ମୁମ୍ବାଇ: ପୁଣି ବିବାଦରେ ବଲିଉଡ ଗାୟକ ୟୋ ୟେ ହନି ସିଂ। ତାଙ୍କ ବିରୋଧରେ ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି ପତ୍ନୀ। ହନି ସିଂଙ୍କ ପତ୍ନୀ ସାଲିନୀ ତାଙ୍କ ନାଁରେ ଘରୋଇ ହିଂସା ଅଭିଯୋଗ ଆଣି କୋର୍ଟର ଆଶ୍ରୟ ନେଇଛନ୍ତି। ଦିଲ୍ଲୀ ତିସ୍ ହଜାରୀ କୋର୍ଟରେ ଘରୋଇ ହିଂସାରୁ ମହିଳାଙ୍କ ସୁରକ୍ଷା ଆଇନ୍ ବଳରେ ମାମଲା ରୁଜୁ କରିଛନ୍ତି ସାଲିନୀ ତଲଓ୍ୱାର। ତାଙ୍କର ସମସ୍ତ ସମ୍ପତ୍ତି ଫେରାଇବା ଏବଂ କୌଣସି ପ୍ରପର୍ଟି ନବିକିବା ପାଇଁ ସେ କୋର୍ଟଙ୍କୁ ଅପିଲ କରିଛନ୍ତି।
ସେପଟେ ଏହି ଅଭିଯୋଗ ପରେ ଘରୋଇ ହିଂସାକୁ ନେଇ ହନି ସିଂଙ୍କୁ କୋର୍ଟ ଏକ ନୋଟିସ ମଧ୍ୟ ଜାରି କରିଛନ୍ତି। ଆସନ୍ତା ଅଗଷ୍ଟ ୨୮ ତାରିଖ ସୁଦ୍ଧା ନୋଟିସ୍ର ଜବାବ ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଉଭୟଙ୍କ ପ୍ରାଇଭେଟ୍ ପ୍ରପର୍ଟି ତଥା ଅନ୍ୟାନ୍ୟ ସାମଗ୍ରୀ ବିକ୍ରି ନକରିବା ଏବଂ ସାଲିନୀଙ୍କ ବ୍ୟକ୍ତିଗତ ସମ୍ପତ୍ତିକୁ ଆଞ୍ଚ ନଆଣିବା ନେଇ କୋର୍ଟ ହନି ସିଂଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
ସୂଚନା ଅନୁସାରେ, ହନି ସିଂଙ୍କ ବିରୁଦ୍ଧରେ ଶାରୀରିକ ହିଂସା, ଯୌନ ହିଂସା, ମାନସିକ ଉତ୍ପୀଡନ ଏବଂ ଆର୍ଥିକ ହିଂସା ଅଭିଯୋଗ କରିଛନ୍ତି ସାଲିନୀ। କେବଳ ହନି ସିଂ ନୁହନ୍ତି ତାଙ୍କ ବାପା-ମା’ ଏବଂ ଭଉଣୀଙ୍କ ବିରୁଦ୍ଧରେ ମଧ୍ୟ ଘରୋଇ ହିଂସା ଅଭିଯୋଗ ଆଣିଛନ୍ତି ହନି ସିଂଙ୍କ ପତ୍ନୀ।
ସୂଚନାଯୋଗ୍ୟ ଯେ ୨୦ ବର୍ଷର ବନ୍ଧୁତ୍ୱ ପରେ ହନି ସିଂ ଏବଂ ତାଙ୍କ ପତ୍ନୀ ସାଲିନୀ ଉଭୟ ୨୦୧୧ ମସିହାରେ ବିବାହ କରିଥିଲେ। ସିଖ୍ ରୀତିନୀତି ଅନୁଯାୟୀ ଉଭୟଙ୍କ ବିବାହ ହୋଇଥିଲା। କିନ୍ତୁ ବିବାହକୁ ନେଇ କାହାରିକୁ ଜଣାଯାଇନଥିଲେ ହନି ସିଂ। ଏହାର କିଛି ଦିନ ପରେ ଫିୟର ଫ୍ୟାକ୍ଟର- ଖତରୋଁ କି ଖିଲାଡି ସିଜିନ୍ ୫ର ପ୍ରତିଯୋଗୀ ଡିୟାନା ଉପ୍ପଲଙ୍କ ସହ ହନି ସିଂଙ୍କ ନାଁ ଯୋଡା ଯାଇଥିଲା। ଏହାକୁ ନେଇ ବେଶ୍ ବିବାଦ ସୃଷ୍ଟି ହୋଇଥିଲା। କିନ୍ତୁ ପରେ ସମସ୍ତ ଆଲୋଚନାକୁ ହନି ସଂ ଖଣ୍ଡନ କରିଥିଲେ।
ସେହିପରି ହନି ସିଂ ରାପ୍ ଲିରିକ୍ସକୁ ନେଇ ମଧ୍ୟ ପୂର୍ବରୁ ବିବାଦ ଉପୁଜିଛି। ୨୦୧୮ରେ ତାଙ୍କ ଗୀତ ‘ମଖ୍ନା’ ଉପରେ ମଧ୍ୟ ବ୍ୟାନ୍ ଲଗାଇ ଦିଆଯାଇଥିଲା। ପଞ୍ଜାବ ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷ ମନିଷା ଗୁଲାଟି ଏହି ଗୀତକୁ ନେଇ ମାମଲା ରୁଜୁ କରିଥିଲେ। ସେ ଏହି ଗୀତର ଲିରିକ୍ସକୁ ନେଇ ଆପତ୍ତି ଉଠାଇଥିଲେ।
The post ହନି ସିଂଙ୍କ ନାଁରେ ପତ୍ନୀ ଆଣିଲେ ସାଙ୍ଘାତିକ ଅଭିଯୋଗ appeared first on Odisha Reporter.
from Odisha Reporter https://ift.tt/3fvJsxn
No comments:
Post a Comment