ଠିକା ନିଯୁକ୍ତି ନାଁରେ ବର୍ଷକୁ ୨ ହଜାର କୋଟିର କମିଶନ ଖାଉଛନ୍ତି ରାଜ୍ୟ ସରକାର: କଂଗ୍ରେସ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, August 28, 2021

ଠିକା ନିଯୁକ୍ତି ନାଁରେ ବର୍ଷକୁ ୨ ହଜାର କୋଟିର କମିଶନ ଖାଉଛନ୍ତି ରାଜ୍ୟ ସରକାର: କଂଗ୍ରେସ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ଠିକା ନିଯୁକ୍ତି ନାଁରେ ବର୍ଷକୁ ହାରାହାରି ୨ ହଜାର କୋଟି ଟଙ୍କାର କମିଶନ ରାଜ୍ୟ ସରକାର ଖାଉଛନ୍ତି। ଚୁକ୍ତିଭିତ୍ତିକ ଚାକିରି ଭଳି କୁତ୍ସିତ ବ୍ୟବସ୍ଥାକୁ ସରକାର ତୁରନ୍ତ ବନ୍ଦ କରିବା ସହ ଠିକା ନିଯୁକ୍ତିକୁ ସମ୍ପୂର୍ଣ୍ଣ ଉଚ୍ଛେଦ କରନ୍ତୁ ବୋଲି କଂଗ୍ରେସ ଦାବି କରିଛି। କଂଗ୍ରେସ ମୁଖପାତ୍ର ସତ୍ୟପ୍ରକାଶ ନାୟକ ଶନିବାର ଏକ ସାମ୍ବାଦିକ ସମ୍ମିଳନୀରେ ନିଯୁକ୍ତି ପ୍ରସଙ୍ଗରେ ରାଜ୍ୟର ବିଜେଡି ସରକାରକୁ କଡ଼ା ଭର୍ତ୍ସନା କରି ଏହିଭଳି କହିଛନ୍ତି।

ସେ କହିଛନ୍ତି, ଦୀର୍ଘବର୍ଷ ଧରି ଓଡ଼ିଶାରେ ଏକ ସ୍ଥିର ସରକାର ରହିଥିଲେ ବି ରାଜ୍ୟର ଆର୍ଥିକ ଅବସ୍ଥାରେ ଏଭଳି କ’ଣ ଅବନତି ହେଲା ଯେ, ସରକାର ଚୁକ୍ତିଭିତ୍ତିକ ନିଯୁକ୍ତି ରୁଲ ଆଣି ୨୦୧୩ରୁ ସମସ୍ତ ଗ୍ରୁପ-ବି, ସି ଓ ଡି ନିଯୁକ୍ତିକୁ ଠିକା କରିଦେଇଛନ୍ତି। ଏହା କ’ଣ ଏକ ଆଦର୍ଶ ସରକାରର ମାନସିକତା? ରାଜ୍ୟ ସରକାରଙ୍କ ଠିକା ନିଯୁକ୍ତି ବ୍ୟବସ୍ଥାକୁ ତୁରନ୍ତ ପ୍ରତ୍ୟାହାର କରନ୍ତୁ।

ସେ କହିଛନ୍ତି, ସୁପ୍ରିମକୋର୍ଟଙ୍କ ୨୦୧୬ ମସିହାର ଗୁରୁତ୍ୱପୂର୍ଣ୍ଣ ରାୟ ଓ ନିର୍ଦ୍ଦେଶ ଅନୁସାରେ ସମାନ କାମକୁ ସମାନ ଦରମା ଦେବାର ନିୟମକୁ ଓଡ଼ିଶାରେ ତୁରନ୍ତ ଲାଗୁ କରାଯାଉ। ସରକାରଙ୍କ ଦ୍ୱାରା ସାଧାରଣ ନିଯୁକ୍ତି ପ୍ରକ୍ରିୟାରେ ଓପିଏସ୍‌ସି, ଓଡ଼ିଶା ଷ୍ଟାଫ ସିଲେକସନ କମିଶନ ଓ ଅନ୍ୟାନ୍ୟ ସରକାରୀ ନିଯୁକ୍ତି ବୋର୍ଡ ଦ୍ୱାରା ସିଧାସଳଖ ଭାବେ ଦୁଇ କିମ୍ବା ତିନି ପର୍ଯ୍ୟାୟର ପରୀକ୍ଷା ଦେଇ ଉତ୍ତୀର୍ଣ୍ଣ ହେଲାପରେ ଯୋଗ୍ୟ ବିବେଚିତ ହୋଇ ଚାକିରି କରୁଥିବା ସମସ୍ତ ବିଭାଗର ଯୁବ କର୍ମଚାରୀମାନଙ୍କୁ ୬ ବର୍ଷ ଯାଏଁ ଦିନମଜୁରୀ ଠାରୁ କମ୍‌ ପାରିଶ୍ରମିକରେ ସରକାର କାମରେ ଖଟାଉଥିବା ଅତ୍ୟନ୍ତ ଦୁଃଖ ଓ ପରିତାପର ବିଷୟ। ଅନ୍ୟ ପ୍ରଶାସନିକ ସେବା ଅଧିକାରୀଙ୍କ ଭଳି ସମାନ ପଦ୍ଧତିରେ ଯେଉଁ ବର୍ଗ ବିଶେଷ ନିଯୁକ୍ତି ପାଉଛନ୍ତି ସେମାନଙ୍କୁ ମାସକୁ ଠିକାରେ ମାତ୍ର ୮ ହଜାର ଟଙ୍କା ଦରମା ଦେବା କ’ଣ ଅପମାନ ନୁହେଁ କି?

ଓଡ଼ିଶାରେ ଉଚ୍ଚକୁଶଳୀ ଶ୍ରମିକଙ୍କ ଦିନକୁ ମଜୁରୀ ୪୬୧ ଟଙ୍କା ଓ ମାସକୁ ୧୩୮୩୦ ଟଙ୍କା ହୋଇଥିବାବେଳେ ସରକାରୀ ନିଯୁକ୍ତିରେ ଠିକାରେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କ ଦରମା ମାତ୍ର ୮୭୫୦ ଟଙ୍କା, ଯାହାକି ସରକାରଙ୍କ ସମ୍ବେଦନହୀନତାକୁ ସୂଚେଇ ଦେଉଛି । ରାଜ୍ୟ ସରକାର ଅବସର ଗ୍ରହଣ କରୁଥିବା କର୍ମଚାରୀ ମାନଙ୍କୁ ପୁର୍ନବାର ନିଯୁକ୍ତି ଦେଉଥିବାବେଳେ ନୂତନ ନିଯୁକ୍ତି ଉପରେ ଅଂକୁଶ ଲଗାଇ ରାଜ୍ୟର ଲକ୍ଷ ଲକ୍ଷ ଶିକ୍ଷିତ ବେକାର ଯୁବକଯୁବତୀ ମାନଙ୍କ ଭବିଷ୍ୟତ ସହିତ ଖେଳୁଛନ୍ତି ବୋଲି କଂଗ୍ରେସ କହିଛି।

କେବଳ ସେତିକି ନୁହେଁ, ରାଜ୍ୟ ସରକାର ୬୫ ହଜାର ଠିକା ନିଯୁକ୍ତି ସୃଷ୍ଟି କରିଛନ୍ତି। ସରକାରୀ ଚାକିରୀରେ ଠିକା କର୍ମଚାରୀ ଏବଂ ବିଭିନ୍ନ ଆଉଟସୋର୍ସିଂ ସଂସ୍ଥା ଜରିଆରେ ଯେଉଁ ଠିକା କର୍ମଚାରୀଙ୍କୁ କମ୍ ଦରମାରେ ନିଯୁକ୍ତି ଦିଆଯାଉଛି, ସେ ବାବଦରେ ସରକାର ଅତିକମ୍‌ରେ ମାସକୁ ୧୬୬ କୋଟି ଏବଂ ବର୍ଷକୁ ୨୦୦୦ କୋଟି ଟଙ୍କା ହଡ଼ପ କରୁଛନ୍ତି। ବର୍ଷ ବର୍ଷ ଧରି ଏଭଳି ଶହ ଶହ କୋଟି ଟଙ୍କା ସରକାରୀ ଦପ୍ତରରେ ଠିକାରେ କାର୍ଯ୍ୟକରୁଥିବା କର୍ମଚାରୀ ମାନଙ୍କ ପେଟରୁ କାଟି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦଳୀୟ କାର୍ଯ୍ୟକ୍ରମର ସରକାରୀ ବିଜ୍ଞାପନ ବାବଦରେ ଖର୍ଚ୍ଚ କରୁଥିବା କଂଗ୍ରେସ ଅଭିଯୋଗ କରିଛି।

ଏହି ସାମ୍ବାଦିକ ସମ୍ମିଳନୀରେ ପିସିସି ମୁଖପାତ୍ର ମନୋରଞ୍ଜନ ଦାଶ ଓ ପ୍ରଶାନ୍ତ ଶତପଥି ଉପସ୍ଥିତ ଥିଲେ।

The post ଠିକା ନିଯୁକ୍ତି ନାଁରେ ବର୍ଷକୁ ୨ ହଜାର କୋଟିର କମିଶନ ଖାଉଛନ୍ତି ରାଜ୍ୟ ସରକାର: କଂଗ୍ରେସ appeared first on Odisha Reporter.



from Odisha Reporter https://ift.tt/3DoK6qR

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages