ଏସସିବି ଇକମୋ ୟୁନିଟରେ ଆଉ ଜଣେ ଭର୍ତ୍ତି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, August 29, 2021

ଏସସିବି ଇକମୋ ୟୁନିଟରେ ଆଉ ଜଣେ ଭର୍ତ୍ତି

କଟକ(ଓଡ଼ିଶା ରିପୋର୍ଟର): କଟକ ଏସସିବି ମେଡିକାଲ୍ କଲେଜ ଓ ହସ୍ପିଟାଲ୍‌ରେ ଇକମୋ ମେସିନ୍ ଉଦ୍‌ଘାଟନ ହେବାର ମାତ୍ର ୩ ଦିନ ମଧ୍ୟରେ ଏଠାରେ ୨ ଜଣ ରୋଗୀ ଭର୍ତ୍ତି ହୋଇ ସାରିଲେଣି। ଉଭୟ ରୋଗୀ ମହିଳା।

ଶନିବାର ରାତିରେ କଟକର ନିଶ୍ଚିନ୍ତକୋଇଲି ଅଞ୍ଚଳର ଜଣେ ମହିଳା ଏଠାରେ ଭର୍ତ୍ତି କରାଯାଇଥିବା ବେଳେ ଗତକାଲି ରାତିରେ ବଲାଙ୍ଗିର ଅଞ୍ଚଳର ଜଣେ ମହିଳାଙ୍କୁ ଭର୍ତ୍ତି କରାଯାଇଛି। ଏହି ମହିଳା ଜଣଙ୍କ କରୋନାରେ ଆକ୍ରାନ୍ତ ହୋଇ କଟକର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଆଇସିୟୁରେ ରଖାଯାଇ ଚିକିତ୍ସା କରାଯାଉଥିଲା। ତେବେ ଗତକାଲି ରାତିରେ ତାଙ୍କୁ ଏସସିବି କାର୍ଡିଓଥୋରାସିସ ବିଭାଗକୁ ସ୍ଥାନାନ୍ତରିତ କରାଯାଇ ତାଙ୍କର ଇକମୋ ଚିକିତ୍ସା ଆରମ୍ଭ କରାଯାଇଛି।

ସେହିପରି ନିଶ୍ଚିନ୍ତକୋଇଲି ଅଞ୍ଚଳର ଯେଉଁ ମହିଳାଙ୍କର ଏଠାରେ ଇକ୍‌ମୋ ଚିକିତ୍ସା ଚାଲିଛି ତାଙ୍କୁ କିଛି ଦିନ ତଳେ ଏସସିବିରେ ଭର୍ତ୍ତି କରାଯାଇଥିଲା। ତାଙ୍କ ଅବସ୍ଥା ଗୁରୁତର ହେବାରୁ ପ୍ରଥମେ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇ ଚିକିତ୍ସା କରାଯାଉଥିଲା। କିନ୍ତୁ ଅବସ୍ଥାରେ ସୁଧାର ନ ଆସିବାରୁ  ଶନିବାର ରାତିରେ ତାଙ୍କୁ ଏସ୍‌ସିବିର କାର୍ଡିଓଥୋରାସିସ ବିଭାଗକୁ ସ୍ଥାନାନ୍ତରିତ କରାଯାଇ ତାଙ୍କର ଇକମୋ ଚିକିତ୍ସା ଆରମ୍ଭ କରାଯାଇଛି।

ସୂଚନାଯୋଗ୍ୟ, ଗତ ୨୭ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏସସିବିରେ ୯ଟି ଇକମୋ ମେସିନର ଉଦଘାଟନ କରିଥିଲେ।  ମୁଖ୍ୟତଃ କରୋନାରେ ଆକ୍ରାନ୍ତ ଗୁରୁତର ରୋଗୀଙ୍କୁ ଇକମୋ ଚିକିତ୍ସା ପାଇଁ  ପୂର୍ବରୁ ଓଡ଼ିଶା ବାହାରକୁ ଯିବାକୁ ପଡୁଥିଲା। ଏଥିପାଇଁ କୋଟି କୋଟି ଟଙ୍କା ଆବଶ୍ୟକ ପଡ଼ୁଥିବା ବେଳେ ଏହା ସମସ୍ତଙ୍କ ପକ୍ଷେ ସମ୍ଭବ ହୋଇ ପାରୁ ନ ଥିଲା। ଫଳରେ ଇକମୋ ଚିକିତ୍ସା ପାଇ ନ ପାରି ବହୁ ରୋଗୀ ଆଖି ବୁଜୁଥିଲେ।  ଏହାକୁ ଦୃଷ୍ଟିରେ ରଖି ଏସ୍‌ସିବିରେ ଇକମୋ ଚିକିତ୍ସା ଆରମ୍ଭ କରାଯାଇଛି।  ଏଥିପାଇଁ ମେଡିକାଲର ଡାକ୍ତର ଓ ନର୍ସଙ୍କ ସହିତ ଅନ୍ୟ ପାରାମେଡିକାଲ୍ କର୍ମଚାରୀ କୋଲକାତା ଯାଇ ତାଲିମ ନେଇଛନ୍ତି।

ଜୁଲାଇ ୧୫ ତାରିଖରେ ଭୁବନେଶ୍ୱର ଏମ୍ସରେ ଇକମୋ ମେସିନ କାର୍ଯ୍ୟକ୍ଷମ ହୋଇଥିଲା। ଏହାର ମାସକ ପରେ କଟକ ଏସସିବିରେ ଏହି ଚିକିତ୍ସା ଆରମ୍ଭ ହୋଇଛି। କଟକ ଏସ୍‌ସିବି ମେଡିକାଲ୍ କଲେଜ ଓ ହସ୍‌ପିଟାଲ୍‌ ପୂର୍ବ ଭାରତର ଇକମୋ ହବ୍ ହେବ ବୋଲି ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି।

The post ଏସସିବି ଇକମୋ ୟୁନିଟରେ ଆଉ ଜଣେ ଭର୍ତ୍ତି appeared first on Odisha Reporter.



from Odisha Reporter https://ift.tt/3t0UvEy

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages