ସମ୍ପର୍କ ଯାହା ବି ହେଉ, ନୀତୀଶ କୁମାର ମୋ ହୃଦୟରେ ରହିଛନ୍ତି: ଲାଲୁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, August 4, 2021

ସମ୍ପର୍କ ଯାହା ବି ହେଉ, ନୀତୀଶ କୁମାର ମୋ ହୃଦୟରେ ରହିଛନ୍ତି: ଲାଲୁ

ନୂଆଦିଲ୍ଲୀ: ପେଗାସସ ମାମଲାରେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ତଦନ୍ତ ହେବା ଦରକାର ବୋଲି କହିବା ପରେ ଆରଜେଡି ନେତା ଲାଲୁ ପ୍ରସାଦ ଯାଦବ କହିଛନ୍ତି ନୀତୀଶ କୁମାର ତାଙ୍କ ହୃଦୟରେ ଏବେ ବି ରହିଛନ୍ତି। ଗତକାଲି ତୃତୀୟ ମୋର୍ଚ୍ଚା ନେଇ ଲାଲୁ ପ୍ରସାଦ ଯାଦବ ଏନସିପି ନେତା ଶରଦ ପାଓ୍ୱାରଙ୍କୁ ଭେଟିଥିଲେ। ଏହାପରେ ନୀତୀଶଙ୍କୁ ନେଇ ଏପରି ପ୍ରତିକ୍ରିୟା ରଖିଛନ୍ତି।

ଦିଲ୍ଲୀରେ ସେ ପ୍ରତିକ୍ରିୟା ଦେବା ବେଳେ କିନ୍ତୁ ଆଗାମୀ ଦିନରେ ଜେଡିୟ ଓ ଆରଜେଡି ଏକାଠି ହେବେ କି ବୋଲି ପ୍ରଶ୍ନକୁ ସେ ଆଡେଇ ଦେଇଛନ୍ତି। ଜେଡିୟୁ ବିଜେପିର ସହଯୋଗୀ ବୋଲି ସେ କହିଛନ୍ତି। ଯଦିଓ ନୀତୀଶ କୁମାରଙ୍କ ସହ ତାଙ୍କର ସମ୍ପର୍କ କେତେବେଳେ ଯୋଡ଼ି ହେଉଛି ତ ଆଉ କେତେବେଳେ ଭାଙ୍ଗୁଛି ହେଲେ ନୀତୀଶ ତାଙ୍କ ହୃଦୟରେ ରହିଛନ୍ତି ବୋଲି ଲାଲୁ କହିଛନ୍ତି। ଏବଂ ଉଭୟ ଆରଜେଡି ଓ ଜେଡିୟୁ ଜନତା ଦଳର ପରିବାର ସଦସ୍ୟ ବୋଲି ସେ କହିଛନ୍ତି।

ଲାଲୁଙ୍କ ଏପରି ମନ୍ତବ୍ୟ ବିହାର ରାଜନୀତି ପାଇଁ ଅନେକ କିଛି ଗୁରୁତ୍ୱ ରଖୁଛି। ରାଜ୍ୟରେ ବିରୋଧୀ ଦଳ ନେତା ତଥା ବିଧାୟକ ତେଜସ୍ୱୀ ଯାଦବ ପ୍ରାୟତଃ ନୀତୀଶଙ୍କ ଉପରେ ବ୍ୟକ୍ତିଗତ ସ୍ତରରେ ଯାଇ ପ୍ରତିକ୍ରିୟା ରଖନ୍ତି। ହେଲେ ଜୁଲାଇ ୩୦ରେ ଉଭୟ ନେତା ଏକାଠି ବସିଥିଲେ। ଏହି ସମୟରେ ଜାତି ଆଧାରରେ ଜନଗଣନା ହେଉ ବୋଲି ତେଜସ୍ୱୀ ଦାବି କରିଥିଲେ। ଯାହାକୁ ନୀତୀଶ ସମର୍ଥନ କରିବା ସହିତ ତାଙ୍କ ଦଳ ଜେଡିୟୁ ମଧ୍ୟ ସମର୍ଥନ କରିଛି। ଆଗାମୀ ଦିନରେ ଦୁଇ ଦଳର ନେତା ପ୍ରଧାନମନ୍ତ୍ରୀଙ୍କୁ ଏହି ପ୍ରସଙ୍ଗରେ ଭେଟିବା ପାଇଁ ଗୋଟିଏ ତାରିଖ ଧାର୍ଯ୍ୟ କରିବାକୁ ତେଜସ୍ୱୀ ନୀତୀଶଙ୍କୁ କହିଛନ୍ତି।

ସୁବୁଠୁ ବଡ଼ କଥା ହେଲେ ତେଜସ୍ୱୀ ନୀତୀଶଙ୍କ ସହ ସେତେବେଳେ ପାଖରେ ବସି କଥା ହୋଇଛନ୍ତି ଏବଂ ନୀତୀଶ ମଧ୍ୟ ତେଜସ୍ୱୀଙ୍କ ଦାବିକୁ ସମର୍ଥନ କରିଛନ୍ତି ଯେତେବେଳେ ଦେଶରେ ତୃତୀୟ ମୋର୍ଚ୍ଚା ଗଠନ କରି ବିଜେପିକୁ ଚେକ୍ ଦେବାକୁ ଉଦ୍ୟମ ହେଉଛି।

ନିକଟରେ ହରିଆଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମ୍ ପ୍ରକାର ଚୌଟାଲା ନୀତୀଶଙ୍କୁ ଭେଟିଥିଲେ। ଏଥିସହ ତୃତୀୟ ମୋର୍ଚ୍ଚାରେ ସାମିଲ୍ ହେବାକୁ ଅନୁରୋଧ କରିଥିଲେ। ସେହିପରି ଲାଲୁ ଯାଦବ ସମାଜବାଦୀ ପାର୍ଟିର ସୁପ୍ରିମୋ ମୁଲାୟମ ସିଂହ ଯାଦବ ଏବଂ ପୁଅ ଅଖିଳେଶ ଯାଦବଙ୍କୁ ଭେଟି ସମାନ ପ୍ରସଙ୍ଗରେ ଆଲୋଚନା କରିଥିଲେ।

The post ସମ୍ପର୍କ ଯାହା ବି ହେଉ, ନୀତୀଶ କୁମାର ମୋ ହୃଦୟରେ ରହିଛନ୍ତି: ଲାଲୁ appeared first on Odisha Reporter.



from Odisha Reporter https://ift.tt/3ftAWPC

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages