ମରୁଡ଼ି ସ୍ଥିତି ଅନୁଧ୍ୟାନ କଲା ବିଜେପି ପ୍ରତିନିଧି ଦଳ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, August 29, 2021

ମରୁଡ଼ି ସ୍ଥିତି ଅନୁଧ୍ୟାନ କଲା ବିଜେପି ପ୍ରତିନିଧି ଦଳ

ବ୍ରହ୍ମପୁର(ଓଡ଼ିଶା ରିପୋର୍ଟର) ଦିନିକିଆ ଗଞ୍ଜାମ ଜିଲ୍ଲା ଗସ୍ତରେ ଯାଇ ରମ୍ଭା, ଛତ୍ରପୁର, ରଙ୍ଗେଇଲୁଣ୍ଡା, ଚିକିଟି, ଦିଗପହଣ୍ଡି ବ୍ଳକର ବିଭିନ୍ନ ଚାଷ ଜମି ବୁଲି ଦେଖିଛନ୍ତି ବିଜେପିର ରାଜ୍ୟସ୍ତରୀୟ ପ୍ରତିନିଧି ଦଳ । ଗଞ୍ଜାମ ଜିଲ୍ଲାରେ ବର୍ଷାର ଅଭାବ ଯୋଗୁଁ ହେକ୍ଟର ହେକ୍ଟର ଚାଷ ଜମି ପଡ଼ିଆ ପଡ଼ିଛି । ବିଭିନ୍ନ ଚାଷ ଜମି ଫାଟି ଆଁ କରିଥିବା ବେଳେ ମରୁଡ଼ି ପରିସ୍ଥିତି ସୃଷ୍ଟି ହୋଇଛି । ତଥାପି ଜଣେ ବି ସରକାରୀ କର୍ମଚାରୀ ଚାଷ ଜମିର ସ୍ଥିତି ଦେଖିବାକୁ ଆସିନଥିବା ଚାଷୀମାନେ ବିଜେପି କର୍ମୀଙ୍କ ନିକଟରେ ଅଭିଯୋଗ କରିଛନ୍ତି । ଅନେକ ଚାଷୀ ଧାନ ରୁଆ କାମ ଶେଷ କରିଥିଲେ ମଧ୍ୟ ଅପେକ୍ଷାକୃତ କମ୍ ବର୍ଷା ଯୋଗୁଁ ତୁରନ୍ତ ମରୁଡ଼ି ଘୋଷଣା କରିବା ଏବଂ ଚାଷୀଙ୍କ ପାଇଁ ବୀମା ବ୍ୟବସ୍ଥା କରିବାକୁ ପଦକ୍ଷେପ ନେବାକୁ ଚାଷୀ ମାନେ ପ୍ରତିନିଧି ଦଳକୁ କହିଛନ୍ତି । ଏହି ଟିମରେ ବ୍ରହ୍ମଗିରି ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର, ରାଜ୍ୟ ଉପସଭାପତି ଭୃଗୁ ବକ୍ସିପାତ୍ର, ଅନୀତା ଶୁଭଦର୍ଶିନୀଙ୍କ ସମେତ କୃଷକ ମୋର୍ଚ୍ଚାର ନେତା ମାନେ ସାମିଲ ଥିଲେ। ସୂଚନା ଅନୁଯାୟୀ,

ରାଜ୍ୟବ୍ୟାପୀ ମରୁଡ଼ି ସ୍ଥିତି ଆକଳନ କରିବାକୁ ବିଜେପି ନିଜର ୪ଟି ଟିମ୍ ଗଠନ କରିଛି। କିଛି ଦିନ ତଳେ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟରେ ଆସନ୍ନ ମରୁଡ଼ି ସ୍ଥିତି ପାଇଁ ରାଜ୍ୟ ସରକାରଙ୍କୁ ଦାୟୀ କରି କଡ଼ା ଭାଷାରେ ସମାଲୋଚନା କରିଛନ୍ତି। ସେ କହିଛନ୍ତି ଯେ,ଚଳିତବର୍ଷ ମୌସୁମୀ ବର୍ଷା ଅଭାବ କାରଣରୁ ରାଜ୍ୟର ଅଧିକାଂଶ ଜିଲ୍ଲା ଆଜି ପ୍ରାୟତଃ ମରୁଡ଼ି ଆସନ୍ନ। ବାସ୍ତବସ୍ଥିତିକୁ ଭଲ ଭାବେ ଆକଳନ କଲେ ରାଜ୍ୟରେ ଭୟଙ୍କର ମରୁଡି ସ୍ଥିତି ସୃଷ୍ଟି ହେବାକୁ ଯାଉଛି। ଚାଷୀକୁଳ ଏବେଠାରୁ ମୁଣ୍ଡରେ ହାତ ଦେଇ ବସିଛନ୍ତି । ଭାରତୀୟ ପାଣିପାଗ ସଂସ୍ଥା (ଆଇଏମ୍‌ଡି) ର ବାରମ୍ବାର ପୂର୍ବାନୁମାନ ସତ୍ୱେ ବର୍ତ୍ତମାନ ସୁଦ୍ଧା ରାଜ୍ୟ ସରକାର କୌଣସି ପଦକ୍ଷେପ ଗ୍ରହଣ କରିନାହାନ୍ତି। ଦୀର୍ଘ ୨୧ ବର୍ଷ ଧରି ରାଜ୍ୟରେ ନିରୁଙ୍କଶ ଶାସନ କ୍ଷମତା ଏବଂ ପ୍ରଚାର ସର୍ବସ୍ୱ ବିଜେଡି ସରକାର କେବଳ କଥାରେ ସୀମିତ। ମାତ୍ର ଘେଷଣା କରିଥିବା ବିଭିନ୍ନ ଜଳସେଚନ, ମେଗାଲିଫ୍ଟ ଇରିଗେସନ ଆଦି କୃଷକ କଲ୍ୟାଣ ଯୋଜନାକୁ କାର୍ଯ୍ୟକାରୀ କରିବାରେ ବିଫଳ ହୋଇଛନ୍ତି।

ରାଜ୍ୟରେ ଆସନ୍ନ ମରୁଡି ସ୍ଥିତି ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କ ପାଖରେ ସଠିକ୍ ଖବର ଅଛି ତ ବୋଲି ଶ୍ରୀ ମହାନ୍ତି ପ୍ରଶ୍ନ କରିଛନ୍ତି। ସରକାର ଏକ୍ସପର୍ଟମାନଙ୍କୁ ନେଇ ତୁରନ୍ତ ଏକ ଟାସ୍କ ଫୋର୍ସ ଓ ବ୍ଲୁ ପ୍ରିଂଟ ପ୍ରସ୍ତୁତ କରିବା ସହ ଯୁଦ୍ଧକାଳୀନ ଭିତ୍ତିରେ ମରୁଡ଼ି ଆସନ୍ନ ଜିଲ୍ଲାମାନଙ୍କରେ ନିକଟସ୍ଥ ଜଳ ଉତ୍ସ ସ୍ଥାନମାନଙ୍କରୁ ପାଣି ଯୋଗାଇ ଦେବାକୁ ଦାବି କରିଛନ୍ତି। ଏଥିସହ ବିଭାଗୀୟ ସଚିବମାନଙ୍କୁ ମରୁଡି ଆସନ୍ନ ଅଂଚଳକୁ ପ୍ରେରଣ କରି ସଂକଟର ସମାଧାନ ପାଇଁ ଯୁଦ୍ଧକାଳୀନ ଭିତ୍ତିରେ କାର୍ଯ୍ୟ କରିବାକୁ ଶ୍ରୀ ମହାନ୍ତି ରାଜ୍ୟ ସରକାରଙ୍କ ନିକଟରେ ଦାବି ଜଣାଇଛନ୍ତି। ସେ କହିଚନ୍ତି ଯେ, ରାଜ୍ୟର ୧୦ ଲକ୍ଷ ହେକ୍ଟର ଚାଷ ଜମିକୁ ପାଣି ଯୋଗାଇ ଦେବେ ବୋଲି ଗତ ୨୦୧୪ ଏବଂ ୨୦୧୭ ମସିହା ନିର୍ବଚନୀ ଇସ୍ତାହାରରେ ଶାସକ ବିଜେଡି ଘୋଷଣା କରିଥିଲେ ସୁଦ୍ଧା ବର୍ତ୍ତମାନ ପର୍ଯ୍ୟନ୍ତ ମାତ୍ର ୧୮,୩୫୦ ହେକ୍ଟର ଚାଷଜମିକୁ ପାଣି ଯୋଗାଇଛନ୍ତି, ଯାହାକି ରାଜ୍ୟ ଚାଷୀକୁଳ ପ୍ରତି ଆଉ ଏକ ପ୍ରବଂଚନା ବୋଲି ସେ କହିଛନ୍ତି।

The post ମରୁଡ଼ି ସ୍ଥିତି ଅନୁଧ୍ୟାନ କଲା ବିଜେପି ପ୍ରତିନିଧି ଦଳ appeared first on Odisha Reporter.



from Odisha Reporter https://ift.tt/3DvtOMM

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages