୀ: ଆଫଗାନିସ୍ତାନରେ ତାଲିବାନ ରାଜ୍ ଆରମ୍ଭ ହୋଇଯାଇଛି। ଆଫଗାନବାସୀ ତାଲିବାନର ଆତଙ୍କରାଜକୁ ସହଜରେ ଗ୍ରହଣ କରିନପାରି ଅନ୍ୟ ଦେଶକୁ ପଳାଉଛନ୍ତି। ଏହାରି ଭିତରେ ସାମ୍ନାକୁ ଆସିଛି ଜଣେ ଟପ୍ ତାଲିବାନ ଲିଡରର ନାମ, ଯିଏ ୧୯୮୨ ମସିହାରେ ଇଣ୍ଡିଆନ୍ ମିଲିଟାରୀ ଏକାଡେମୀରୁ ପ୍ରଶିକ୍ଷଣ ନେଇଥିଲେ। ସେତେବେଳେ ଏହି ତାଲିବାନ ନେତା ଶେରୁ ଭାବେ ଜଣାଶୁଣା ଥିଲେ। ତାଙ୍କର ମୂଳ ନାମ ମହମ୍ମଦ ଷ୍ଟାନିକଜାଇ (୬୦)। ସେ ଆଫଗାନିସ୍ତାନ ସେନାର ଥିଲେ। କିନ୍ତୁ ଇଣ୍ଡିଆନ୍ ମିଲିଟାରୀ ଏକାଡେମୀର ନିୟମ ଅନୁଯାୟୀ ତାଙ୍କୁ ପ୍ରି କମିଶନ ଟ୍ରେନିଂ ପ୍ରଶିକ୍ଷଣ ନେବା ପାଇଁ ଗୋଟିଏ ସୁଯୋଗ ମିଳିଥିଲା।
ଷ୍ଟାନିକଜାଇ ଓରଫ୍ ଶେରୁ ୨୦ ବର୍ଷ ବୟସରେ ଡେରାଡୁନ ସ୍ଥିତ ଆଇଏମଏର ୪୫ କ୍ୟାଡେଟଙ୍କ ମଧ୍ୟରୁ ଜଣେ ଥିଲେ। ମେଜର ଜେନେରାଲ ଡିଏ ଚତୁର୍ବେଦୀ (ଅବସରପ୍ରାପ୍ତ) କହିଛନ୍ତି, ଶେରୁ ତାଙ୍କ ଏକାଡେମୀର ଅନ୍ୟ କ୍ୟାଡେଟଙ୍କ ତୁଳନାରେ ଟିକିଏ ଅଧିକ ଗାମ୍ଭୀର୍ଯ୍ୟପୂର୍ଣ୍ଣ ବ୍ୟକ୍ତିତ୍ୱ ଥିଲେ। ଅନ୍ୟଙ୍କ ତୁଳନାରେ ଶେରୁ ବାରି ହୋଇ ପଡ଼ୁଥିଲେ। ତାଙ୍କର ମୁହଁ ଓସାରିଆ ଏବଂ ଅନ୍ୟଙ୍କ ତୁଳନାରେ ବଡ଼ ଥିଲେ। କିନ୍ତୁ ସେତେବେଳେ ସେ ମୌଳବାଦୀ ଚିନ୍ତାଧାରା ଦ୍ୱାରା ପ୍ରଭାବିତ ହୋଇନଥିଲା। ସେ ଆଫଗାନିସ୍ତାନ କ୍ୟାଡେଟ୍ ଥିଲେ। ଏଠାରେ ତାଙ୍କୁ ଗୋଟିଏ ସୁଯୋଗ ମିଳିଥିଲା ପ୍ରଶିକ୍ଷଣ ନେବାର।
ସ୍ୱାଧୀନତା ପରଠାରୁ ଭାରତରେ ବିଦେଶୀ କ୍ୟାଡେଟମାନେ ଆଇଏମଏରେ ଟ୍ରେନିଂ ନେଉଛନ୍ତି। ଭାରତ-ପାକିସ୍ତାନ ଯୁଦ୍ଧ ପରେ ୧୯୭୧ ମସିହାରୁ ଆଫଗାନିସ୍ତାନ କ୍ୟାଡେଟମାନେ ଏହି ସୁବିଧା ପାଇଛନ୍ତି। ଆଫଗାନିସ୍ତାନ ଜାତୀୟ ପ୍ରତିରକ୍ଷା ଏବଂ ସୁରକ୍ଷା ବାହିନୀରୁ ପ୍ରତ୍ୟକ୍ଷ ନିଯୁକ୍ତି ମାଧ୍ୟମରେ ଷ୍ଟାନିକଜାଇ ଆଇଏମଏରେ ଆଡମିଶନ ନେଇଥିଲେ।
ଅବସରପ୍ରାପ୍ତ କର୍ଣ୍ଣେଲ କେଶର ସିଂ ଶେଖାୱତ କହିଛନ୍ତି, ‘ସେ ଛୋଟ ପିଲା ପରି ଥିଲେ। ମୋର ମନେ ଅଛି ଥରେ ଆମେ ଏକାଠି ହୋଇ ଋଷିକେଶ ଯାଇ ଗଙ୍ଗାରେ ଗାଧୋଇଥିଲୁ। ସେ ବହୁତ ଭଲ ବନ୍ଧୁ ଥିଲେ। ସପ୍ତାହ ଶେଷରେ ସେ ଓ ମୁଁ ଏକାଠି ହୋଇ ଜଙ୍ଗଲ ଏବଂ ପାହାଡ଼ରେ ବୁଲିବାକୁ ଯାଉଥିଲୁ।
ଦେଢ଼ ବର୍ଷ ପରେ ଆଇଏମରେ ପ୍ରି କମିଶନ ଟ୍ରେନିଂ ଶେଷ କରିଥିଲେ ଶେରୁ। ଏହା ପରେ ସେ ଲେଫ୍ଟନାଣ୍ଟ ଭାବରେ ଆଫଗାନିସ୍ତାନ ଜାତୀୟ ସେନାରେ ଯୋଗ ଦେଇଥିଲେ। ସୋଭିଏତ ରୁଷ ତାଲିବାନକୁ କବଜା କରିଥିଲା। ଶେରୁ ୧୯୯୬ରେ ସେନାରୁ ଅବସର ନେଇଥିଲେ। ପରେ ତାଲିବାନରେ ଯୋଗ ଦେଇଥିଲେ। ଆମେରିକା ତାଲିବାନ ମଧ୍ୟରେ କୂଟନୀତି ସମ୍ପର୍କ ବଢ଼ାଇବା ପାଇଁ କ୍ଲିଣ୍ଟନ ସରକାର ପ୍ରୟାସ କରିଥିଲେ। ସେତେବେଳେ ଶେରୁ ଏହି ଆଲୋଚନାରେ ମାଧ୍ୟମ ସାଜିଥିଲେ।
୧୯୯୭ ମସିହାରେ ନ୍ୟୁୟର୍କ ଟାଇମ୍ସର ଏକ ଆଲେଖ୍ୟରେ ଦର୍ଶାଯାଇଛି ଯେ ତାଲିବାନ ଶାସନର କାର୍ଯ୍ୟନିର୍ବାହୀ ବୈଦେଶିକ ମନ୍ତ୍ରୀ ଷ୍ଟାନିକଜାଇ ଏକ ଭାରତୀୟ କଲେଜରେ ଇଂରାଜୀ ଶିକ୍ଷାଲାଭ କରିଥିଲେ। ପରବର୍ତ୍ତୀ ବର୍ଷଗୁଡ଼ିକରେ, ସେ ତାଲିବାନ ପାଇଁ ଏକ ପ୍ରମୁଖ ବ୍ୟକ୍ତି ସାଜିଥିଲେ। ଯିଏକି ଅନ୍ୟ ଦେଶ ସହ ଯୋଗାଯୋଗର ମାଧ୍ୟମ ପାଲଟିଥିଲେ। ସେ ଇଂରାଜୀ ଏବଂ ସେନାରେ ତାଲିମ ପାଇଥିବା ଯୋଗୁଁ ତାଲିବାନୀଙ୍କ ମଧ୍ୟରେ ତାଙ୍କର ପ୍ରଭାବ ବଢ଼ିଥିଲା।
ଯେତେବେଳେ ତାଲିବାନ ଦୋହାରେ ସେମାନଙ୍କର ରାଜନୀତିକ କାର୍ଯ୍ୟାଳୟ ପ୍ରତିଷ୍ଠା କଲା, ସେତେବେଳେ ତାଲିବାନ ସେଠାରେ ସେମାନଙ୍କ ବରିଷ୍ଠ ନେତାମାନଙ୍କୁ ସେଠାରେ ରଖିଥିଲା। ଏହି କ୍ରମରେ ଷ୍ଟାନନିକଜାଇ ୨୦୧୨ରୁ ତାଲିବାନକୁ ପ୍ରତିନିଧିତ୍ୱ କରିଆସୁଛନ୍ତି। ତାଲିବାନଙ୍କ ସହ ଆଲୋଚନା କରିବା ପାଇଁ ହେଲେ ଷ୍ଟାନିକଜାଇ ପ୍ରମୁଖ ମାଧ୍ୟମ ସାଜିପାରିବେ ବୋଲି କୁହାଯାଉଛି। ଅବସରପ୍ରାପ୍ତ ମେଜର ଜେନେରାଲ୍ ଡିଏ ଚତୁର୍ବେଦୀ କହିଛନ୍ତି, ସେ କେବେ ଭାରତର କଥାକୁ ସେମିତି ବିରୋଧ କରିବେନି। କାରଣ ସେ ଅନୁଶାସନ ଭାରତର ମିଲିଟାରୀ ଏକାଡେମୀରୁ ଶିଖିଛନ୍ତି। ତେଣୁ ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ଷ୍ଟାନିକଜାଇ ଓରଫ ଶେରୁ ସହିତ ଆଲୋଚନା କରିବା ଦରକାର।
The post ଇଣ୍ଡିଆନ୍ ମିଲିଟାରୀ ଏକାଡେମୀର ‘ଶେରୁ’ ଏବେ ତାଲିବାନର ଟପ୍ କମାଣ୍ଡର appeared first on Odisha Reporter.
from Odisha Reporter https://ift.tt/3AVkm3k
No comments:
Post a Comment