‘ଜିନ୍ସ ପିନ୍ଧିଲେ ଆର୍‌ଜେଡିକୁ ନୋ-ଏଣ୍ଟ୍ରି’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, August 7, 2021

‘ଜିନ୍ସ ପିନ୍ଧିଲେ ଆର୍‌ଜେଡିକୁ ନୋ-ଏଣ୍ଟ୍ରି’

ପାଟନା: `ସାବଧାନ, ଜିନ୍ସି ପିନ୍ଧିଲେ ରାଷ୍ଟ୍ରୀୟ ଜନତା ଦଳ ତଥା ଆର୍‌ଜେଡିରେ ନୋ-ଏଣ୍ଟ୍ରି। ଜିନ୍ସି ପିନ୍ଧୁଥିବା ବ୍ୟକ୍ତି ଦଳ ଭିତରେ କରିପାରିବେନି ପ୍ରବେଶ। କେବଳ ସେତିକି ନୁହେଁ ଜିନ୍ସ ପିନ୍ଧୁଥିବା ବ୍ୟକ୍ତି ରାଜନୀତି କରିପାରିବେ ନାହିଁ।’ ଏଭଳି କିଛି ବିବାଦୀୟ ମନ୍ତବ୍ୟ ଦେଇ ଚର୍ଚ୍ଚାକୁ ଆସିଛନ୍ତି ଆର୍‌ଜେଡିର ପ୍ରଦେଶ ଅଧ୍ୟକ୍ଷ ଜଗଦାନନ୍ଦ ସିଂହ।

ବିହାରରେ ଜାତୀୟ ଜାଗରଣ ଦାବି ନେଇ ଚାଲିଥିବା ଆନ୍ଦୋଳନ ସମୟରେ ମଞ୍ଚ ଉପରେ ଠିଆ ହୋଇ ଆର୍‌ଜେଡି ନେତା ଜଗଦାନନ୍ଦ ଏଭଳି ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି, ‘ଆମ ଦଳ ଗରିବଙ୍କ ଦଳ, କୃଷକ ଏବଂ ସଂଘର୍ଷ କରୁଥିବା ବ୍ୟକ୍ତିଙ୍କ ଦଳ। ଯଦି ଜିନ୍ସ ପିନ୍ଧୁଛ ତେବେ ତୁମେ କେବେବି ନେତା ବନି ପାରିବ ନାହିଁ।’

ସେ ଆହୁରି କହିଛନ୍ତି, `ଆପଣ ଫିଲ୍ମର ସୁଟିଂ କରିବାକୁ ଆସିଛନ୍ତି କି? ଯଦି ଆପଣ ରାଜନୀତି କରିବାକୁ ଆସିଛନ୍ତି, ତେବେ ଧାରଣାରେ ବସନ୍ତୁ। ଆନ୍ଦୋଳନ କରିବା ଶିଖନ୍ତୁ, ଏବେ ଯୁବ ନେତାଙ୍କ ତାଲିମ ପାଇଁ ସମୟ ଆସିଛି। ଯେଉଁମାନେ ଧାରଣାରେ ବସୁ ନାହାଁନ୍ତି ସେମାନେ ଆରଏସଏସ କର୍ମଚାରୀ ଏବଂ ଆମ ଶୋଭାଯାତ୍ରାରେ ସେମାନେ ପଶି ଆସିଛନ୍ତି।’

ସୂଚନା ମୁତାବକ, ଜାତି ଜନଗଣନା କରିବା, ମଣ୍ଡଳ ଆୟୋଗର ଅବଶିଷ୍ଟ ସୁପାରିଶକୁ କାର୍ଯ୍ୟକାରୀ କରିବା ଏବଂ ସଂରକ୍ଷଣ ଅଧୀନରେ ବ୍ୟାକ୍‌ଲଗ୍ ସିଟ୍ ପୂରଣ କରିବା ଦାବିରେ ଆରଜେଡି ଶୋଭାଯାତ୍ରା କରିଥିଲା। ଏହି ଶୋଭାଯାତ୍ରାରେ ଜଗଦାନନ୍ଦଙ୍କ ସମେତ ଅନେକ ବରିଷ୍ଠ ନେତା ଓ ଯୁବ ନେତା ସାମିଲ ହୋଇଥିଲେ।

The post ‘ଜିନ୍ସ ପିନ୍ଧିଲେ ଆର୍‌ଜେଡିକୁ ନୋ-ଏଣ୍ଟ୍ରି’ appeared first on Odisha Reporter.



from Odisha Reporter https://ift.tt/3ApzSEa

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages