କାଠଯୋଡ଼ିରେ ଭାସି ଯାଇଥିଲେ, ମିଳିଲା ମୃତଦେହ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, August 7, 2021

କାଠଯୋଡ଼ିରେ ଭାସି ଯାଇଥିଲେ, ମିଳିଲା ମୃତଦେହ

କଟକ (ଓଡ଼ିଶା ରିପୋର୍ଟର): କଟକ ଜିଲ୍ଲା ବାରଙ୍ଗ ଥାନା ଅନ୍ତର୍ଗତ ମୁଣ୍ଡମୁହାଣ କାଠଯୋଡ଼ି ନଦୀ ବାଲିଘାଟରୁ ଗତକାଲି ନିଖୋଜ ହୋଇ ଯାଇଥିବା ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ତାଙ୍କ ନାଁ ଶେଖ୍ ସାଧୁ।

ଗତକାଲି ନଦୀରେ ଗାଧୋଉଥିବା ସମୟରେ ଶେଖ୍‌ଙ୍କ ସମେତ ୪ ଜଣ ଭାସି ଯାଇଥିଲେ। ଦୁଇ ଜଣ ପହଁରି ପହଁରି କିଛି ବାଟରେ ଏକ ବୁଦାରେ ଲାଗିଥିଲେ ଓ ବଞ୍ଚି ଯାଇଥିଲେ। କିନ୍ତୁ ଶେଖ୍ ଓ ଅନ୍ୟ ଜଣେ ନିଖୋଜ ହୋଇଯାଇଥିଲେ।

ଅଗ୍ନିଶମ ବିଭାଗ ପକ୍ଷରୁ ସେମାନଙ୍କୁ ବହୁତ ଖୋଜାଖୋଜି କରାଯାଇଥିଲା। ଦୁଇ ଜଣଙ୍କ ମଧ୍ୟରୁ ଅଗ୍ନିଶମ ବାହିନୀ କର୍ମଚାରୀମାନେ ଜଣଙ୍କ ମୃତଦେହ ଉଦ୍ଧାର କରିଥିଲେ। ତେବେ ଶେଖ୍‌ ସାଧୁଙ୍କର ପତ୍ତା ମିଳି ନଥିଲା।

ଆଜି ସକାଳେ ଏକ ମୃତଦେହ ନଦୀରେ ଭାସୁଥିବା ଦେଖି ସ୍ଥାନୀୟ ଲୋକେ ଦେଖିଥିଲେ। ସେମାନେ ମୃତଦେହଟିକୁ ଉଦ୍ଧାର କରିବା ପରେ ଏହା ଶେଖ ସାଧୁଙ୍କର ବୋଲି ଜଣାପଡ଼ିଥିଲା। ନଦୀରେ ଭାସି ଦୁଇ ଜଣଙ୍କ ମୃତ୍ୟୁ ଘଟିବା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

The post କାଠଯୋଡ଼ିରେ ଭାସି ଯାଇଥିଲେ, ମିଳିଲା ମୃତଦେହ appeared first on Odisha Reporter.



from Odisha Reporter https://ift.tt/3fHHpqg

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages