ଆଇପିଏସ ଅମିତାଭ ଠାକୁରଙ୍କୁ ବଳପୂର୍ବକୁ ଉଠାଇନେଲା ପୁଲିସ୍‌, ନାଟକୀୟ ଭିଡିଓ ଭାଇରାଲ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, August 27, 2021

ଆଇପିଏସ ଅମିତାଭ ଠାକୁରଙ୍କୁ ବଳପୂର୍ବକୁ ଉଠାଇନେଲା ପୁଲିସ୍‌, ନାଟକୀୟ ଭିଡିଓ ଭାଇରାଲ

ଲକ୍ଷ୍ନୌ: ଚଳିତ ବର୍ଷ ମାର୍ଚ୍ଚରେ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଦ୍ୱାରା ବାଧ୍ୟତାମୂଳକ ଅବସର ନେଇଥିବା ୟୁପି କ୍ୟାଡରର ପୂର୍ବତନ ଆଇପିଏସ୍ ଅମିତାଭ ଠାକୁରଙ୍କୁ ଶୁକ୍ରବାର ନାଟକୀୟ ଢଙ୍ଗରେ ଗିରଫ କରାଯାଇଛି। ଜଣେ ଦୁଷ୍କର୍ମ ପୀଡ଼ିତାଙ୍କୁ ସେ ଆତ୍ମହତ୍ୟା କରିବାକୁ ଉସକାଇଥିବା ଅଭିଯୋଗରେ ପୁଲିସ୍‌ ତାଙ୍କୁ ବଳପୂର୍ବକୁ ଗାଡ଼ିରେ ଭର୍ତ୍ତି କରି ଥାନାକୁ ନେଇଯାଇଛି।

ପୁଲିସ୍‌ ଜିପ୍‌ରେ ତାଙ୍କୁ ୨ରୁ ୩ ଜଣ କର୍ମଚାରୀ ଟେକିଟେକି ଗାଡ଼ିରେ ଭର୍ତ୍ତି କରିବା ବେଳେ ସେ କେମିତି ଏହାକୁ ବିରୋଧ କରି ଚିତ୍କାର କରୁଥିଲେ, ତା’ର ଭିଡିଓ ସାମ୍ନାକୁ ଆସିଛି। ଏହି ସମୟରେ ଆଇପିଏସ୍‌ ଠାକୁର ‘ମୁଁ ଏପରି ଯିବିନି ଓ ମୋତେ ଏଫଆଇଆର ଦେଖାଅ’ ବୋଲି କହିଥିଲେ। ତଥାପି ପୁଲିସ୍‌ କର୍ମଚାରୀମାନେ କିଛି ନ ଶୁଣି ତାଙ୍କୁ ବଳପୂର୍ବକ ଜିପ୍‌ରେ ବସାଇ ଥାନାକୁ ନେଇଯାଇଛନ୍ତି।

ସର୍ବସମ୍ମୁଖରେ ଏପରି ଘଟଣା ଘଟିଥିବା ବେଳେ ଏହା କ୍ୟାମେରାରେ ମଧ୍ୟ କଏଦ ହୋଇଛି। ପୁଲିସ୍‌ କହିଛି ଯେ ପ୍ରାଥମିକ ତଦନ୍ତରୁ ମିଳିଥିବା ପ୍ରମାଣ ଆଧାରରେ ଶ୍ରୀ ଠାକୁରଙ୍କୁ ଗିରଫ କରାଯାଇଛି।

ଜଣେ ଆଇପିଏସ୍‌ ଅଫିସରଙ୍କୁ ଟେକିନେଇ ଉତ୍ତର ପ୍ରଦେଶ ପୁଲିସ୍‌ ଜିପ୍‌ରେ ଭର୍ତ୍ତି କରିବା ଘଟଣାକୁ ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଲେଶ ଯାଦବଙ୍କ ଠାରୁ ଆରମ୍ଭ କରି ବହୁ ବିଶିଷ୍ଟ ବ୍ୟକ୍ତି ବିରୋଧ କରିଛନ୍ତି। ଏପରି ଗିରଫଦାରୀ ପଛରେ ରାଜନୀତିକ ଷଡ଼ଯନ୍ତ୍ର ରହିଥିବା ସମସ୍ତେ ଆକଳନ କରିଛନ୍ତି।

ଶ୍ରୀ ଠାକୁରଙ୍କୁ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ବାଧ୍ୟତାମୂଳକ ଅବସର ଦେବା ପରେ ସେ ଆଟାକିଂ ମୁଡ୍‌କୁ ଚାଲି ଆସିଥିଲେ। ରାଜ୍ୟରେ କ୍ଷମତାସୀନ ବିଜେପି ସରକାର କଥାରେ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଏପରି ପଦକ୍ଷେପ ନେଇଥିବା ସେ ଅଭିଯୋଗ କରିଥିଲେ। ଏଥିସହ ଶ୍ରୀ ଠାକୁର ଆସନ୍ତାବର୍ଷ ହେବାକୁ ଥିବା ଉତ୍ତର ପ୍ରଦେଶ ନିର୍ବାଚନରେ ଲଢ଼ିବେ ବୋଲି ଘୋଷଣା କରିଥିଲେ। ଏହି ଘୋଷଣାର କିଛି ଦିନ ପରେ ତାଙ୍କୁ ଗିରଫ କରାଯାଇଛି।

ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଯେଉଁ ଆସନରୁ ନିର୍ବାଚନ ଲଢ଼ିବେ, ଠାକୁର ସେହିଠାରୁ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବେ ବୋଲି ତାଙ୍କୁ ଖୋଲା ଚ୍ୟାଲେଞ୍ଜ ଦେଇଥିଲେ। ସେହିପରି ସେ ସବୁବେଳେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ କାର୍ଯ୍ୟକଳାପକୁ ମଧ୍ୟ ସମାଲୋଚନା କରିଥିଲେ। ଏହି କାରଣ ପାଇଁ ତାଙ୍କୁ ଗିରଫ କରାଯାଇଥିବା କୁହାଯାଉଛି।

ଏହାପୂର୍ବରୁ ଶ୍ରୀ ଠାକୁର ୨୦୧୫ ମସିହା ଜୁଲାଇ ମାସରେ ମଧ୍ୟ କାର୍ଯ୍ୟରୁ ନିଲମ୍ବିତ ହୋଇଥିଲେ। ଏହି ସମୟରେ ଅଖିଲେଶ ଯାଦବ ସରକାର ରାଜ୍ୟରେ ଶାସନ କରୁଥିଲା। ତେବେ ୨୦୧୬ରେ ତାଙ୍କ ନିଲମ୍ବିତ ନିର୍ଦ୍ଦେଶକୁ ପ୍ରତ୍ୟାହାର କରାଯାଇଥିଲା ଓ ସେ ପୁଣି କାମ କରିବା ଆରମ୍ଭ କରିଥିଲେ।

ସୂଚନାଯୋଗ୍ୟ, ଉତ୍ତରପ୍ରଦେଶର ଜଣେ ୨୪ ବର୍ଷୀୟ ଯୁବତୀ ଅଗଷ୍ଟ ୧୬ରେ ସୁପ୍ରିମକୋର୍ଟ ଗେଟ୍‌ ଆଗରେ ଆତ୍ମାହୂତି ଉଦ୍ୟମ କରିଥିଲେ। ମଙ୍ଗଳବାର ତାଙ୍କର ମୃତ୍ୟୁ ଘଟିଛି। ଆତ୍ମାହୂତି ପୂର୍ବରୁ ସେ କିଛି ରାଜନେତା ଓ ପୁଲିସ୍‌ ଅଧିକାରୀଙ୍କ ନାଁ ନେଇଥିଲେ। ଏହା ମଧ୍ୟରେ ଅମିତାଭ ଠାକୁରଙ୍କ ନାଁ ମଧ୍ୟ ରହିଥିଲା।

