ନୂଆଦିଲ୍ଲୀ: ବ୍ରିଟେନ୍ ଯାଉଥିବା ଭାରାତୀୟ ଯାତ୍ରୀଙ୍କ ପାଇଁ ଖୁସି ଖବର। ଯାତ୍ରା ପ୍ରତିବନ୍ଧକ କୋହଳ କଲେ ବ୍ରିଟେନ୍ ସରକାର। ଏବେ ବ୍ରିଟେନ୍ ଯାଉଥିବା ସମସ୍ତ ଭାରତୀୟ ଯାତ୍ରୀଙ୍କୁ ଆଉ ୧୦ ଦିନ ଯାଏଁ ହୋଟେଲରେ ଆଇସୋଲେସନରେ ରହିବାକୁ ପଡିବ ନାହିଁ। ଏନେଇ ରବିବାର ଡିଏଚ୍ଏସ୍ସି ସୂଚନା ଦେଇଛି।
ସୂଚନା ମୁତାବକ, ଭାରତରୁ ଆସୁଥିବା ଯାତ୍ରୀ ଯେଉଁମାନେ ଟିକା ନେଇ ସାରିଛନ୍ତି, ଘରେ କିମ୍ବା କୌଣସି ଏକ ନିର୍ଦ୍ଧିଷ୍ଠ ସ୍ଥାନରେ କ୍ୱାରେଣ୍ଟାଇନ୍ରେ ରହିବାକୁ ପଡିବ। ସରକାରଙ୍କ ଦ୍ୱାରା ଅନୁମୋଦିତ ଆଇସୋଲେସନ ସେଣ୍ଟର୍ସରେ ପ୍ରତି ବ୍ୟକ୍ତି ୧୭୫୦ ପାଉଣ୍ଡ ଅତିରିକକ୍ତ ଖର୍ଚ୍ଚରେ ୧୦ ଦିନ ଯାଏଁ ହୋଟେଲରେ ଆଇସୋଲେସନ ରହିବା ଆଉ ବାଧ୍ୟତାମୂଳକ ହେବ ନାହିଁ। ଯେଉଁମାନେ ବ୍ରିଟେନ କିମ୍ବା ୟୁରୋପରେ ଟିକାକରଣ କରିଛନ୍ତି ସେହିମାନଙ୍କୁ ହିଁ ଘରେ ଆଇସୋଲେସନ ରହିବାକୁ ସୁବିଧା ମିଳିବ।
ସେହିପରି ରେଡ୍ ଲିଷ୍ଟରୁ ଭାରତକୁ ହଟାଇ ଦିଆଯାଇଛି। ରେଡ୍ ଲିଷ୍ଟରୁ ହଟାଇ ଏବେ ଭାରତକୁ ଏମ୍ବର ଲିଷ୍ଟରେ ସାମିଲ କରାଯାଇଛି। ଏହି ତାଲିକାରେ ବ୍ରିଟେନ୍ ଆସିବା ପୂର୍ବରୁ ଏବଂ ପରେ ସମସ୍ତ ଭାରତୀୟଙ୍କୁ ଦୁଇଥର କରୋନା ଟେଷ୍ଟ କରିବାକୁ ପଡିବ। ଏଥିସହ ବିମାନ ବନ୍ଦରରେ ହିଁ ଏକ ଫର୍ମ ପୂରଣ କରିବାକୁ ପଡିବ।
ବ୍ରିଟେନ ଆସିବା ପରେ ଯାତ୍ରୀମାନେ ଫର୍ମରେ ଯେଉଁ ସ୍ଥାନରେ ରହିବାକୁ ଉଲ୍ଲେଖ କରିଥିବେ ସେହି ସ୍ଥାନରେ ହିଁ ୧୦ ଦିନ ଯାଏଁ ଆଇସୋଲେସନରେ ରହିବାକୁ ହେବ। ଅଷ୍ଟମ ଦିନ କିମ୍ବା ଆଇସୋଲେସନ ପିରିଅଡ୍ ସରିବା ପରେ କୋଭିଡ ଟେଷ୍ଟ କରିବାକୁ ହେବ ବୋଲି କୁହାଯାଇଛି।
The post କୋହଳ ହେଲା ପ୍ରତିବନ୍ଧକ, ରେଡ୍ ଲିଷ୍ଟରୁ ହଟିଲା ଭାରତ appeared first on Odisha Reporter.
from Odisha Reporter https://ift.tt/3lFDGx1
No comments:
Post a Comment