ନୂଆଦିଲ୍ଲୀ: ଆଫଗାନିସ୍ତାନରେ ତାଲିବାନର କବଜା ପରେ ଭାରତୀୟ ବାୟୁସେନା ତା’ର ଲୋକଙ୍କୁ କାବୁଲରୁ ଉଦ୍ଧାର କରିବା କାମ ଜାରି ରଖିଛି। ଏହାସହ ଆଫଗାନିସ୍ତାନରେ ରହୁଥିବା ସଂଘ୍ୟାଲଘୁଙ୍କୁ ଉଦ୍ଧାର କରିବାର କାମ ମଧ୍ୟ କରାଯାଉଛି। ରବିବାର ଭାରତୀୟ ବାୟୁସେନାର ସି-୧୭ ବିମାନ କାବୁଲରୁ ଗାଜିଆବାଦର ହିଣ୍ଡନ ଏୟାରବେସରେ ଅବତରଣ କରିଛି। ବିମାନରେ ୧୬୮ ଜଣ ଲୋକ ଥିଲେ, ଯେଉଁଥିରେ ୧୦୭ ଭାରତୀୟ ନାଗରିକ ଅଛନ୍ତି। ଯେଉଁମାନଙ୍କୁ ଉଦ୍ଧାର କରାଯାଇଛି, ସେଥିରେ ଆଫଗାନିସ୍ତାନର ଜଣେ ଶିଖ୍ ସାଂସଦଙ୍କ ସହ କିଛି ନେମା ସାମିଲ୍ ଅଛନ୍ତି।
ଆଫଗାନିସ୍ତାନରୁ ସୁରକ୍ଷିତ ଭାରତ ପହଞ୍ଚିବା ପରେ ଆଫଗାନ ଶିଖ୍ ସାଂସଦ ନରେନ୍ଦ୍ର ସିଂହ ଖାଲସା ଭୋ ଭୋ ହୋଇ କାନ୍ଦି ପକାଇଥିଲେ। ସାଂସଦ ଆଫଗାନିସ୍ତାନରେ ବର୍ତ୍ତମାନ ପରିସ୍ଥିତି କଥା ବଖାଣିବା ସମୟରେ ନିଜର ଭାବନାକୁ ରୋକିପାରିନଥିଲେ। ସେ କହିଛନ୍ତି, ଜଣେ ସାଂସଦ ଭାବେ ଦେଶ ଛାଡ଼ିବା କଥା ଭାବିଲାରୁ ମୋତେ କାନ୍ଦ ଲାଗୁଛି। ଗତ ୨୦ ବର୍ଷ ଧରି ଯେଉଁ ସରକାର ଗଠନ ହୋଇଥିଲା, ତାହା ସବୁ ଶେଷ ହୋଇଯାଇଛି। ଏବେ ସବୁକିଛି ଶୂନ।
ସେ ଆହୁରି କହିଛନ୍ତି, ଯେଉଁ ଆଫଗାନିସ୍ତାନରେ ଆମେ ପିଢି ଧରି ରହିଆସୁଥିଲୁ, କେବେବି ଏଭଳି ପରିସ୍ଥିତି ଦେଖିନଥିଲୁ। କହିବାକୁ ଗଲେ ଏବେ ସେଠାରେ ସବୁକିଛି ଶେଷ ହୋଇଯାଇଛି। ସେହିପରି ଆଫଗାନିସ୍ତାନ ଛାଡ଼ିବା ପୂର୍ବରୁ ନରେନ୍ଦ୍ର ସିଂହ ଖାସଲା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଦେଇଥିଲେ।
ନରେନ୍ଦ୍ର ସିଂହ ଖାଲସାଙ୍କ ପିତା ଅବତାର ଗିଲ୍ ୨୦୧୮ରେ ଜଲାଲାବାଦରେ ହୋଇଥିବା ଆତଙ୍କୀ ଆକ୍ରମଣରେ ପ୍ରାଣ ହରାଇଥିଲେ। ଖାଲସା କହିଛନ୍ତି, ଏଭଳି କଠିନ ସମୟରେ ଆଫଗାନିସ୍ତାନରୁ ସଂଖ୍ୟାଲଘୁଙ୍କୁ ଉଦ୍ଧାର କରାଯିବା ଜରୁରୀ ଥିଲା। ଭାରତ ସରକାର ଆମ ସହ ଛିଡ଼ା ହୋଇଥିବାରୁ ବହୁତ ଧନ୍ୟବାଦ।
ଅନ୍ୟପକ୍ଷରେ ଆଫଗାନିସ୍ତାନରେ ତାଲିବାନ କବଜା ପରେ ତାଲିବାନୀ ଶାସନର ପ୍ରଥମ ଫତୱା ଜାରି କରିଦିଆଯାଇଛି। ତାଲିବାନ ଦେଶର ସରକାରୀ ଓ ପ୍ରାଇଭେଟ୍ ବିଶ୍ୱବିଦ୍ୟାଳୟ ଏବଂ ଅନ୍ୟାନ୍ୟ ଶିକ୍ଷାନୁଷ୍ଠାନରେ ଯୁବକ- ଯୁବତୀଙ୍କ ସହ ପାଠ ପଢ଼ା ଉପରେ ରୋକ୍ ଲଗାଇଛି।
The post ଭାରତରେ ପହଞ୍ଚିବା ପରେ କାନ୍ଦି ପକାଇଲେ ସାଂସଦ appeared first on Odisha Reporter.
from Odisha Reporter https://ift.tt/3sC02B2
No comments:
Post a Comment