ଆକ୍ଟିଭ ହେଲା ସୁଶାନ୍ତ ସିଂଙ୍କ ଫେସ୍‌ବୁକ ଆକାଉଣ୍ଟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, August 21, 2021

ଆକ୍ଟିଭ ହେଲା ସୁଶାନ୍ତ ସିଂଙ୍କ ଫେସ୍‌ବୁକ ଆକାଉଣ୍ଟ

ମୁମ୍ବାଇ: ପୁଣି ଫେସ୍‌ବୁକ୍‌ରେ ସକ୍ରିୟ ହେଲେ ଦିବଙ୍ଗତ ଅଭିନେତା ସୁଶାନ୍ତ ସିଂ ରାଜପୁତ। ଆକ୍ଟିଭ ହେଲା ତାଙ୍କ ଫେସ୍‌ବୁକ୍‌ ଆକାଉଣ୍ଟ। ଯାହା ସମସ୍ତଙ୍କୁ ଚକିତ କରିଦେଇଛି।

ଗତବର୍ଷ ଜୁନ୍‌ ୧୪ ତାରିଖରେ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ପରଲୋକ ହୋଇଥିଲା। ଏହି ଦୁଃଖଦ ଘଟଣା ଆଜି ବି ଲୋକଙ୍କ ମନରୁ ଯାଇନି। ତାଙ୍କ ପ୍ରଶଂସକମାନେ ଆଜି ବି ତାଙ୍କୁ ଭୁଲି ପାରୁନାହାନ୍ତି। ଏହାରି ଭିତରେ ସୁଶାନ୍ତ ସିଂଙ୍କ ଫେସ୍‌ବୁକ୍‌ ପ୍ରୋଫାଇଲ ଫଟୋ ବଦଳିଛି, ଯାହା ସମସ୍ତଙ୍କୁ ଚକିତ କରିଦେଇଛି।

ପ୍ରକୃତରେ ସୁଶାନ୍ତ ସିଂ ରାଜପୁତଙ୍କ ପିଆର୍‌ ଟିମ୍‌ ତାଙ୍କ ଫେସ୍‌ବୁକ୍‌ ପ୍ରୋଫାଇଲ୍‌ ଅପଡେଟ୍‌ କରିଥିଲେ, ଯାହାକୁ ଦେଖି ପ୍ରଶଂସକ ଚକିତ ହୋଇ ପଡିଥିଲେ। ଏଥିସହ ସୁଶାନ୍ତଙ୍କ ପ୍ରଶଂସକମାନେ ଭାବୁକ ମଧ୍ୟ ହୋଇପଡିଥିଲା ଏବଂ କମେଣ୍ଟ ସେକ୍‌ସନ୍‌ରେ ଦୁଃଖ ଭରା କମେଣ୍ଟ ମଧ୍ୟ କରିଥିଲେ।

ଜଣେ ଫ୍ୟାନ୍‌ ଲେଖିଥିଲେ, ତୁମେ ଯଦି ଆଜି ଜୀବିତ ଥାଆନ୍ତ, ତା’ହେଲେ ନିଜ ଡିପି ବଦଳାଇ ଥାଆନ୍ତ। ସେପଟେ ଅନ୍ୟ ଜଣେ ୟୁଜର ଲେଖିଛନ୍ତି, ‘ଏକ ସେକେଣ୍ଡ ପାଇଁ, ମୁଁ ଭାବିଲି ତୁମେ ଫେରି ଆସିଛ। ତୁମେ ଆମକୁ ବେଶ୍‌ ମନେ ପଡୁଛ ସୁଶ୍‌।’ ଆଉ ଜଣେ ୟୁଜର୍‌ କହିଛନ୍ତି, ମିସ୍‌ ୟୁ ସୁଶାନ୍ତ।  ସୁଶାନ୍ତ ୨ ଦିନ ତଳେ ତାଙ୍କ ଫେସ୍‌ବୁକ୍‌ରେ ଆକ୍ଟିଭ ଥିଲେ, ବୋଧହୁଏ ତାଙ୍କ ସୋଶାଲ ମିଡିଆ ଟିମ୍‌ ଜରିଆରେ ଏଭଳି ହୋଇଥିଲା।’

ସୂଚନା ମୁତାବକ, ଗତବର୍ଷ ଜୁନ୍‌ ୧୪ ତାରିଖରେ ମୁମ୍ବାଇ ସ୍ଥିତ ତାଙ୍କ ଆପର୍ଟମେଣ୍ଟରେ ସୁଶାନ୍ତ ସିଂ ରଜପୁତଙ୍କ ମୃତଦେହ ମିଳିଥିଲା। ଏହି ମାମଲାର ତଦନ୍ତ ଏବେ ସିବିଆଇ ଏବଂ ଏନ୍‌ସିବି କରୁଛି। ସେପଟେ ସୁଶାନ୍ତଙ୍କ ପ୍ରଶଂସକମାନେ ସୋଶାଲ ମିଡିଆ ଜରିଆରେ ନିଜ ଫେଭରେଟ୍‌ ଅଭିନେତାଙ୍କୁ ଏବେବି ନ୍ୟାୟ ଦେବା ପାଇଁ ଦାବି କରୁଛନ୍ତି।

The post ଆକ୍ଟିଭ ହେଲା ସୁଶାନ୍ତ ସିଂଙ୍କ ଫେସ୍‌ବୁକ ଆକାଉଣ୍ଟ appeared first on Odisha Reporter.



from Odisha Reporter https://ift.tt/3mkZHS9

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages