ଇସଲମାବାଦ: ପାକିସ୍ତାନରେ ସକ୍ରିୟ ଆତଙ୍କୀ ସଂଗଠନ ଜୈଶ-ଇ-ମହମ୍ମଦର ମୁଖ୍ୟ ମୌଲାନା ମସୁଦ ଆଝାର ଏବେ କଶ୍ମୀର ଦଖଲ କରିବାକୁ ନୂଆ ମସୁଧା କରିଛି। ସେ ବନ୍ଧୁକ ମୁନରେ ଆଫଗାନିସ୍ତାନକୁ କବଜା କରିଥିବା ତାଲିବାନୀ ନେତାଙ୍କୁ ଭେଟି କଶ୍ମୀର ପ୍ରସଙ୍ଗରେ ସାହାଯ୍ୟ କରିବାକୁ ନିବେଦନ କରିଛି।
ଅଗଷ୍ଟ ୩ୟ ସପ୍ତାହରେ ମସୁଦ କାନ୍ଦାହାରରେ ରହିଥିଲା। ଏହି ସମୟରେ ମସୁଦ କାନ୍ଦାହାର ଠାରେ ତାଲିବାନର ସହ ପ୍ରତିଷ୍ଠାତା ମୁଲ୍ଲା ଅବଦୁଲ ଘନି ବରାଦରଙ୍କ ସହ ବୈଠକ କରିଥିଲା। ତାଲିବାନ ଅଗଷ୍ଟ ୧୫ରେ କାବୁଲ ଦଖଲ ପରେ ବରାଦର ଦୋହାରୁ ସିଧା କାନ୍ଦାହାରରେ ପହଞ୍ଚିଥିଲେ। ବରାଦରଙ୍କ ସହ ବୈଠକ କରିବା ବେଳେ ମସୁଦ ଜୈଶ କଶ୍ମୀର ଉପତ୍ୟକାରେ ଜାରି ରଖିଥିବା ଅପରେସନରେ ତାଲିବାନ ସହଯୋଗ କରୁ ବୋଲି ନିବେଦନ କରିଛି। ତେବେ ବରାଦର ପ୍ରତିବଦଳରେ କ’ଣ କହିଛନ୍ତି ସେକଥା ଜଣାପଡ଼ିନି।
ଏହାପୂର୍ବରୁ ତାଲିବାନର କାବୁଲ ଦଖଲକୁ ପ୍ରଶଂସା କରିଥିଲା ମସଦୁ। ଅଗଷ୍ଟ ୧୫ରେ ତାଲିବାନ କାବୁଲ ଦଖଲ କରିବା ପରେ ଏହା ଏକ ବଡ଼ ବିଜୟ ବୋଲି ସେ କହିଥିଲା। ସେହିପରି ତାଲିବାନର ବିଜୟ ପାଇଁ ଜୈଶର ସଦସ୍ୟମାନେ ପରସ୍ପରକୁ ଶୁଭେଚ୍ଛା ଜଣାଇଥିଲେ। ପାକିସ୍ତାନର ବାହାୱଲପୁରରେ ଥିବା ଜୈଶ ମର୍କଜ(ମୁଖ୍ୟାଳୟ)ରେ ଥିବା ସଦସ୍ୟମାନେ ପରସ୍ପରକୁ ତାଲିବାନ ବିଜୟ ପାଇଁ ଶୁଭେଚ୍ଛା ଜଣାଇଥିଲେ। ଏବେ ତାଲିବାନକୁ କଶ୍ମୀର ପ୍ରସଙ୍ଗରେ ଜୈଶ ମୁଖ୍ୟ ସାହାଯ୍ୟ ମାଗିବା ଭାରତ ପାଇଁ ବଡ଼ ସମସ୍ୟା ସୃଷ୍ଟି କରିବାର ଆଶଙ୍କା ପ୍ରକାଶ ପାଇଛି।
କାରଣ ପୂର୍ବରୁ ଅନେକ ଥର ଜୈଶ ଭାରତରେ ଆକ୍ରମଣ କରିଛି। ପୁଲୱାମା ଠାରୁ ଆରମ୍ଭ କରି ଭାରତର ସଂସଦ ଉପରେ ହୋଇଥିବା ଆକ୍ରମଣ ପଛର ମାଷ୍ଟରମାଇଣ୍ଡ ହେଉଛି ମସୁଦ। ତେଣୁ ଏବେ ସେ ଭାରତ ବିରୋଧରେ ସେ ତାଲିବାନ ସହ ମିଶି କାମ କରିବାକୁ ଲକ୍ଷ୍ୟ ରଖିଛି।
The post ତାଲିବାନ ନେତାଙ୍କୁ ଭେଟି କଶ୍ମୀର ପ୍ରସଙ୍ଗରେ ସାହାଯ୍ୟ ମାଗିଲା ମସୁଦ ଆଝାର appeared first on Odisha Reporter.
from Odisha Reporter https://ift.tt/2WBkaHQ
No comments:
Post a Comment