ଲକ୍ଷ୍ୟ ବିଶାଳ, ତଥାପି ଟିମ୍‌ ଇଣ୍ଡିଆ ପାଖରେ ‘ବିରାଟ’ ବଳ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, August 27, 2021

ଲକ୍ଷ୍ୟ ବିଶାଳ, ତଥାପି ଟିମ୍‌ ଇଣ୍ଡିଆ ପାଖରେ ‘ବିରାଟ’ ବଳ

ଲିଡ୍ସ: ପ୍ରଥମ ଇନିଂସ୍‌ରେ ମାତ୍ର ୭୮ ରନ୍‌ କରି ଅଲଆଉଟ ହୋଇଯାଥିବା ଟିମ୍‌ ଇଣ୍ଡିଆ ଦ୍ୱିତୀୟ ଇନିଂସ୍‌ରେ ଦମ ଦେଖାଇଛି। ଇଂଲଣ୍ଡ ତା’ର ପ୍ରଥମ ଇନିଂସ୍‌ରେ ବିଶାଳ ୪୩୨ ରନ୍‌ କରିବା ସହ ଭାରତର ପ୍ରଥମ ଇନିଂସ୍‌ ଠାରୁ ୩୫୪ ରନ ଲିଡ୍ ହାସଲ କରିଥିଲା। ତେବେ ଭାରତ ତା’ର ଦ୍ୱିତୀୟ ଇନିଂସରେ ଭଲ ଆରମ୍ଭ କରିଛି।

ଏବେ ବି ଦଳ ଇଂଲଣ୍ଡର ସ୍କୋର ଠାରୁ ଯଥେଷ୍ଟ ଦୂରରେ ରହିଛି। କିନ୍ତୁ ଦଳର ସବୁ ବ୍ୟାଟସମ୍ୟାନ ଭଲ ପ୍ରଦର୍ଶନ କରିବାକୁ ପଣ କରିଛନ୍ତି। ତୃତୀୟ ଦିନରେ ଏହାର ଉଦାହରଣ ମଧ୍ୟ ଦେଇଛନ୍ତି। ଇଂଲଣ୍ଡ ୪୩୨ ରନରେ ଅଲଆଉଟ ହେବା ପରେ ଭାରତ ତା’ର ଦ୍ୱିତୀୟ ଇନିଂସ ଆରମ୍ଭ କରିଛି।

ତୃତୀୟ ଦିନରେ ଧୈର୍ଯ୍ୟର ସହ ବ୍ୟାଟିଂ କରି ଦଳ ୨ ୱିକେଟ ହରାଇ ୨୧୫ ରନ୍ କରି ନେଇଛି। ବର୍ତ୍ତମାନ ଟିମ୍ ଇଣ୍ଡିଆ ଘରୋଇ ଟିମର ସ୍କୋର ଠାରୁ ୧୩୯ ରନ୍ ପଛରେ ରହିଛି। ଖରାପ ଆଲୋକ ପାଇଁ ତୃତୀୟ ଦିନର ଖେଳ ଶେଷ ହେବା ବେଳରୁ ଚେତେଶ୍ୱର ପୂଜାରା ୯୧ ଓ ଅଧିନାୟକ ବିରାଟ କୋହଲି ୪୫ ରନ୍ କରି ଅପରାଜିତ ରହିଛନ୍ତି। ଦୀର୍ଘ ଦିନ ପରେ ବିରାଟ ଓ ପୂଜାରା ଲୟରେ ଥିବା ଦେଖିବାକୁ ମିଳିଛି। ତେଣୁ ଉଭୟଙ୍କ ଠାରୁ ଦଳ ‘ବିରାଟ’ ଇନିଂସ ଆଶା କରୁଛି।

ଦ୍ୱିତୀୟ ଦିନର ସ୍କୋରରେ ଆଉ ୯ ରନ୍ ଯୋଡ଼ି ଇଂଲଣ୍ଡ ୪୩୨ରେ ଅଲଆଉଟ ହେବା ପରେ ଭାରତ ତା’ର ଦ୍ୱିତୀୟ ଇନିଂସ ଆରମ୍ଭ କରିଥିଲେ। ଆରମ୍ଭରୁ ଦୁଇ ଓପନର ରୋହିତ ଶର୍ମା ଓ କେଏଲ ରାହୁଲ ବେଶ ସତର୍କତାର ସହ ବ୍ୟାଟିଂ କରିଥିଲେ। ତେବେ ରାହୁଲ ୮ ରନ୍‌ କରି ଓଭରଟନଙ୍କ ବଲରେ ଠିକ୍‌ ଲଞ୍ଚ ପୂର୍ବରୁ ଆଉଟ ହୋଇଥିଲେ। ତେଣୁ ଲଞ୍ଚ ପରେ ବ୍ୟାଟିଂ ବିପର୍ଯ୍ୟୟ ଘଟିବ ବୋଲି ଆଶଙ୍କା ପ୍ରକାଶ ପାଇଥିଲା।

ହେଲେ ରୋହିତ ଶର୍ମା ଓ ଚେତେଶ୍ୱର ପୂଜାରା ଏହାକୁ ଭୁଲ ପ୍ରମାଣିତ କରିଥିଲେ। ଏଯାଏ ସିରିଜ୍‌ରେ ନିଜର ବ୍ୟାଟିଂକୁ ନେଇ ସମାଲୋଚିତ ହୋଇ ଆସୁଥିବା ପୂଜାରା ତୃତୀୟ ଦିନରେ ନିଜର କ୍ଲାସ ଦେଖାଇଥିଲେ। ରୋହିତ ଶର୍ମା ମଧ୍ୟ ଦମଦାର ବ୍ୟାଟିଂ କରିଥିଲେ। ଉଭୟ ଚା’ ପାନ ବିରତି ଯାଏ ଦଳକୁ ଆଦୌ କୌଣସି କ୍ଷତି ଘଟାଇବାକୁ ଦେଇ ନଥିଲେ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ରୋହିତଙ୍କ ତୁଳନାରେ ପୂଜାର ଭଲ ଷ୍ଟ୍ରାଇକ ରେଟ୍‌ରେ ରନ୍‌ ସଂଗ୍ରହ କରିଥିଲେ। ଏଥିସହ ଚା’ ପାନ ବିରତି ଯାଏ ଦଳକୁ କୌଣସି କ୍ଷତି ଘଟାଇବାକୁ ଦେଇ ନଥିଲେ। ରୋହିତ ମଧ୍ୟ ଏହି ସମୟରେ ନିଜର ଅର୍ଦ୍ଧଶତକ ହାସଲ କରିଥିଲେ।

ଚା’ ପାନ ବିରତି ପରେ ସମାନ ସ୍ଥିତି ଜାରି ରହିବ ବୋଲି ଆଶା କରାଯାଉଥିଲା। କିନ୍ତୁ ରୋହିତ(୫୯)ଙ୍କୁ ରବିନସନ ଆଉଟ କରି ଇଂଲଣ୍ଡକୁ ସଫଳତା ଦେଇଥିଲେ। ଆଉଟ ହେବା ପୂର୍ବରୁ ସେ ପୂଜାରାଙ୍କ ସହ ମିଶି ଦ୍ୱିତୀୟ ୱିକେଟ ପାଇଁ ୮୫ ରନ୍‌ ଯୋଡ଼ିଥିଲେ। ଏହାପରେ ଅଧିନାୟକ ବିରାଟ କୋହଲି ମଧ୍ୟ ପୂଜାରାଙ୍କ ସହ ମିଶି ଦଳୀୟ ସ୍କୋରକୁ ଆଗକୁ ନେଇଥିଲେ।

ପୂଜାରା ଇତି ମଧ୍ୟରେ ନିଜର ଅର୍ଦ୍ଧଶତକ ହାସଲ କରିନେଇଥିଲେ। ପ୍ରଥମଥର ପାଇଁ ପୂଜାରା ଆଟାକିଂ ବ୍ୟାଟିଂ କରୁଥିବା ଦେଖିବାକୁ ମିଳିଛି। ରନ୍‌ ପାଇଁ ପୂରା ସିରିଜ୍‌ରେ ସଂଘର୍ଷ କରୁଥିବା ବିରାଟ ମଧ୍ୟ ତୃତୀୟ ଦିନରେ କିଛି ଦର୍ଶନୀୟ ଶଟ୍‌ ଖେଳିଛନ୍ତି। ଉଭୟ ତୃତୀୟ ୱିକେଟ ପାଇଁ ଅପରାଜିତ ୧୦୧ ରନ୍‌ ଯୋଡ଼ି କ୍ରିଜ୍‌ରେ ଅଛନ୍ତି।

ଭାରତୀୟ ଇନିଂସର ୮୦ ଓଭର ପରେ ନୂଆ ବଲ ଉପଲବ୍ଧ ହୋଇଥିଲା। ଇଂଲଣ୍ଡ ଅଧିନାୟକ ଜୋ ରୁଟ୍‌ ଏହାକୁ ନେବା ପାଇଁ ମଧ୍ୟ ଚାହିଁଥିଲେ। କିନ୍ତୁ ଖରାପ ଆଲୋକ ପାଇଁ ଅମ୍ପାୟାର ତୃତୀୟ ଦିନର ଖେଳକୁ ସେହିଠାରେ ହିଁ ବନ୍ଦ କରିଦେଇଥିଲେ। ଖେଳ ବନ୍ଦ ହେବା ବେଳକୁ ପୂଜାରା ୧୫ ଚୌକା ସହ ୯୧ ଓ ବିରାଟ ୬ ଚୌକା ସହ ୪୫ ରନ୍ କରି ଅପରାଜିତ ରହିଛନ୍ତି।

ଉଭୟ ପୂଜାରା ଓ ବିରାଟ କ୍ରିଜରେ ଥିବାରୁ ୪ର୍ଥ ଦିନ ଇଂଲଣ୍ଡ ପାଇଁ ସହଜ ହେବନାହିଁ ବୋଲି ଆଶା କରାଯାଉଛି। ସେହିପରି ମ୍ୟାଚ୍ ବଞ୍ଚାଇବାକୁ ହେଲେ ଭାରତକୁ ଆଜି ଦିନ ତମାମ ବ୍ୟାଟିଂ କରିବାକୁ ପଡ଼ିବ।

The post ଲକ୍ଷ୍ୟ ବିଶାଳ, ତଥାପି ଟିମ୍‌ ଇଣ୍ଡିଆ ପାଖରେ ‘ବିରାଟ’ ବଳ appeared first on Odisha Reporter.



from Odisha Reporter https://ift.tt/3sQpRgY

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages