କାବୁଲ ବିମାନବନ୍ଦରକୁ ନିୟନ୍ତ୍ରଣ କରିବାକୁ ଆମେ ପ୍ରସ୍ତୁତ: ତାଲିବାନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, August 29, 2021

କାବୁଲ ବିମାନବନ୍ଦରକୁ ନିୟନ୍ତ୍ରଣ କରିବାକୁ ଆମେ ପ୍ରସ୍ତୁତ: ତାଲିବାନ

କାବୁଲ: ତାଲିବାନ କହିଛନ୍ତି, ଆମେରିକା କାବୁଲ ବିମାନ ବନ୍ଦର ଛାଡ଼ିବା ପରେ ଆମେ ବିମାନ ବନ୍ଦରକୁ ନିୟନ୍ତ୍ରଣରେ ନେବା ପାଇଁ ପ୍ରସ୍ତୁତ ଅଛୁ। ଆମ ପାଖରେ ଇଞ୍ଜିନିୟର ରହିଛନ୍ତି ସେମାନେ ବିମାନ ବନ୍ଦରକୁ ଚଳାଇ ପାରିବେ ବୋଲି ତାଲିବାନ କହିଛନ୍ତି। ଅଗଷ୍ଟ ୩୧ ସୁଦ୍ଧା ଆମେରିକା ସମସ୍ତ ସୁରକ୍ଷା କର୍ମୀଙ୍କୁ ନେଇ ଆଫଗାନିସ୍ତାନ ଛାଡ଼ିବ ବୋଲି କହିଛି। ଅବଧି ପୂରଣ ହେବାକୁ ହାତରେ ଆଉ ଦୁଇ ଦିନ ରହିଥିବା ବେଳେ ଏଭଳି କହିଛି ତାଲିବାନ।

ତାଲିବାନର ଜଣେ ସଦସ୍ୟ ଖବର ସରବାରହ ସଂସ୍ଥା ରଏୟଟର୍ସକୁ କହିଛି ଯେ ଆମେରିକା ପାଇଁ ଅନ୍ତିମ ନିର୍ଦ୍ଦେଶ ପାଇବାକୁ ଅପେକ୍ଷା କରିଛୁ। ଏହି ନିର୍ଦ୍ଦେଶ ଆସିବା ପରେ ଆମେ କାବୁଲ ବିମାନ ବନ୍ଦରକୁ ନିଜ ନିୟନ୍ତ୍ରଣରେ ନେବାକୁ ପ୍ରସ୍ତୁତ ଅଛୁ।

ତାଲିବାନ ମୁଖପାତ୍ରଙ୍କ କହିବା ଅନୁଯାୟୀ ଆଗାମୀ କିଛି ଦିନ ମଧ୍ୟରେ ତାଲିବାନ ଆଫଗାନିସ୍ତାନ ସରକାରର ରୂପ ରେଖ ଘୋଷଣା କରିବ। ମୁଖପାତ୍ର ଜବିହୁଲ୍ଲାହ ମୁଜାହିଦ କହିଛନ୍ତି, କାବୁଲ ଉପରେ ତାଲିବାନ ଅଚାନାକ ଦଖଲ କରିଛି। ତେଣୁ ସରକାର ଗଢ଼ିବାରେ ବିଳମ୍ୱ ହେଉଛି। ସରକାର ଗଢ଼ିବା ପାଇଁ କିଛିଟା ଅସୁବିଧା ରହିଛି, ହେଲେ ସମସ୍ୟାର ସମାଧାନ ପାଇଁ ଆଲୋଚନା ଚାଲିଛି ବୋଲି ସେ କହିଛନ୍ତି।

ସୂଚନାଯୋଗ୍ୟ, ଅଗଷ୍ଟ ୧୫ରେ ତାଲିବାନ ମାନେ ଆଫଗାନିସ୍ତାନକୁ କବଜା କରିଛନ୍ତି। ଏହାପୂର୍ବରୁ ରାଷ୍ଟ୍ରପତି ଅସରଫ ଘନି ଦେଶ ଛାଡ଼ି ୟୁଏଇ ପଳାଇଛନ୍ତି। ଏହାପରେ ତାଲିବାନୀ ମାନେ ରାଷ୍ଟ୍ରପତି ଭବନକୁ ନିଜ ଦଖଲକୁ ନେଇଛନ୍ତି। ଯଦିଓ ଆଫଗାନିସ୍ତାନର ଅନେକ ପ୍ରାନ୍ତଙ୍କୁ ତାଲିବାନୀ କବଜା କରି ନେଇଛନ୍ତି ଏବଂ ସେମାନଙ୍କର ହୁକୁମାତି ଚଳାଇଛନ୍ତି। ହେଲେ କାବୁଲ ବିମାନ ବନ୍ଦର ଆମେରିକା ହାତରେ ରହିଛି। ବିମାନ ବିନ୍ଦର ଭିତରେ ଆମେରିକାର ୬ ହାଜର ସେନା ମୁତୟନ ହୋଇଛନ୍ତି। ଆଫଗାନିସ୍ତାନରେ ଥିବା ଅନେକ ବିଦେଶୀ ଏବଂ ସଂଖ୍ୟା ଲଘୁ ସଦସ୍ୟ ଏବେ ପ୍ରାଣ ବିକଳରେ ଅନ୍ୟ ଦେଶକୁ ଛାଡ଼ି ପଳାଉଛନ୍ତି। ଅଧିକାଂଶ ଦେଶର ଲୋକ ସ୍ୱଦେଶ ଫେରି ସାରିଥିବା ବେଳେ ଏବେ ଅଳ୍ପ କିଛି ବିଦେଶୀ ଆଫଗାନିସ୍ତାନରେ ରହିଥିବା ସୂଚନା ରହିଛି।

The post କାବୁଲ ବିମାନବନ୍ଦରକୁ ନିୟନ୍ତ୍ରଣ କରିବାକୁ ଆମେ ପ୍ରସ୍ତୁତ: ତାଲିବାନ appeared first on Odisha Reporter.



from Odisha Reporter https://ift.tt/3mFEbI7

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages