ଦେଶରେ କ୍ରାନ୍ତି ଆଣିବା କହି କାନ୍ତିଙ୍କୁ ଡାକି ନେଇଥିଲେ ନକ୍ସଲ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, August 8, 2021

ଦେଶରେ କ୍ରାନ୍ତି ଆଣିବା କହି କାନ୍ତିଙ୍କୁ ଡାକି ନେଇଥିଲେ ନକ୍ସଲ

ଫୁଲବାଣୀ (ତ୍ରିନାଥ ସାହୁ): କନ୍ଧମାଳ ଜିଲ୍ଲା ପୁଲିସ୍ ପାଖରେ ଜଣେ ମହିଳା ନକ୍ସଲ ଆତ୍ମସମର୍ପଣ କରିଛନ୍ତି। ତାଙ୍କ ନାଁ ଅମିତା ଓରଫ କାନ୍ତି ମଲ୍ଲିକ। ସେ ଓଡ଼ିଶା ରାଜ୍ୟ କମିଟିର କେକେବିଏନ୍‌ ଡିଭିଜନ୍‌ରେ ଜଣେ ପାର୍ଟି ମେମ୍ବର ଭାବେ କାର୍ଯ୍ୟ କରୁଥିଲେ।

କାନ୍ତିଙ୍କ ଘର ବାଲିଗୁଡ଼ା ଥାନା ଗାଙ୍ଗାରାଙ୍ଗା ଗାଁରେ। ତାଙ୍କୁ ମାତ୍ର ୨୨ ବର୍ଷ ହୋଇଛି। ୨୦୧୮ ମସିହାରେ ସେ ନକ୍ସଲ ସଂଗଠନରେ ସାମିଲ ହୋଇଥିଲେ ଏବଂ ନକ୍ସଲଙ୍କ ଦ୍ୱାରା କରାଯାଇଥିବା ବିଭିନ୍ନ ହିଂସାକାଣ୍ଡରେ ସାମିଲ ହୋଇଥିଲେ।

କାନ୍ତି କହିଛନ୍ତି ଯେ ସରକାରଙ୍କ ଉନ୍ନୟନ ମୂଳକ କାର୍ଯ୍ୟକୁ ଦେଖି ନକ୍ସଲ ସଂଗଠନ ଛାଡ଼ି ସେ ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବାକୁ ଆତ୍ମସମର୍ପଣ କରିଛନ୍ତି।

ସେ ଆହୁରି କହିଛନ୍ତି ଯେ ଦେଶରେ କ୍ରାନ୍ତି ଆଣିବା ପାଇଁ ଲଢ଼େଇ କରିବା କହି ନକ୍ସଲମାନେ ତାଙ୍କୁ ଡାକି ନେଇଥିଲେ। କିନ୍ତୁ ସେମାନଙ୍କ କାର୍ଯ୍ୟକଳାପ ତାଙ୍କୁ ଭଲ ଲାଗିଲା ନାହିଁ। ସେମାନେ ବିକାଶ କାର୍ଯ୍ୟ କରୁଥିବା ଲୋକଙ୍କୁ ମଧ୍ୟ ପୁଲିସ୍ ଇନ୍‌ଫର୍ମର କହି ମାରି ଦେଉଛନ୍ତି। ରାସ୍ତା ଓ ସ୍କୁଲ୍ କାମ କରିବାରେ ବାଧା ଦେଉଛନ୍ତି। ଏସବୁ ତାଙ୍କୁ ଭଲ ଲାଗିଲା ନାହିଁ। ତେଣୁ ସଂଗଠନ ଛାଡ଼ି ଦେବାକୁ ନିଷ୍ପତ୍ତି ନେଲେ।

କନ୍ଧମାଳ ଏସ୍‌ପି ବିନିତ୍ ଅଗ୍ରୱାଲ୍‌ କହିଛନ୍ତି ଯେ କାନ୍ତି ମଲ୍ଲିକଙ୍କୁ ସରକାରଙ୍କ ଆତ୍ମସମର୍ପଣ ନିୟମ ଅନୁସାରେ ଆର୍ଥିକ ସାହାଯ୍ୟ ମିଳିବ। ତା’ସହିତ ଆଉ ଯାହା ସବୁ ମିଳିବା କଥା, ତାହା ଦିଆଯିବ।

ନକ୍ସଲମାନେ ହିଂସାର ରାସ୍ତା ଛାଡ଼ି ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବାକୁ ନିବେଦନ କରିଛନ୍ତି କନ୍ଧମାଳ ଏସ୍‌ପି।

The post ଦେଶରେ କ୍ରାନ୍ତି ଆଣିବା କହି କାନ୍ତିଙ୍କୁ ଡାକି ନେଇଥିଲେ ନକ୍ସଲ appeared first on Odisha Reporter.



from Odisha Reporter https://ift.tt/2VEm7To

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages