ମାଷ୍ଟରକ୍ୟାଣ୍ଟିନ ଛକ ଘୋଡ଼ା ମୂର୍ତ୍ତି ସ୍ଥାନାନ୍ତର ଓ ଭଙ୍ଗାକୁ ନେଇ ଉତ୍ତେଜନା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, August 22, 2021

ମାଷ୍ଟରକ୍ୟାଣ୍ଟିନ ଛକ ଘୋଡ଼ା ମୂର୍ତ୍ତି ସ୍ଥାନାନ୍ତର ଓ ଭଙ୍ଗାକୁ ନେଇ ଉତ୍ତେଜନା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜଧାନୀ ଭୁବନେଶ୍ୱରର ମାଷ୍ଟରକ୍ୟାଣ୍ଟିନ ଛକରେ ଥିବା ଘୋଡ଼ା ଓ ଯୋଦ୍ଧାଙ୍କ ମୂର୍ତ୍ତି ସ୍ଥାନାନ୍ତରକୁ ନେଇ ବାଦବିବାଦ ଲାଗି ରହିଥିବାବେଳେ ଆଜି ଏହାକୁ ସ୍ଥାନାନ୍ତର କରିବାବେଳେ ଗୋଟିଏ ସଖୀ ମୂର୍ତ୍ତି ଭାଙ୍ଗିଯାଇଥିବା ଜଣାପଡ଼ିଛି । ଯାହାକୁ ତୀବ୍ର ବିରୋଧ କରାଯିବା ସହ ଚାପା ଉତ୍ତେଜନା ସୃଷ୍ଟି ହୋଇଛି। କରୋନା ଶଟଡାଉନ୍ ଥିବାବେଳେ ତରବରିଆ ଭାବେ ଆଜି କାହିଁକି ସ୍ଥାନାନ୍ତର କରାଯାଉଛି ବୋଲି କହି ବରିଷ୍ଠ ସାମ୍ବାଦିକ ପ୍ରଦ୍ୟୁମ୍ନ ଶତପଥୀଙ୍କ ନେତୃତ୍ୱରେ ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନର କର୍ମକର୍ତ୍ତାମାନେ ସେଠାରେ ବିରୋଧ ପ୍ରଦର୍ଶନ କରିଛନ୍ତି ।

ମିଳିଥିବା ସୂଚନା ଅନୁସାରେ, ମାଷ୍ଟରକ୍ୟାଣ୍ଟିନ ଛକ ନିକଟରେ ଘୋଡ଼ା ମୂର୍ତ୍ତି ହଟିବାକୁ ନେଇ ବିଭିନ୍ନ ମହଲରୁ ତୀବ୍ର ବିରୋଧ ହେବାପରେ ରାଜ୍ୟ ସରକାର ନରମ ପଡ଼ିଥିଲେ। ଏହି ମୂର୍ତ୍ତିକୁ ସ୍ଥାନାନ୍ତର ପରିବର୍ତ୍ତେ ଏହାର ଚାରିପଟ ସୌନ୍ଦର୍ଯ୍ୟକରଣ କରାଯିବ ବୋଲି ଆଶ୍ୱାସନା ଦେଇଥିଲେ । ଏହାପରେ ଆଜି ଘୋଡ଼ା ମୂର୍ତ୍ତି ଚାରିପଟେ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଆରମ୍ଭ ହୋଇଥିଲା । କିନ୍ତୁ ଆରମ୍ଭରୁ ଘୋଡ଼ା ଚାରିପଟେ ଥିବା ବିଭିନ୍ନ ସଖୀ ମୂର୍ତ୍ତିରୁ ଆଜି ଗୋଟିଏ ଭାଙ୍ଗି ଅନ୍ୟତ୍ର ପଡ଼ିଛି । ମୂର୍ତ୍ତିର ଅଣ୍ଟା ପାଖରେ ବେଲ୍ଟ ଲଗାଇ ଭିଡ଼ାଯିବାବେଳେ ଏହି ମୂର୍ତ୍ତି ଦୁଇଖଣ୍ଡ ହୋଇଥିବା ସୂଚନା ମିଳିଛି ।

ଏହି ଖବର ଜଣାପଡ଼ିବା ପରେ ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନ ନେତୃତ୍ୱରେ ମୂର୍ତ୍ତି ସ୍ଥଳରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ବରିଷ୍ଠ ସାମ୍ବାଦିକ ଶ୍ରୀ ଶତପଥୀ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଥିଲେ ଯେ, ଓଡ଼ିଆ ଜାତିର ଅସ୍ମିତା, ବୀରତ୍ୱର ପ୍ରତୀକ, ସାମରିକ ପରମ୍ପରାର ଐତିହ୍ୟ ଭାବେ ପରିଚିତ ଏହି ଘୋଡ଼ାକୁ ନହଟାଇବା ପାଇଁ ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିଲେ। ରାଜ୍ୟ ବାହାରୁ ଆସୁଥିବା ଲୋକେ ଏଠାରେ ଉତ୍କଳର ବୀରତ୍ୱର ପ୍ରତୀକର ଝଲକ ପାଇଥାନ୍ତି।

ଏହି ଐତିହ୍ୟକୁ ନଷ୍ଟ ହେବାକୁ ଦିଆଯିବ ନାହିଁ। ଘୋଡ଼ା ପ୍ରତିମୂର୍ତ୍ତି ରହିବ ଓ ତା’ର ଚାରିପଟ ସୌନ୍ଦର୍ଯ୍ୟକରଣ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଓ ତାଙ୍କ ପଦାଧିକାରୀମାନେ ପ୍ରତିଶ୍ରୁତି ଦେଇଥିଲେ, ମାତ୍ର ତାହା ପ୍ରତାରଣା ସଦୃଶ ହୋଇଛି। କିନ୍ତୁ ପ୍ରଶାସନ ଓ ସରକାର ହୀନଚକ୍ରାନ୍ତ କରି ଏହି ମୂର୍ତ୍ତିକୁ ଭାଙ୍ଗିବାକୁ ଉଦ୍ୟମ କରିଛନ୍ତି । ପ୍ରତିମୂର୍ତ୍ତିକୁ ଭିଡ଼ିବାବେଳେ ଭାଙ୍ଗିଛି। ସରକାରଙ୍କ ଏଭଳି ହୀନଚକ୍ରାନ୍ତକୁ ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନ ବିରୋଧ କରୁଛି। ଘୋଡ଼ା ମୂର୍ତ୍ତିକୁ ନଷ୍ଟ କରିବାକୁ ଯେଉଁ ଅପପ୍ରୟାସ ଚାଲିଛି ସରକାର ତୁରନ୍ତ ସେଥିରୁ ନିବୃତ୍ତ ରୁହନ୍ତୁ ବୋଲି ସେ ଚେତାବନୀ ଦେଇଛନ୍ତି।

ସୂଚନାଯୋଗ୍ୟ, ସ୍ମାର୍ଟ ସିଟି ପ୍ରକଳ୍ପ କାର୍ଯ୍ୟ ପାଇଁ ମାଷ୍ଟରକ୍ୟାଣ୍ଟିନ ଘୋଡ଼ାମୂର୍ତ୍ତିକୁ ଅନ୍ୟତ୍ର ସ୍ଥାନାନ୍ତର ନିମନ୍ତେ ସରକାରଙ୍କ ଯୋଜନାକୁ ବିଭିନ୍ନ ରାଜନୀତିକ ଦଳ ବିରୋଧ କରିବା ପରେ ସରକାର ସେହି ମୂର୍ତ୍ତିକୁ ସ୍ଥାନାନ୍ତର ନକରିବାକୁ ନିଷ୍ପତ୍ତି ନେଇଥିଲେ।

The post ମାଷ୍ଟରକ୍ୟାଣ୍ଟିନ ଛକ ଘୋଡ଼ା ମୂର୍ତ୍ତି ସ୍ଥାନାନ୍ତର ଓ ଭଙ୍ଗାକୁ ନେଇ ଉତ୍ତେଜନା appeared first on Odisha Reporter.



from Odisha Reporter https://ift.tt/3gndBPZ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages