ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଅଡୁଆରେ ପଡ଼ିଯାଇଛନ୍ତି ଜଣାଶୁଣା ଅଭିନେତା ବବି ମିଶ୍ର। ଭୁବନେଶ୍ୱରର ନୟାପଲ୍ଲୀ ଥାନାକୁ ଡାକି ତାଙ୍କୁ ପଚରାଉଚରା କରୁଛି ପୁଲିସ୍। ଗାଡ଼ି ପାର୍କିଂକୁ ନେଇ ପଡ଼ୋଶୀଙ୍କ ସହିତ ଝଗଡ଼ାରୁ କଥା ଏତେ ବାଟ ଲମ୍ବି ଯାଇଛି ବୋଲି ଜଣାପଡ଼ିଛି।
ବବିଙ୍କ ସହି ପୁଲିସ୍ ତାଙ୍କ ପଡ଼ୋଶୀଙ୍କୁ ମଧ୍ୟ ଥାନାକୁ ଡାକି ପଚରାଉଚରା କରୁଛି। ସେ ଅଭିଯୋଗ କରିଛନ୍ତି ଯେ ଗାଡି ପାର୍କିଂକୁ ନେଇ ବବି ମିଶ୍ର ତାଙ୍କୁ ଧମକ ଦେଇଥିଲେ।
ଅନ୍ୟପକ୍ଷରେ ପଡ଼ୋଶୀଙ୍କ ଅଭିଯୋଗକୁ ଅସ୍ୱୀକାର କରିଛନ୍ତି ଅଭିନେତା ବବି ମିଶ୍ର। ସେ କହିଛନ୍ତି ଯେ ତାଙ୍କ ନାଁରେ ଆସିଥିବା ଅଭିଯୋଗ ସଂପୂର୍ଣ୍ଣ ମିଛ। ତାଙ୍କ ପାଖରେ ବନ୍ଧୁକ ନାହିଁ କି ସେ କୌଣସି ଗ୍ୟାଙ୍ଗଷ୍ଟରଙ୍କ ନାଁ ନେଇ ତାଙ୍କ ପଡ଼ୋଶୀଙ୍କୁ ଧମକ ଦେଇ ନାହାନ୍ତି।
ସବିଶେଷ ସୂଚନାକୁ ଅପେକ୍ଷା କରାଯାଇଛି।
The post ଥାନାରେ ଅଭିନେତା ବବି ମିଶ୍ର appeared first on Odisha Reporter.
from Odisha Reporter https://ift.tt/3gFy4zF
No comments:
Post a Comment