କାବୁଲ ଏୟାରପୋର୍ଟକୁ ଆତଙ୍କୀ ହମଲା ଭୟ, ତୁରନ୍ତ ଖାଲି କରିବାକୁ ପରାମର୍ଶ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, August 25, 2021

କାବୁଲ ଏୟାରପୋର୍ଟକୁ ଆତଙ୍କୀ ହମଲା ଭୟ, ତୁରନ୍ତ ଖାଲି କରିବାକୁ ପରାମର୍ଶ

ମେଲବର୍ଣ: ଆଫଗାନିସ୍ତାନକୁ ତାଲିବାନ ଦଖଲ କରିବା ପରେ କାବୁଲ ଏୟାରପୋର୍ଟରେ ଦେଶ ଛାଡ଼ିବାକୁ ହଜାର ହଜାର ଲୋକ ଅପେକ୍ଷା କରି ରହିଛନ୍ତି। ଉଭୟ ଆଫଗାନ ଓ ବିଦେଶୀ ନାଗରିକଙ୍କୁ ବିଭିନ୍ନ ରାଷ୍ଟ୍ର ପକ୍ଷରୁ ଏୟାରଲିଫ୍ଟ ମଧ୍ୟ କରାଯାଉଛି। ତଥାପି ହଜାର ହଜାର ଲୋକ ଏବେ ବି ଉଦ୍ଧାର ଅପେକ୍ଷାରେ ରହିଛନ୍ତି।

ଏସବୁ ଭିତରେ କାବୁଲ ଏୟାରପୋର୍ଟରେ ଜମି ଥିବା ଭିଡ଼ ଉପରେ ଆତଙ୍କୀ ହମଲାର ଭୟ ସୃଷ୍ଟି ହୋଇଛି। ପୂର୍ବରୁ ଆମେରିକା ଆକ୍ରମଣର ଆଶଙ୍କା କରିଥିବା ବେଳେ ଏବେ ବ୍ରିଟେନ ଓ ଅଷ୍ଟ୍ରେଲିଆ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଆତଙ୍କବାଦୀମାନେ ହମଲା କରିବାକୁ ଥିବାରୁ ତୁରନ୍ତ ଏୟାରପୋର୍ଟ ଖାଲି କରିବାକୁ ଅଷ୍ଟ୍ରେଲିଆ ଓ ବ୍ରିଟେନ ପକ୍ଷରୁ ସମସ୍ତଙ୍କୁ ପରାମର୍ଶ ଦିଆଯାଇଛି।

ଅଷ୍ଟ୍ରେଲିଆର ବୈଦେଶିକ ମନ୍ତ୍ରୀ ମାରିସେ ପେୟନ କହିଛନ୍ତି, କାବୁଲ ଏୟାରପୋର୍ଟ ନିକଟରେ ବଡ଼ ଧରଣର ଆତଙ୍କୀ ହମଲାର ବିପଦ ସୃଷ୍ଟି ହୋଇଛି। ଏଥିପାଇଁ ଅଷ୍ଟ୍ରେଲିଆ ତା’ର ନାଗରିକ ଓ ଏଠାକୁ ଆସିବା ପାଇଁ ଭିସା ପାଇଥିବା ଲୋକଙ୍କୁ ତୁରନ୍ତ ଏୟାରପୋର୍ଟ ଖାଲି କରିବାକୁ ପରାମର୍ଶ ଦେଉଛି।

ଅଷ୍ଟ୍ରେଲିଆ ନିଜ ଦେଶର ନାଗରିକ ଓ ଭିସାଧାରୀଙ୍କୁ କାବୁଲରୁ ଗୋଟିଏ ସପ୍ତାହ ହେଲାଣି ଉଦ୍ଧାର କରି ଚାଲିଛି। ଏଥିସହ ଲୋକଙ୍କୁ ଏୟାରପୋର୍ଟ ଆସିବାକୁ ମଧ୍ୟ କହିଥିଲା। ତେବେ ଏୟାରପୋର୍ଟ ଅଞ୍ଚଳରେ ଥିବା ଲୋକଙ୍କ ପାଇଁ ଅଷ୍ଟ୍ରେଲିଆ ତୁରନ୍ତ ନିଜର ନିର୍ଦ୍ଦେଶନାମା ବଦଳାଇଛି। ଆତଙ୍କୀ ହମଲାର ଆଶଙ୍କା ଥିବାରୁ ଲୋକଙ୍କୁ ଏୟାରପୋର୍ଟର ଗେଟ୍‌ ନିକଟକୁ ନ ଆସିବା ପାଇଁ କହିଛି।

ବ୍ରିଟେନ ମଧ୍ୟ ସମାନ ଆକଳନ କରି ଆତଙ୍କୀ ହମଲାର ପୂର୍ବାନୁମାନ କରିଛି। ଦୁଇଟି ଦେଶ ସମାନ ଆକଳନ କରିଥିବାରୁ ଆମେରିକା ପକ୍ଷରୁ ନିଜ ଦେଶର ନାଗରିକଙ୍କ ପାଇଁ ନୂଆ ସତର୍କ ସୂଚନା ଜାରି କରାଯାଇଛି। ଆମେରିକା କହିଛି ଯେ ବ୍ରିଟେନ ଓ ଅଷ୍ଟ୍ରେଲିଆ ବଡ଼ ଧରଣର ଆତଙ୍କୀ ହମଲାର ବିପଦ ସମ୍ପର୍କରେ ସୂଚନା ଦେଇଛନ୍ତି।

ତେଣୁ କାବୁଲ ଏୟାରପୋର୍ଟରେ ଭିଡ଼ କରିଥିବା ଲୋକମାନେ ତୁରନ୍ତ ସ୍ଥାନ ଖାଲି କରିଦିଅନ୍ତୁ। ଯେଉଁମାନେ ଆବେ ଗେଟ, ପୂର୍ବ କିମ୍ବା ପଶ୍ଚିମ ଗେଟ୍ ପାଖରେ ଅଛନ୍ତି, ସେମାନେ ସେଠାରୁ ଅନ୍ୟତ୍ର ଚାଲି ଯାଆନ୍ତୁ। କାବୁଲ ଏୟାରପୋର୍ଟର ଗେଟ୍‌ ନିକଟରେ ସୁରକ୍ଷା ପ୍ରତି ବିପଦ ଥିବାରୁ ଆମେରିକା ନାଗରିକମାନେ ମଧ୍ୟ ସେଠାରେ ଭିଡ଼ କରନ୍ତୁ ନାହିଁ।

ଆମେରିକା ସରକାରଙ୍କ ପ୍ରତିନିଧିଙ୍କ ପକ୍ଷରୁ ସୂଚନା ନ ମିଳିବା ଯାଏ କେହି ବି ଅଯଥାରେ ଏୟାରପୋର୍ଟ କିମ୍ବା ଏହାର ଗେଟ୍ ପାଖକୁ ଆଦୌ ଯାଆନ୍ତୁ ନାହିଁ। ଯଥା ସମ୍ଭବ ଭିଡ଼ ମଧ୍ୟରୁ ନିଜକୁ ଅଲଗା ରଖନ୍ତୁ ବୋଲି ଆମେରିକା ପକ୍ଷରୁ କୁହାଯାଇଛି।

The post କାବୁଲ ଏୟାରପୋର୍ଟକୁ ଆତଙ୍କୀ ହମଲା ଭୟ, ତୁରନ୍ତ ଖାଲି କରିବାକୁ ପରାମର୍ଶ appeared first on Odisha Reporter.



from Odisha Reporter https://ift.tt/3gwqkQg

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages