ମୁମ୍ବାଇ: ଗିରଫ ପରେ ରିମାଣ୍ଡରେ ଗଲେ ବଲିଉଡ ଅଭିନେତା ଅରମାନ କୋହଲି। ଡ୍ରଗ୍ସ କାରବାର ମାମଲାରେ ଶନିବାର ଏନ୍ସିବି ତାଙ୍କୁ ଗିରଫ କରିଥିଲା। ଏହାପରେ ଆଜି ତାଙ୍କୁ ମୁମ୍ବାଇ ସିଟି କୋର୍ଟରେ ହାଜର କରାଯାଇଥିଲା। ସେଠାରୁ ଏନ୍ସିବି ତାଙ୍କୁ ଦିନିକିଆ ରିମାଣ୍ଡରେ ନେଇଛି। ଏଥିସହ ଡ୍ରଗ୍ସ ବ୍ୟବସାୟୀ ରାଜୁ ଅଜୟ ସିଂଙ୍କୁ ମଧ୍ୟ ଦିନକ ପାଇଁ ଏନ୍ସିବି କଷ୍ଟଡିକୁ ପଠାଇ ଦିଆଯାଇଛି।
ଏନ୍ସିବି ଶନିବାର ଦିନ ଅରମାନ କୋହଲିଙ୍କ ଘରେ ରେଡ୍ କରିଥିଲା। ଏହି ସମୟରେ ତାଙ୍କ ଘରୁ କିଛି ଡ୍ରଗ୍ସ ମିଳିବା ପରେ ତାଙ୍କୁ ଗିରଫ କରାଯାଇଥିଲା। ଏନ୍ସିବିର କହିବା ମୁତାବକ, ଅରମାନଙ୍କ ଘରୁ ଡ୍ରଗ୍ସ ମିଳିଛି। ସେ ଡ୍ରଗ୍ସ କାରବାରେ ସାମିଲ ଥିଲେ ନା ଆଉ କିଏ ଏଥିରେ ସାମିଲ ଅଛନ୍ତି, ସେ ନେଇ ଯାଂଚ ଚାଲିଛି।
ସୂଚନା ମୁତାବକ, ଶନିବାର ଏନ୍ସିବି ମୁମ୍ବାଇର ହାଜି ଅଲ୍ଲି ନିକଟରେ ଚଢ଼ାଉ କରିଥିଲା। ସେଠାରୁ ଡ୍ରଗ୍ସ ବ୍ୟବସାୟୀ ରାଜୁ ଅଜୟ ସିଂଙ୍କୁ ଧରିଥିଲା ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ। ତା’ପାଖରୁ ୨୫ ଗ୍ରାମ ଏମ୍ଡି ଜବତ ହୋଇଥିଲା। ଅଜୟଙ୍କୁ ଗିରଫ କରିବା ପରେ ତାଙ୍କୁ ପଚରାଉଚରା କରାଯାଇଥିଲା। ପଚରାଉଚରା ବେଳେ ଅରମାନ କୋହଲିଙ୍କ ନାଁ ସାମ୍ନାକୁ ଆସିଥିଲା।
ରାଜୁ ସିଂଙ୍କ ନାଁରେ ପୂର୍ବରୁ ମଧ୍ୟ ଅନେକ ଅପରାଧିକ ମାମଲା ରହିଛି। ୨୦୧୮ ଏନ୍ଏନ୍ସି ମୁମ୍ବାଇ ମାମଲାରେ ମଧ୍ୟ ସେ ଜଡିତ ଥିଲେ, ଯେଉଁଠାରୁ ବହୁ ପରିମାଣରେ ଡ୍ରଗ୍ସ ଜବତ କରାଯାଇଥିଲା।
The post ଅଭିନେତା ଅରମାନଙ୍କୁ ରିମାଣ୍ଡରେ ନେଲା ଏନ୍ସିବି appeared first on Odisha Reporter.
from Odisha Reporter https://ift.tt/3ypfeTp
No comments:
Post a Comment