ଯୁବତୀଙ୍କ ସହ ତାଙ୍କ ପୁରୁଷ ବନ୍ଧୁ ମଧ୍ୟ ଆତ୍ମାହୂତି ଉଦ୍ୟମ କରିଥିଲେ। ଗତ ଶନିବାର ତାଙ୍କର ବି ଜୀବନ ଯାଇଥିଲା। ଯୁବତୀ ଜଣଙ୍କ ୨୦୧୯ ମସିହା ମେ’ ମାସରେ ବିଏସପି ସାଂସଦ ଅତୁଲ ରୟ ତାଙ୍କୁ ବାରାଣସୀ ସ୍ଥିତ ଘରେ ଦୁଷ୍କର୍ମ କରିଥିବା ଅଭିଯୋଗ କରିଥିଲେ। ଅଭିଯୋଗର ମାସକ ପରେ ଅତୁଲ ପୁଲିସ ନିକଟରେ ଆତ୍ମସମର୍ପଣ କରିଥିଲେ ଓ ସେବେଠାରୁ ସେ ଜେଲରେ ରହିଛନ୍ତି। ତେବେ ୨୦୨୦ ମସିହା ନଭେମ୍ବର ମାସରେ ଅତୁଲଙ୍କ ଭାଇ ପୀଡ଼ିତାଙ୍କ ନାଁରେ ଗୋଟିଏ ଠକେଇ ମାମଲା ରୁଜୁ କରିଥିଲେ।


ଏହାପୂର୍ବରୁ ବାରାଣସୀର ଗୋଟିଏ କୋର୍ଟ ପୁଲିସର ଅଭିଯୋଗକୁ ଭିତ୍ତି କରି ଯୁବତୀଙ୍କ ନାଁରେ ଜାମିନ ବିହୀନ ଗିରଫ ପରୱାନା ଜାରି କରିଥିଲେ। ପୀଡ଼ିତାଙ୍କ କୌଣସି ପତ୍ତା ମିଳୁ ନଥିବା ପୁଲିସ୍‌ ବାରମ୍ବାର କୋର୍ଟଙ୍କୁ କହିବାରୁ ତାଙ୍କ ବିରୋଧରେ ୱାରେଣ୍ଟ ଜାରି କରାଯାଇଥିଲା।

ଏଥିରେ ଭୟଭୀତ ହୋଇ ପୀଡ଼ିତା ଜଣଙ୍କ ତାଙ୍କ ପୁରୁଷ ବନ୍ଧୁଙ୍କ ସହ ଦିଲ୍ଲୀ ଚାଲି ଆସିଥିଲେ। ଏଠାରେ ଫେସବୁକ ଲାଇଭରେ ଉଭୟ ସବୁ କଥା କହିବା ପରେ ସୁପ୍ରିମକୋର୍ଟଙ୍କ ଗେଟ୍‌ ଆଗରେ ଆତ୍ମାହୂତି ଉଦ୍ୟମ କରିଥିଲେ। ଏହି ଆତ୍ମାହୂତି ଉଦ୍ୟମ ପରେ ଉତ୍ତର ପ୍ରଦେଶ ସରକାର ଅଗଷ୍ଟ ୧୮ରେ ୨ ଜଣ ପୁଲିସ୍‌ ଅଧିକାରୀଙ୍କୁ ନିଲମ୍ବିତ କରିଥିଲେ। ଏଥିସହ ଘଟଣାର ତଦନ୍ତ ଭାର ଏସଆଇଟିକୁ ଦେଇଥିଲେ।

The post ଆଇପିଏସ ଅମିତାଭ ଠାକୁରଙ୍କୁ ବଳପୂର୍ବକୁ ଉଠାଇନେଲା ପୁଲିସ୍‌, ନାଟକୀୟ ଭିଡିଓ ଭାଇରାଲ appeared first on Odisha Reporter.



from Odisha Reporter https://ift.tt/3zoV653

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages