ବଣାଇ(ରଂଜିତ ଚୌଧୁରୀ): ସୁନ୍ଦରଗଡ଼ ଜିଲ୍ଲା ବଣାଇ ଡାକ୍ତରଖାନାରେ ଦେଖିବାକୁ ମିଳିଛି ଅଭାବନୀୟ ଦୃଶ୍ୟ । କରୋନା ଟିକା ନେବା ପାଇଁ ଗତକାଲି ରାତିରୁ ଆସି ଡାକ୍ତରଖାନାରେ ଜଗି ରହିଛନ୍ତି ଲୋକେ। ଟିକା ନନେଲେ ରାସନ କାର୍ଡ କଟିଯିବା ସହିତ ବିଭିନ୍ନ ସୁବିଧା ସୁଯୋଗ ମିଳିବନି ଆଶଙ୍କା କରି ଲୋକେ ପିଲା ଛୁଆଙ୍କୁ ଧରି ରାତି ଅନିଦ୍ରା ହୋଇ ବସି ରହିଛନ୍ତି। ତା’ସହିତ ଇଟା, ଛତା, ଜୋତା ଓ ପାଣି ବୋତଲ ରଖି ଲମ୍ବା ଲାଇନ୍ ତିଆରି କରିଛନ୍ତି।
ଟିକା ନେବା ପାଇଁ ଆସିଥିବା ଜଣେ ବ୍ୟକ୍ତି କହିଛନ୍ତି, ଆମେ ଟିକା ନେବା ପାଇଁ ଗତକାଲି ରାତି ୯ଟାରୁ ଆସି ଡାକ୍ତରଖାନାରେ ଲାଇନ ଲଗାଇଛୁ। ଟିକା ନନେଲେ ଆମର ରାସନକାର୍ଡ ଓ ଆଧାରକାର୍ଡ କଟିଯିବ। ଗାଡ଼ିମୋଟରରେ ଯିବା ପାଇଁ ଆମକୁ ସୁବିଧା ମିଳିବନି। ସେଥିପାଇଁ ଆମେ ଟିକା ନେବାକୁ ଡାକ୍ତରଖାନାରେ ଲାଇନ ଲଗାଇଛୁ।
ନିଶ୍ଚିତପୁରରୁ ଆସିଥିବା ଜଣେ ମହିଳା କହିଛନ୍ତି, ଆମେ କରୋନା ଟିକା ନେବା ପାଇଁ ଆସି ଦୁଇ ଥର ଫେରିଛୁ। ସେଥିପାଇଁ ଆମେ ରାତିରୁ ଆସି ଲାଇନ ଲଗାଇଛୁ। ଟିକା ନ ନେଲେ ଆମର ରାସନକାର୍ଡ ଓ ଲେବର କାର୍ଡ କଟିଯିବ।
ଅନ୍ୟପକ୍ଷରେ ଟିକା ପାଇଁ ଉପୁଜିଥିବା ଏଭଳି ସ୍ଥିତି ସମ୍ପର୍କରେ ମେଡିକାଲ କର୍ତ୍ତୃପକ୍ଷଙ୍କ କୌଣସି ପ୍ରତିକ୍ରିୟା ମିଳି ପାରିପାରି ନାହିଁ।
The post ଟିକା ଲାଗି ରାତି ଅନିଦ୍ରା: ଜୋତା, ଛତା ଓ ଇଟା ରଖି ଧାଡ଼ି ଲଗାଇଲେ appeared first on Odisha Reporter.
from Odisha Reporter https://ift.tt/3ykbbrn
No comments:
Post a Comment